January 8, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଶିକ୍ଷକ ଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା, ଭାବ ବିହ୍ଵଳ ହେଲେ ଛାତ୍ରଛାତ୍ରୀ।


ମୋ ଟିଭି ଓଡିଶା / କଳାହାଣ୍ଡି : ୦୪/୦୮


କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ଖଇର ପଦର ସ୍ଥିତ କପିଳେଶ୍ୱର ଉଚ୍ଚ ବିଦ୍ୟାଳୟ ରେ କାର୍ଯ୍ୟ ରତ ହିନ୍ଦୀ ଭାଷା ଶିକ୍ଷକ ବାଞ୍ଛାନିଧି ପଣ୍ଡା ଚାକିରୀ ଜୀବନରୁ ଅବସର ଗ୍ରହଣ କରିଛନ୍ତି । ଏହି ଅବସର ରେ ଏକ ଅବସର କାଳୀନ ସମ୍ବର୍ଦ୍ଧନା ସଭା ବିଦ୍ୟାଳୟ ପରିସର ରେ ଅନୁଷ୍ଠିତ ହୋଇ ଯାଇଛି। ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଧ୍ରୁବ ଚରଣ ମୁଣ୍ଡ ଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ଓଷ୍ଟା କଳାହାଣ୍ଡି ଜିଲ୍ଲା ସଭାପତି ମନୋରଂଜନ ପାଣିଗ୍ରାହୀ, ସମ୍ମାନୀତ ଅତିଥି ଭାବେ ଓଷ୍ଟ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରମେଶ ଚନ୍ଦ୍ର ନାୟକ, ଧର୍ମଗଡ ବ୍ଲକ ଓଷ୍ଟା ସଭାପତି ରିଖି ରାମ ବେହେରା ପ୍ରମୁଖ ଯୋଗ ଦେଇ ବିଦାୟୀ ଶିକ୍ଷକ ଙ୍କୁ ମାନପତ୍ର, ଉପଢୌକନ ଓ ସ୍ମୃତି ଚିହ୍ନ ଦେଇ ସମ୍ବର୍ଦ୍ଧିତ କରି ଥିଲେ ।

ବିଦ୍ୟାଳୟ ଆରମ୍ଭ ଦିନ ଠାରୁ ଦିର୍ଘ ୩୬ ବର୍ଷ ଧରି ନିରବଞ୍ଛନ୍ନ ଭାବେ ସେ ବିଦ୍ୟାଳୟ ରେ ହିନ୍ଦୀ ଭାଷା ଶିକ୍ଷକ ଭାବେ ନିଜର ସର୍ବୋତ୍ତମ ସେବା ଦେଇ ଆସିଥିବା ବେଳେ ଜଣେ ଛାତ୍ର ବତ୍ସଲ ତଥା ମେଳାପି ଶିକ୍ଷକ ଭାବେ ସମସ୍ତ ଙ୍କ ପ୍ରିୟ ପାତ୍ର ରହିଥିଲେ । ଶିକ୍ଷକ ପଞ୍ଚାନନ ନାଏକ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଗୋକୁଳ ଚନ୍ଦ୍ର ନାଏକ ଧନ୍ୟବାଦ ଅର୍ପଣ କରିଥିଲେ ।

ଶିକ୍ଷକ ରାଧାମୋହନ ପାଣିଗ୍ରାହୀ, ହିତାଂଶୁ ଟୋଲଟିଆ , ରୋଜି କୁମାରୀ ଚୌଧୁରୀ, ମାନିନୀ ମେହେର,ଶ୍ୟାମ ଚରଣ ଚଣ୍ଡୀ, ରଞ୍ଜନ ରଶ୍ମୀ ସେଠୀ, ବ୍ରଜ କିଶୋର ରାଉତ ଓ ଅନ୍ୟମାନେ କାର୍ଯ୍ୟକ୍ରମ ଆୟୋଜନ ରେ ସହ ଯୋଗ କରିଥିଲେ ।
ରିପୋର୍ଟ—ସନତ କୁମାର ପ୍ରଧାନୀ

Latest news
ଆଜିଠାରୁ ତିନି ଦିନିଆ ଜାତୀୟ ପ୍ରବାସୀ ଭାରତୀୟ ଦିବସ । ସମସ୍ତଙ୍କ ସୁରକ୍ଷା ଓ ନିରାପଦକୁ ଦୃଷ୍ଟି ଦିଆଯାଉଛି ବୋଲି କହିଲ... ପ୍ରବାସୀ ଭାରତୀୟ ସମ୍ମେଳନ: ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱର ଯୁବକଙ୍କୁ ବୀଭତ୍ସ ହତ୍ୟା । ଇସ୍ରୋର ନୂଆ ଅଧ୍ୟକ୍ଷ ହେଲେ ଭି.ନାରାୟଣନ । ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଦିଲ୍ଲୀର ରାଷ୍ଟ୍ରୀୟ ସ୍ମୃତି ପରିସରରେ ନିର୍ମାଣ ହେବ ଦିବଙ୍ଗତ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସମାଧି । ଆଜିଠୁ ଆରମ୍ଭ ହେଉଛି ପ୍ରବାସୀ ଭାରତୀୟ ଦିବସ। ଏକକାଳୀନ ୧୪୮ଜଣ ବରିଷ୍ଠ ଓଏଏସ୍ ଅଫିସରଙ୍କୁ ବଦଳି । ପୁଣି ବାଘକୁ ନେଇ ମୁହାଁମୁହିଁ ଓଡ଼ିଶା ପଶ୍ଚିମବଙ୍ଗ। ୪-୫ଦିନ ମଧ୍ୟରେ ଚାଷୀଙ୍କୁ ମିଳିବ କ୍ଷତିପୂରଣ ରାଶି ।