January 25, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଆଜିଠୁ ତିନି ଦିନ ଯାଏଁ ସରକାରୀ କର୍ମଚାରୀଙ୍କୁ ହେଡ୍‌ କ୍ଵାଟରର୍ସ ଛାଡିବା ମନା

ମୋ ଟିଭି ଓଡିଶା / ଭୁବନେଶ୍ଵର :

ତିନି ଦିନ ଯାଏଁ ହେଡ୍‌ କ୍ଵାଟରର୍ସ ଛାଡି ଯାଇପାରିବେନି ସରକାରୀ ବାବୁ। ଛୁଟି ଦିନରେ ବି ମୁଖ୍ୟାଳୟରେ ଉପସ୍ଥିତ ରହିବାକୁ ନିର୍ଦେଶ ରହିଛି। ଆବଶ୍ୟକ ପଡିଲେ ସଟ୍ ନୋଟିସ୍ ରେ ତୁରନ୍ତ ଅଫିସ ରେ ହାଜର ହେବାକୁ ପଡିବ। ଏ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ନୋଟିସ୍ ଜାରି ହୋଇଛି। ସେପ୍ଟେମ୍ବର ୧୪ରୁ ୧୬ ତାରିଖ ଅର୍ଥାତ୍ ଆଜିଠାରୁ ସେପ୍ଟେମ୍ବର ୧୬ ତାରିଖ ଯାଏଁ କୌଣସି ସରକାରୀ ଅଧିକାରୀ ହେଡ୍ କ୍ଵାଟର୍ସ ଛାଡି ଯାଇପାରିବେ ନାହିଁ ବୋଲି ନିର୍ଦେଶ ରହିଛି। ଆଜି ମାସର ଦ୍ଵିତୀୟ ଶନିବାର ହୋଇଥିବାବେଳେ କାଲି ରବିବାର ଏବଂ ସୋମବାର ମହାପୁରୁଷ ମହମ୍ମଦଙ୍କ ଜନ୍ମ ଦିବସ ଥିବାରୁ ସରକାରୀ ଛୁଟି ରହିଛି। ଏହା ସତ୍ବେ ମଧ୍ୟ ଛୁଟି ଦିନରେ ବି ହେଡକ୍ଵାଟର୍ସ ଛାଡି ନଯିବା ଲାଗି ସରକାରୀ ଅଧିକାରୀ ମାନଙ୍କୁ ନିର୍ଦେଶ ରହିଛି। ଆସନ୍ତା ୧୭ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡିଶା ଆସୁଥିବାବେଳେ ପିଏମଙ୍କ ଗସ୍ତକୁ ନଜରରେ ରଖି ଏଭଳି ନିର୍ଦେଶ ହୋଇଥିବା ଚର୍ଚ୍ଚା ହେଉଛି।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।