କଟକ : ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ବୁଧବାର କଟକ ମାଲଗୋଦାମରୁ ରିଲିଫ ପଠାଯିବା କାର୍ଯ୍ୟ ଆରମ୍ଭ ହୋଇଛି।
ସମ୍ଭାବ୍ୟ ବାତ୍ୟା ପ୍ରଭାବିତ ହେବାକୁ ଥିବା ୬ଟି ଜିଲା ପାଇଁ ରିଲିଫ ସ୍ୱତନ୍ତ୍ର ଟ୍ରକରେ ଯିବା ଆରମ୍ଭ ହୋଇଛି। ଶୁଖିଲା ଖାଦ୍ୟ ଯେପରି ଚୁଡା , ଗୂଡ଼, ଚିନି, ମହମବତି ଆଦି ଖାଦ୍ୟ ପ୍ରଭାବିତ ହେବାକୁ ଥିବା ଜିଲା ମାନଙ୍କ ପାଇଁ ପଠାଯାଉଛି।
ସିଏମସି ଯୋଗାଣ ବିଭାଗ ଓ ମାଲଗୋଦାମ ବ୍ୟବସାୟୀ ସଂଘର ଉପସ୍ଥିତିରେ ସମସ୍ତ ଶୁଖିଲା ଖାଦ୍ୟ ପଠାଯାଇଛି। ଯଦି ସରକାରଙ୍କ ନିର୍ଦେଶ ଆସେ ତେବେ ବାତ୍ୟା ଆଶ୍ରୟସ୍ଥଳ ପାଇଁ ଖାଦ୍ୟ ସାମଗ୍ରୀ ଯୋଗାଯିବ ବୋଲି କହିଛନ୍ତି ସିଏମସି ଯୋଗାଣ ନିରୀକ୍ଷଣ କେଦାରନାଥ ପ୍ରଧାନୀ।
ଅନ୍ୟପଟେ ମାଲଗୋଦାମରୁ ରିଲିଫ ଯିବା ପରେ ମଧ୍ୟ ୧୦ ଦିନ ପାଇଁ ରାସନ ସାମଗ୍ରୀ ମହଜୁଦ ରହିଛି। ଖାଉଟି ମାନେ ଆଦୌ ଚିନ୍ତା କରନ୍ତୁ ନାହିଁ ବୋଲି କହିଛନ୍ତି ମାଲଗୋଦାମ ବ୍ୟବସାୟୀ ସଂଘ ଯୁଗ୍ମ ସମ୍ପାଦକ ପ୍ରଶାନ୍ତ କୁମାର ପାତ୍ର।
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।