February 28, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ପ୍ରଧାନ ଶିକ୍ଷକଙ୍କୁ ଅଵସର କାଳୀନ ବିଦାୟ ସମ୍ବର୍ଦ୍ଧନା

ମୋଟିଭି ଓଡିଶା : କଳାହାଣ୍ଡି:୦୧/୦୬(ସନତ ପ୍ରଧାନୀ) :
କଳାହାଣ୍ଡି ଜିଲ୍ଲାକୋକସରା ଗୋଷ୍ଠି ଶିକ୍ଷା ବିଭାଗ ଅନ୍ତର୍ଗତ କଲୋନୀପଡା ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମଦନ ମୋହନ ନାଏକଙ୍କୁ ଶୁକ୍ରବାର ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି। ଶ୍ରୀ ନାଏକ କଲୋନୀପଡା ପ୍ରାଥମିକ ବିଦ୍ୟାଳୟରେ ଦିର୍ଘ ବର୍ଷ ଶିକ୍ଷକତା କରି ଜଣେ ନିଷ୍ଠାପର ଓ ମେଳାପୀ ଶିକ୍ଷକ ଭାବେ କାର୍ଯ୍ୟରତ ରହି ଛାତ୍ରଛାତ୍ରୀଙ୍କ ପ୍ରତି ମଧ୍ୟରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ।

ବିଦାୟ କାଳୀନ ସମ୍ବର୍ଦ୍ଧନା ସଭାରେ ଚିତାମୁଣ୍ଡା ୟୁପି ସ୍କୁଲର ପ୍ରଧାନ ଶିକ୍ଷକ ଦିଗାମ୍ବର ଦଳପତିଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଗୋଷ୍ଠି ଶିକ୍ଷା ଅଧିକାରୀ ଦୟାନିଧି ପାଢ଼ୀ, ସମ୍ମାନିତ ଅତିଥି ଭାବେ ବ୍ଲକ ଶିକ୍ଷକ ସଂଘର ସଭାପତି ଭୁରିଶ୍ରବା ଜାଲ, ଏନ ପି ଏସ ଶିକ୍ଷକ ସଂଘ ର ଜିଲ୍ଲା ସମ୍ପାଦକ ବୈକୁଣ୍ଠ ଜାଲ ଉପସ୍ଥିତ ରହି ଥିବା ବେଳେ ସଭା ପରିଚାଳନା କୁଳେରଗୁଡା ୟୁପି ସ୍କୁଲର ପ୍ରଧାନ ଶିକ୍ଷକ ସଞ୍ଜୀବ କୁମାର ପାଢୀ କରିଥିବା ବେଳେ ସ୍ୱାଗତ ଭାଷଣ ଶିକ୍ଷକ ନେତ୍ରାନନ୍ଦ ଧରୁଆ ଦେଇଥିଲେ। ଏହି ଅବସରରେ ଅଵସର ନେଇଥିବା ପ୍ରଧାନ ଶିକ୍ଷକ ମଦନ ମୋହନ ନାଏକ ଙ୍କୁ ଉତ୍ତରୀୟ ଦେଇ ସମ୍ବର୍ଦ୍ଧନା ଜଣାଇବା ସହ ତାଙ୍କ ସୁସ୍ଥ ଓ ନିରାମୟ ଜୀବନ ର କାମନା କରିଥିଲେ।

ଏହି ସଭା ରେ ଅନ୍ୟ ଶିକ୍ଷକଙ୍କ ମଧ୍ୟରେ ଉଦ୍ଧବ ଧରୁଆ, ରାଜ କିଶୋର ଭୋଇ,ଅଜୟ ମେହେର, ବିପିନ ବିହାରୀ ମାଝୀ, ଶ୍ରଦ୍ଧାକର ଗୋପାଳ, ସୁବାଷ ପୁଝାରି, ହୃଷିକେଶ ରାଉତ, ରାଜ କିଶୋର ଧରୁଆ, ଧରଣୀ ଧର ପଟେଲ, ହୃଷିକେଶ ଘି ସମେତ ଗୋଷ୍ଠି ଶିକ୍ଷା ବିଭାଗ କାର୍ଯ୍ୟାଳୟ ର କର୍ମଚାରୀ ରୂପଚନ ପାତ୍ର, ଜୀବନ ଜ୍ୟୋତି ପଣ୍ଡା, କ୍ଷେତ୍ର ମୋହନ ପୁଝାରି, ବିଶେଷ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। ସଭା ଶେଷ ରେ ଶିକ୍ଷକ ଅକ୍ଷୟ କୁମାର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।