MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଆମ୍ବ ଟାକୁଆ ଜାଉ ର ପୁନରାବୃତ୍ତି

ଆମ୍ବ ଟାକୁଆ ଜାଉ ର ପୁନରାବୃତ୍ତି : ଚାରି ମାସ ହେବ ମିଳିନି ଚାଉଳ: ଖୁର୍ସା, କରଡ଼ି ଓ ମକାରେ ବିତୁଛି ଆଦିବାସୀଙ୍କ ଜୀବନ l


ବାଲିଗୁଡା :(ମୋ ଟିଭି ଓଡିଶା/ସଞ୍ଜୟ କୁମାର ପାଣିଗ୍ରାହୀ):

ଚାଉଳ ମିଳିବା ରେ ବିଳମ୍ବ ଯୋଗୁଁଁ ପେଟର ଭୋକକୁ ମେଣ୍ଟାଇବା ପାଇଁ ଖୁର୍ସା, କରଡ଼ି, ଜଙ୍ଗଲି କନ୍ଦା ଓ ମକା ଭଳି ଜଙ୍ଗଲ ଜାତ ଦ୍ରବ୍ୟରେ ପୂରୁଛି ପେଟ। ଏଭଳି ଏକ ଘଟଣା ପୁଣି କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଳକ ଭଣ୍ଡାରଙ୍ଗୀ ପଞ୍ଚାୟତର ଦୁର୍ଗମ ମାସ୍କାଗୁଡ଼ା ଗ୍ରାମରେ ଦେଖିବାକୁ ମିଳିଛି ।

ମିଳିଥିବା ସୂଚନା ଅନୁସାରେ, ମାସ୍କାଗୁଡ଼ା ଗ୍ରାମରେ ୧୮ ଆଦିବାସୀ ପରିବାର ବସବାସ କରନ୍ତି। ଗତ ଜୁଲାଇ ମାସ ପର୍ଯ୍ୟନ୍ତ ରାଶନ ଚାଉଳ ମିଳିଛି l ଅଗଷ୍ଟ ମାସ ଠାରୁ ନଭେମ୍ବର ଚାରି ମାସ ସରିବାକୁ ବସିଲାଣି ହେଲେ ଅଦ୍ୟାବଧି ସୁଦ୍ଧା ଚାଉଳ ମିଳିନାହିଁ। ମନରେଗାରେ ମଧ୍ୟ କାମ ମିଳୁନାହିଁ ଫଳରେ ବର୍ଷା ଦିନ ମାନଙ୍କରେ ପାଖ ଗାଁ କୁ ଯାଇ ବିଲ ରେ ମଜୁରୀ କରି ବହୁ କଷ୍ଟରେ ପରିବାର ପ୍ରତିପୋଷଣ କରନ୍ତି l ବର୍ତ୍ତମାନ ଆଉ କୌଣସି କାମ ନାହିଁ । ଏପଟେ ରାଶନ କାର୍ଡରେ ମିଳିବାକୁ ଥିବା ତିନି ମାସର ଚାଉଳ ମଧ୍ୟ ମିଳୁନାହିଁ l ଚାଉଳ ମିଳୁଥିବା ଖବର ପାଇ ପଞ୍ଚାୟତ ଅଫିସକୁ ଚାଉଳ ଆଣିବା ପାଇଁ ଯାଇଥିଲୁ ପାଇଲୁ ନାହିଁ l

ଫଳରେ ପେଟର ଭୋକ ମେଣ୍ଟାଇବା ପାଇଁ ଜଙ୍ଗଲକୁ ଭରସା କରି ଜଙ୍ଗଲକୁ ଯାଇ କରଡ଼ି, ଜଙ୍ଗଲି କନ୍ଦା ଓ ବାଢ଼ିର ଖୁର୍ସା ଓ ମକା ସଂଗ୍ରହ କରି ରାନ୍ଧି ଖାଇବାକୁ ପଡୁଛି l ବେଳେ ବେଳେ ଉପାସରେ ମଧ୍ୟ ରହିବାକୁ ପଡ଼େ ବୋଲି ଗ୍ରାମର ଭୁପିନ୍ଦର ମାଝି ଦୁଃଖ ଭରା କଣ୍ଠରେ ପ୍ରକାଶ କରିଛନ୍ତି। ଜିଲ୍ଲା ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେଇ ରାସନ ଚାଉଳ ଯୋଗାଇବା ପାଇଁ ସମସ୍ତ ଆଦିବାସୀ ପରିବାର ଦାବି କରିଛନ୍ତି l ଏସମ୍ପର୍କରେ ଭଣ୍ଡାରଙ୍ଗୀ ପଞ୍ଚାୟତ ନିର୍ବାହୀ ଅଧିକାରୀ ବେବୀଲତା ପାଣିଙ୍କୁ ଫୋନ ଯୋଗେ ଯୋଗାଯୋଗ କରିଥିଲେ ମଧ୍ୟ ସେ କୌଣସି ପ୍ରକାରେ ସନ୍ତୋଷ ଜନକ ଉତ୍ତର ନମିଳିବାରୁ ତୁମୁଡିବନ୍ଧ ଯୋଗାଣ ନିରୀକ୍ଷକ ଅଞ୍ଜନ କୁମାର ଦିଗାଲ ଙ୍କୁ ପଚାରିବାରୁ ସେ ତୁରନ୍ତ ଚାଉଳ ଦିଆଯିବ ବୋଲି କହିଛନ୍ତି।

ବହୁ ଚର୍ଚ୍ଚିତ ଦାରିଙ୍ଗବାଡି ବ୍ଳକ ଗଦାପୁର ପଞ୍ଚାୟତର ମାଣ୍ଡିପଙ୍କା ଗ୍ରାମରେ ଆମ୍ବ କୋଇଲି ଖାଇ ଦୁଇ ଜଣ ମହିଳା ମୃତ୍ୟୁ ଓ ଛଅ ଜଣ ଚିକିତ୍ସାଧୀନ ଥିବା ଘଟଣା ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳି ଯାଇଥିବା ବେଳେ ତୁମୁଡିବନ୍ଧ ବ୍ଳକ ଭଣ୍ଡାରଙ୍ଗୀ ପଂଚାୟତର ମାସ୍କାଗୁଡ଼ା ଗ୍ରାମରେ ପୁନରାବୃତ୍ତି ହେବାର ସମ୍ଭାବନାକୁ ଏଡ଼ାଇ ଦିଆ ଯାଇନ ପାରେ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।