ମୋ ଟିଭି ଓଡିଶା / ଭୁବନେଶ୍ୱର :
ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିବା ପରେ ଜଣେ ୬୭ବର୍ଷୀୟ ରିଟାର୍ଡ ଅଫିସରଙ୍କୁ ପୁନଃନିଯୁକ୍ତି ମିଳିଛି। ଏହା ବିଜେପି ସରକାରଙ୍କ ଦ୍ୱାରା ରିଟାର୍ଡ ଅଫିସରମାନଙ୍କୁ ନିଯୁକ୍ତି ମିଳିବା ପ୍ରଥମ ଘଟଣା । ପୂର୍ବରୁ ନବୀନ ପଟ୍ଟନାୟକ ସରକାରରେ ରିଟାର୍ଡ ଅଫିସର ଓ କର୍ମଚାରୀମାନଙ୍କୁ ସରକାରୀ ଚାକିରିରୁ ଅବସର ପରେ ଓଏସଡି, କନସଲଟାଂଟ୍ ଓ ଉପଦେଷ୍ଟା ଆଦି ନାଁରେ ପୁନଃନିଯୁକ୍ତି ମିଳୁଥିଲା। ଯାହାକୁ ବିଭିନ୍ନ ମହଲରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଉଥିଲା। ସୂଚନା ଅନୁସାରେ, ରିଟାର୍ଡ ଓଏଏସ୍ ଅଫିସର ଖଗେନ୍ଦ୍ର କୁମାର ପାଢ଼ୀଙ୍କୁ ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ବିଭାଗର ଲିଗାଲ ପ୍ରୋଜେକ୍ଟ ମ୍ୟାନେଜମେଂଟ ୟୁନିଟର ଲିଗାଲ୍ କନସଲଟାଂଟ ଭାବେ ପୁନଃନିଯୁକ୍ତି ମିଳିଛି। ଜୁଲାଇ ୨ତାରିଖରୁ ତାଙ୍କୁ ଏକବର୍ଷ ପାଇଁ ଏହି ପଦବୀରେ ମାସିକ ୬୦ହଜାର ଟଙ୍କା ପାରିଶ୍ରମିକରେ ଅବସ୍ଥାପିତ କରାଯାଇଛି । ଅର୍ଥ ବିଭାଗର ଅନୁମୋଦନ ପରେ ସ୍କୁଲ ଓ ଗଣଶିକ୍ଷା ବିଭାଗ ଏହି ନିଯୁକ୍ତି ଦେଇଛି । ଜୁଲାଇ ୨ତାରିଖରେ ଏନେଇ ବିଧିବଦ୍ଧ ନିର୍ଦ୍ଦେଶନାମା ମଧ୍ୟ ବିଭାଗ ଦ୍ୱାରା ଜାରି ହୋଇଛି । ଶ୍ରୀ ପାଢ଼ୀ ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ସଚିବ ପଦବୀରେ ଥାଇ ୬୦ବର୍ଷ ବୟସରେ ୨୦୧୮ ଏପ୍ରିଲ ୩୦ତାରିଖରେ ସରକାରୀ ଚାକିରିରୁ ଅବସର ନେଇଥିଲେ ।
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।