ପାରଳାଖେମୁଣ୍ଡି, ତାରିଖ 24.10.2024 –
ରେଳ ମନ୍ତ୍ରଣାଳୟ ଦ୍ୱାରା ଘୋଷିତ 57 ଟି ଅମୃତ ଷ୍ଟେସନ ମଧ୍ୟରୁ ପାରଳାଖେମୁଣ୍ଡି ରେଳ ଷ୍ଟେସନକୁ ପ୍ରାୟ 12 କୋଟି ଟଙ୍କା ପୁଞ୍ଜି ବିନିଯୋଗରେ ପୁନର୍ବିକାଶ କରାଯାଉଅଛି | ଏହି ପଦକ୍ଷେପଟି ଓଡିଶାର ଐତିହାସିକ ସମୃଦ୍ଧ ଅଞ୍ଚଳରେ ସଂଯୋଗୀକରଣ ବୃଦ୍ଧି ଏବଂ ଯାତ୍ରୀଙ୍କ ସୁବିଧାରେ ଉନ୍ନତି ଆଣିବାକୁ ଲକ୍ଷ୍ୟ ରଖିଛି |
ପାରଳାଖେମୁଣ୍ଡି ଷ୍ଟେସନ ଆନ୍ଧ୍ରପ୍ରଦେଶ ସୀମା ନିକଟରେ ମହେନ୍ଦ୍ର ତନୟା ନଦୀ କୂଳରେ ଅବସ୍ଥିତ ଯାହାକୁ ପଡୋଶୀ ସହର ପାଠପଟଣମ ଠାରୁ ପୃଥକ କରିଛି | ଏହି ସହର ରାଜ୍ୟ ରାଜପଥ 4 ଏବଂ ଜାତୀୟ ରାଜପଥ 326A ମାଧ୍ୟମରେ ସଂଯୋଗୀକରଣ ହୋଇଛି, ଯାହା ଓଡିଶା ଏବଂ ଆନ୍ଧ୍ରପ୍ରଦେଶର ପ୍ରମୁଖ ଅଞ୍ଚଳକୁ ସଂଯୋଗ କରୁଛି |
ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ଗୁଣୁପୁର ଠାରୁ ନୌପଡ଼ା ପର୍ଯ୍ୟନ୍ତ 90 କିଲୋମିଟର ଦୈର୍ଘ୍ୟ ବ୍ରଡ୍ ଗେଜ୍ ରେଳ ଲାଇନ ଦ୍ୱାରା ରେଳ ସଂଯୋଗ ସୁବିଧା କରାଯାଇଅଛି ଯାହା ଆଞ୍ଚଳିକ ପରିବହନରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି |
ପାରଳାଖେମୁଣ୍ଡି ରେଳ ଷ୍ଟେସନ ପାଇଁ ପ୍ରସ୍ତାବିତ ବିକାଶ ଯୋଜନାରେ:
- ଏହି ନୂତନ ଷ୍ଟେସନ୍ ବିଲଡିଙ୍ଗକୁ 72 ବର୍ଗମିଟର ବିଶିଷ୍ଟ ବାଣିଜ୍ୟିକ କ୍ଷେତ୍ର ସହିତ 1375 ବର୍ଗମିଟର କ୍ଷେତ୍ରରେ ନିର୍ମାଣ କରାଯାଉଅଛି |
- ପ୍ଲାଟଫର୍ମ 1 ଏବଂ 2 ମଧ୍ୟରେ ଯାତାୟାତ ପାଇଁ 12 ମିଟର ଚଉଡା ଫୁଟ ଓଭର ବ୍ରିଜ୍ ନିର୍ମାଣ |
- 14,326.9 ବର୍ଗ ମିଟର ବିସ୍ତୃତ ଚଳପ୍ରଚଳ କ୍ଷେତ୍ରର ଉନ୍ନତିକରଣ |
- 2711.9 ବର୍ଗ ମିଟର ବିଶିଷ୍ଟ ଏକ ସୁଚିନ୍ତିତ ପାର୍କିଂ କ୍ଷେତ୍ର |
- ବର୍ଦ୍ଧିତ ଆଧୁନିକୀକରଣ ପାଇଁ ବର୍ତ୍ତମାନର ପ୍ଲାଟଫର୍ମଗୁଡିକୁ ଉଚ୍ଚ ସ୍ତରକୁ ବୃଦ୍ଧି କରିବା |
- ସମୁଦାୟ 8 ଟି ପ୍ଲାଟଫର୍ମ ବେ (ଆଶ୍ରୟସ୍ଥଳ) ନିର୍ମାଣ (PF-1 ରେ 6 ଟି ଏବଂ PF-2 ରେ 2 ଟି ବେ) |
- ପ୍ରିମିୟମ୍ ଲାଉଞ୍ଜ (64 ବର୍ଗମିଟର), ଉଚ୍ଚ ଶ୍ରେଣୀ ଅପେକ୍ଷା ହଲ୍ (36 ବର୍ଗମିଟର) ଏବଂ ଦ୍ୱିତୀୟ ଶ୍ରେଣୀ ଅପେକ୍ଷା ହଲ୍ (48 ବର୍ଗମିଟର) |
- ଏକ ନୂତନ ପ୍ରିମିୟମ୍ ଟଏଲେଟ୍ ବ୍ଲକ୍ (104 ବର୍ଗମିଟର) |
- ବର୍ତ୍ତମାନ ସୁଦ୍ଧା ପ୍ରକଳ୍ପ କାର୍ଯ୍ୟ ନିର୍ମାଣ କ୍ଷେତ୍ରରେ ପ୍ରାୟ 80% ପ୍ରଗତି ହାସଲ କରିଛି |
ଏହି ବିକାଶ ପ୍ରମୁଖ ଷ୍ଟେସନରେ ଭିତ୍ତିଭୂମି ଏବଂ ସେବା ବୃଦ୍ଧି ପାଇଁ ଭାରତୀୟ ରେଳବାଇର ପ୍ରତିବଦ୍ଧତାକୁ ସୂଚିତ କରିବା ସହିତ ଉନ୍ନତ ପରିବହନ ସୁବିଧା ଦ୍ୱାରା ଜନସମୁଦାୟ ଲାଭବାନ ହେବେ |
More Stories
କାଳୀ ପୁଜା ଏବଂ ଉର୍ତ୍ସ ମହୋତ୍ସବ ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ଯାତ୍ରା ସୁବିଧା :
ପୂଜା ଭିଡ଼ ସମୟରେ ଯାତ୍ରୀଭିଡ଼କୁ ଏଡ଼ାଇବା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ଭୁବନେଶ୍ୱର ଓ ବିଶାଖାପାଟଣା ମଧ୍ୟରେ ଅଣସଂରକ୍ଷିତ ଜନସାଧାରଣ ବିଶେଷ ଟ୍ରେନ |
ପୂର୍ବତଟ ରେଳପଥର ସତର୍କତା ସପ୍ତାହ – ଉପଭୋକ୍ତା ଓ ଭାଗିଦାରୀ ମାନଙ୍କ ବୈଠକ