January 29, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ସବୁଜ ବୈଦ୍ୟ ସଂଗଠନ ପକ୍ଷରୁ କେନାଲ ପୁନରୁଦ୍ଧାର,

ଯେଉଁଠି ସ୍ଥାନୀୟ ପ୍ରଶାସନ ବିଫଳ ହେଉଛି ସେଠୀ ସବୁଜ ବୈଦ୍ୟ ସଂଗଠନ ପକ୍ଷରୁ କେନାଲ ପୁନରୁଦ୍ଧାର, ଉପକୃତ ହେଲେ ୪୧ ଚାଷୀ ପରିବାର ।


ମୋ ଟିଭି ଓଡିଶା,ଦାରିଙ୍ଗବାଡି,(ସୁଶାନ୍ତ କୁମାର ସାହୁ):

ଆଜି ବି ଅନେକ ଚାଷ ଜମିକୁ ସରକାର ଙ୍କ ପକ୍ଷରୁ ଜଳ ସେଚନ ବ୍ୟବସ୍ଥା ହୋଇ ପାରି ନାହିଁ । ଅନେକ ଜମି ଶୁଖିଲା ହୋଇ ପଡ଼ିଛି । ହେଲେ ଏହି ପରିସ୍ଥିତିରେ କନ୍ଧମାଳ ସବୁଜ ବୈଦ୍ୟ ସଂଗଠନ ଚାଷୀ ପରିବାର ଙ୍କୁ ସହାୟତାର ହାତ ବଢ଼ାଇଛି । ଫଳରେ ଦାରିଙ୍ଗବାଡି ପଞ୍ଚାୟତର ପରପଙ୍କା ଗ୍ରାମର ୪୧ ଚାଷୀ ପରିବାର ଉପକୃତ ହୋଇ ପାରିଛନ୍ତି । କନ୍ଧମାଳ ସବୁଜ ବୈଦ୍ୟ ସଂଗଠନ ର ଗୁଞ୍ଜ ପକ୍ଷରୁ ଗ୍ରାମବାସିଙ୍କ ସହାୟତା କ୍ରମେ ୯୦୦ ମିଟର କେନାଲର ପୁନରୁଦ୍ଧାର କରାଯାଇଛି । ଏହାକୁ କରିବାକୁ ୪ ଦିନ ଲାଗିଥିବ ବେଳେ ଜମି କୁ ଜଳ ସେଚନ ହୋଇ ପାରିଛି । ଜଳ ସେଚନ ଫଳରେ ୪୧ ଚାଷୀ ପରିବାର ଲୋକେ ନିଜ ଜମିରେ ଧାନ ଚାଷ କରି ପାରିଥିବା ଦେଖିବାକୁ ମିଳିଛି । ଗ୍ରାମବାସୀ ଙ୍କ ଶ୍ରମ ଦାନ ପାଇଁ ସେମାନଙ୍କୁ ଗୁଞ୍ଜ ପକ୍ଷରୁ ଡ୍ରେସ୍, ଲୁଗା, ସୁଏଟର, ବ୍ଲାଙ୍କେଟ ଭଳି ଅନେକ ବସ୍ତ୍ର ପ୍ରଦାନ କରାଯାଉଛି । ଫଳରେ ଗ୍ରାମବାସୀଙ୍କୁ ବସ୍ତ୍ର ମିଳିବା ସହ ନିଜ ଅଞ୍ଚଳର ଅନେକ ଉନ୍ନୟନ କାର୍ଯ୍ୟ ହୋଇପାରିଛି । ଏଭଳି ଭାବେ କନ୍ଧମାଳ ସବୁଜ ବୈଦ୍ୟ ସଂଗଠନର ଗୁଞ୍ଜ ଅନେକ ସ୍ଥାନରେ ଲୋକାଭିମୁଖି କାର୍ଯ୍ୟ କରୁଥିବା ଦେଖିବାକୁ ମିଳିଛି । ଯେଉଁଠି ସ୍ଥାନୀୟ ପ୍ରଶାସନ ବିଫଳ ହେଉଛି ସେଠୀ ସବୁଜ ବୈଦ୍ୟ ସଂଗଠନ ଲୋକଙ୍କ ପାଖରେ ପହଞ୍ଚି ଗ୍ରାମବାସି ଙ୍କ ସହାୟତାର ହାତ ବଢ଼ାଇ ବିଭିନ୍ନ କାର୍ଯ୍ୟ କରୁଥିବା ଦେଖିବାକୁ ମିଳିଛି । ଗୁଞ୍ଜ ଏଭଳି କାର୍ଯ୍ୟକୁ ଅଞ୍ଚଳବାସି ଢେର୍ ପ୍ରଶଂସା କରିଛନ୍ତି ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।