January 7, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ନେଲେ ରବିଚନ୍ଦ୍ରନ ଅଶ୍ୱିନ ।

ଗାବା ଟେଷ୍ଟ ପରେ ସେ ଅବସର ଘୋଷଣା କରିଛନ୍ତି ସ୍ପିନ୍‌ ଲିଜେଣ୍ଡ ଆର୍‌ ଅଶ୍ୱିନ୍। ୩୮ ବର୍ଷ ବୟସରେ ରବିଚନ୍ଦ୍ରନ୍‌ କ୍ରିକେଟକୁ ବାଏ ବାଏ କହିଛନ୍ତି । ବ୍ରିସବେନ ଟେଷ୍ଟ ଡ୍ର ରହିବା ପରେ ଅଶ୍ୱିନ ଅବସର ଘୋଷଣା କରିଛନ୍ତି । ଗାବା ଟେଷ୍ଟର ଡ୍ର ପରେ ରବିଚନ୍ଦ୍ରନ ଅଶ୍ୱିନ୍ ଅବସର ଘୋଷଣା କରି କହିଛନ୍ତି ଯେ ଭାରତ ପାଇଁ କ୍ରିକେଟର ଭାବରେ ଏହା ତାଙ୍କର ଥିଲା ଶେଷ ଦିନ।


ଅଶ୍ୱିନ ହେଉଛନ୍ତି ଭାରତ ପକ୍ଷରୁ ଟେଷ୍ଟ କ୍ୟାରିୟରରେ ଦ୍ୱିତୀୟ ସର୍ବାଧିକ ୱିକେଟ ହାସଲକାରୀ । ଟେଷ୍ଟ କ୍ୟାରିୟରରେ ୫୩୭ଟି ୱିକେଟ ନେଇଛନ୍ତି । ୨୦୧୧ରେ ୱେଷ୍ଟ ଇଣ୍ଡିଜ ବିପକ୍ଷ ଟେଷ୍ଟରେ ଡେବୁ୍ୟ କରିଥିଲେ । ଟେଷ୍ଟରେ ୩୫୦୩ ରନ୍ ସହ ୬ ଶତକ ଓ ୧୪ଥର ଅର୍ଦ୍ଧଶତକ ମାରିଛନ୍ତି । ୨୦୧୦ ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗ୍ସରେ ଖେଳିଥିଲେ ।


ସେହିପରି ଓଡିଆଇରେ ୧୫୬ଟି ୱିକେଟ୍, ଟି-୨୦ରେ ୭୨ ୱିକେଟ୍, ଅନ୍ତର୍ଜାତୀୟ କ୍ୟାରିୟରରେ ୭୬୫ ୱିକେଟ୍ ନେଇଛନ୍ତି ଅଶ୍ୱିନ୍‌। ଏଥିସହିତ ସେ ସର୍ବାଧିକ ୧୧ଥର ସଂଖ୍ୟକ ପ୍ଲେୟାର ଅଫ୍ ଦି ସିରିଜ୍ ପୁରସ୍କାର ଜିତିଛନ୍ତି, ଯାହା ମୁରଲୀଧରନ୍‌ଙ୍କ ସହ ସମାନ। ଜଣେ ସ୍ପିନର ଭାବରେ ତାଙ୍କ ବୋଲିଂ ଷ୍ଟ୍ରାଇକ୍ ହାର ହେଉଛି ୫୦.୭(୨୦୦+ ୱିକେଟ୍), ଯାହା ସର୍ବାଧିକ। କେବଳ ସ୍ପିନ୍‌ର୍‌ ନୁହନ୍ତି ଜଣେ ଭଲ ବ୍ୟାଟ୍ସମ୍ୟାନ୍‌ ଭାବେ ମଧ୍ୟ ଅଶ୍ୱିନ୍‌ ନିଜର ଛାପ ଛାଡ଼ିଛନ୍ତି।

ମୋ ଟିଭି ଓଡିଶା, ଡେସ୍କ

Latest news