ପ୍ରମିଳା ମଲ୍ଲିକଙ୍କ ଭାଇଙ୍କ ଘରେ ରେଡ୍ । ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କ ଭାଇ କ୍ଷୀରୋଦ ମଲ୍ଲିକଙ୍କ ଘରେ ଇଡିର ରେଡ୍ । ୨୩୧ କୋଟି ଠକେଇ ଅଭିଯୋଗରେ ବଡ଼ଧରଣର ରେଡ୍ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଏକକାଳୀନ ସମ୍ବଲପୁର ଓ ଦିଲ୍ଲୀରେ ଚଢାଉ ଜାରି ରହିଛି । ମୃତ କ୍ଷୀରୋଦ ଚନ୍ଦ୍ର ମଲ୍ଲିକଙ୍କ ସମ୍ବଲପୁର ସ୍ଥିତ ୩ଟି ଏବଂ ଦିଲ୍ଲୀର ଗୋଟିଏ ସ୍ଥାନରେ ଚଢାଉ । ବିଶ୍ୱ ଏନଜିଓର ପ୍ରତିଷ୍ଠାତା ହେଉଛନ୍ତି କ୍ଷୀରୋଦ ମଲ୍ଲିକ । ଭାରତ ଇଣ୍ଟିଗ୍ରେଟେଡ୍ ସୋସିଆଲ ୱେଲଫେୟାର ଏଜେନ୍ସି ନାଁରେ ନେଇଥିଲେ ୨୩୧ କୋଟି ଟଙ୍କାର ଲୋନ । ଏକାଧିକ ରାଷ୍ଟ୍ରାୟତ ଓ ଘରୋଇ ବ୍ୟାଙ୍କରୁ ଲୋନ ନେଇଥିଲେ କ୍ଷୀରୋଦ । ଏହି ସବୁ ଟଙ୍କା ନିର୍ବାଚନରେ ଲଗାଇଥିବା ଅଭିଯୋଗ ଆସିଥିଲା । ଆଜି ଏହି ଠକେଇ ଅଭିଯୋଗରେ ରେଡ୍ ମାରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ l
ମୋ ଟିଭି ଓଡିଶା, ଭୁବନେଶ୍ୱର
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।