January 25, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଆଂଚଳିକ ସାଧନକେନ୍ଦ୍ର ସ୍ତରୀୟ ସମ୍ବର୍ଦ୍ଧନା ସଭାସମ୍ବର୍ଦ୍ଧିତ ହେଲେ ଇତିଶ୍ରୀ


ମୋ ଟିଭି ଓଡିଶା / ଆଗରପଡ଼ା,ତା୨୪/୯:

୮୨ତମ ସହିଦ ସ୍ମୃତି ସମିତି ଲୁଣିଆ ଆନୁକୂଲ୍ୟରେ ଭଦ୍ରକ ହାଇସ୍କୁଲରେ ଜିଲ୍ଲା ସ୍ତରୀୟ ବକୃତା ପ୍ରତିଯୋଗିତାରେ ବନ୍ତ ବ୍ଳକ ଗଣିଜାଙ୍ଗ ପଂଚାୟତ ଅନ୍ତର୍ଗତ ସରକାରୀ ନେହେରୁ ନୋଡ଼ାଲ ଉଚ୍ଚ ବିଦ୍ୟାପୀଠର ୯ମ ଶ୍ରେଣୀ ଛାତ୍ରୀ ଇତିଶ୍ରୀ ନାୟକ କନିଷ୍ଠ ବିଭାଗରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ ।

ଗତ ରବିବାର ଳୁଣିଆ ଠାରେ ସହିଦ ସ୍ମୃତି ଦିବସ ଉପଲକ୍ଷେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମାନ୍ୟବର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ସାଂସଦ ଅଭିମନ୍ୟୁ ସେଠୀ, ବିଧାୟକ ସିଦ୍ଧାନ୍ତ ମହାପାତ୍ର, ଆକାଶ ଦାସ ନାୟକ, ପ୍ରାକ୍ତନ ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତିଙ୍କ ସମେତ ଭଦ୍ରକ ଜିଲ୍ଲାପାଳ ଓ ଅନ୍ୟା ଅତିଥିମାନେ ଯୋଗଦେଇ ବନ୍ତ ବ୍ଲକ ଛୟାଳସିଂହ ପଂଚାୟତ ଗଣ୍ଡକୁରା ଗ୍ରାମର ବ୍ରହ୍ମାନନ୍ଦ ନାୟକ ଓ ଜ୍ୟୋତିରାଣୀ ନାୟକଙ୍କ କନ୍ୟା ତଥା ନେହେରୁ ନୋଡ଼ାଲ ଉଚ୍ଚ ବିଦ୍ୟାପୀଠର ୯ମ ଶ୍ରେଣୀ ଛାତ୍ରୀ ଇତିଶ୍ରୀଙ୍କୁ ତାଙ୍କ କୃତିତ୍ୱ ପାଇଁ ମାନପତ୍ର ଓ ଟ୍ରଫି ପ୍ରଦାନ କରିଥିଲେ ।

ସୋମବାର ବିଦ୍ୟାପୀଠ ପରିସରରେ ସାଧନ କେନ୍ଦ୍ର ସଂଯୋଜକ ପ୍ରଫୁଲ୍ଲ ଦାସଙ୍କ ସଂଯୋଜନା ଓ ପ୍ରଧାନଶିକ୍ଷୟିତ୍ରୀ ଜୋସ୍ନାରାଣୀ ଜେନାଙ୍କ ସଭାପତ୍‌ିତ୍ୱରେ ଆଂଚଳିକ ସାଧନକେନ୍ଦ୍ର ସ୍ତରୀୟ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଥିଲା । ଏଥିରେ ଇତିଶ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ନିତୁସ୍ମିତା ଗିରି,ରମାକାନ୍ତ ରାୟ,ଶୁଭଶ୍ରୀ ବେହେରା,ମଧୁସ୍ମିତା ରାଉତ,ଡ଼ଲିରାଣୀ ଦାସ,ମଧୁସ୍ମିତା ନାୟକ,ନମିତା ଜେନା,ଶରତ ନାୟକ ଏବଂ କର୍ମଚାରୀ ଜଗନ୍ନାଥ ପତିଙ୍କ ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।