ମୋ ଟିଭି ଓଡିଶା / ଆଗରପଡ଼ା : ତା୩୧/୭:
ଆଗରପଡ଼ା ସରକାରୀ ବାଳିକା ହାଇସ୍କୁଲ ପ୍ରଧାନଶିକ୍ଷକ ବିପିନ୍ ବିହାରୀ ପାଢୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । ହାଇସ୍କୁଲ ପରିସରରେ ଅନୁଷ୍ଠିତ ବର୍ଣ୍ଣାଢ୍ୟ ସମାରୋହରେ ବନ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ପ୍ରଫୁଲ୍ଲ ସାହୁ,ଶିକ୍ଷାବିତ୍ ଶଶିଶେଖର କରଶର୍ମା,କୃଷ୍ଣଚରଣ ବିଦ୍ୟାମନ୍ଦିର ପ୍ରଧରନଶିକ୍ଷକ ଶରତ ଜେନା,କୃପାସିନ୍ଧୁ ହାଇସ୍କୁଲ ପ୍ରଧାନଶିକ୍ଷକ ବିମଳ ଦାସ,ବାଲିପୋଖରୀ ହାଇସ୍କୁଲ ପ୍ରଧାନଶିକ୍ଷକ ପ୍ରଶାନ୍ତ ସାହୁ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ । ସହକାରୀ ଶିକ୍ଷକ ଅଜିତ ରାଉଳଙ୍କ ସଂଯୋଜନାରେ ଆୟୋଜିତ ସମାରୋହରେ ଷ୍ଟାଣ୍ଡିଂ କମିଟି ସଭାପତି ତଥା ସରପଂଚ ପ୍ରକାଶ ବିଶ୍ୱାଳ,ପରିଚାଳନା କମିଟି ସଭାନେତ୍ରୀ ବର୍ଷାରାଣୀ ମଲ୍ଲିକ,ସଭ୍ୟ ତଥା ସାମ୍ବାଦିକ ଅକ୍ଷୟ ସିଂହ,ହରିହର ପାଣିଗ୍ରାହୀ,ଦୋଳଗୋବିନ୍ଦ ନାଥ ପ୍ରମୁଖ ଅବସରପ୍ରାପ୍ତ ପ୍ରଧାନଶିକ୍ଷକଙ୍କ ଗୁଣାବଳୀ ସଂପର୍କରେ ଆଲୋଚନା କରିଥିଲେ । ଭୀମସେନ ପାଲ,ବନଜିନୀ ନାୟକ,ଭାଗ୍ୟଶ୍ରୀ ପଣ୍ଡା,କୈଳାସ ପଣ୍ଡା,ସାଗରୀକା ମହାନ୍ତି,ସାବିତ୍ରୀ ଦାଶ,ପ୍ରମୋଦିନୀ ସାହୁ,ରଂଜିତା ଶିଅଳ,ବିଦ୍ୟୁତଲତା ଦାସ,ସୁଶାନ୍ତ ଜେନା,ଇତିଶ୍ରୀ ସାହୁ ପ୍ରମୁଖ ବିଭିନ୍ନ କାର୍ଯ୍ୟକ୍ରମ ସଂପାଦନା କରିଥିଲେ ।
ଅବସରକାଳୀନ ସମ୍ବର୍ଦ୍ଧନା ସଭା(ଫଟୋ)
ଆଗରପଡ଼ା,ତା୩୧/୭:ବନ୍ତ ବ୍ଲକ ତୋଡ଼ଙ୍ଗା ପଂଚାୟତ ଚିନାମାଳୀରେ ଅବସ୍ଥିତ ବାସୁଦେବ ଜିଉ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସହକାରୀ ଶିକ୍ଷକ ଗଣେଶ ପ୍ରସାଦ ସାହୁଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଚିନାମାଳୀ ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ଓଲଷ୍ଟା ଯୁଗ୍ମ ସଂପାଦକ ପ୍ରଣୟ ସିଂହଙ୍କ ସଭାପତିତ୍ୱ ଓ ସହ ସଂପାଦକ ଜଗନ୍ନାଥ ମଲ୍ଲିକଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ବ୍ଳକ ଗୋଷ୍ଠୀ ସଂଯୋଜକ ହରେକୃଷ୍ଣ ଆପଟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଭଣ୍ଡାରିପୋଖରୀ ସାଙ୍ଗଠନିକ ନେତା ଓ ବିଶିଷ୍ଠ ଶିକ୍ଷାବିତ୍ ସୁଧାଂଶୁ ଶେଖର ନାୟକ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ । ତୋଡ଼ଙ୍ଗା ସରପଂଚ ମାନସ ରଂଜନ ପହି ,ସମିତିସଭ୍ୟ ଚିତ୍ତରଜଂନ ଦାସ,ସିଆରସିସି ଶୁଭ୍ର ପ୍ରକାଶ ରାଉତ,ଓଲଷ୍ଟା ବ୍ଲକ ସଭାପତି ଅନିରୁଦ୍ଧ ଜେନା,ରାଜ୍ୟ ଉପସଭାପତି ଅଶୋକ ରାଉତ,ଜିଲ୍ଲା ସଂପାଦକ ଉପେନ୍ଦ୍ର ବିଶ୍ୱାଳ,ପୂର୍ବତନ ରାଜ୍ୟ ଯୁଗ୍ମ ସଂପାଦକ ରୋହିତ ଜେନା,ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ଭାସ୍କର ଚନ୍ଦ୍ର ପାଢୀ,କେନ୍ଦୁଆପଦା ଉଚ୍ଚ ବିଦ୍ୟାଳୟ ପ୍ରଧାନଶିକ୍ଷକ ଶଶୀଭୂଷଣ କରଶର୍ମା,ଡ଼ଗରପଡ଼ା ଉଚ୍ଚ ବିଦ୍ୟାଳୟ ପ୍ରଧାନଶିକ୍ଷକ ଅରୁଣ ବେହୁରିଆ,ବନ୍ତ ପ୍ରାଥମିକ ଶିକ୍ଷକ ଫେଡ଼େରେସନ ସଂପାଦକ ଧର୍ମେନ୍ଦ୍ର ନାରାୟଣ ଜେନା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ ଉଚ୍ଚ ବିଦ୍ୟାଳୟ ପ୍ରଧାନଶିକ୍ଷକ କିଶୋର ଚନ୍ଦ୍ର ଜେନା,ସଭାପତି ତୁଶାର ଜେନା,ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ଅନ୍ନପୂର୍ଣ୍ଣା ଦେ,ସଭାପତି ପ୍ରଦିପ ସାହୁଙ୍କ ସମେତ ଉଭୟ ବିଦ୍ୟାଳୟ ଶିକ୍ଷକ/ଶିକ୍ଷୟିତ୍ରୀ,ପରିଚାଳନା କମିଟି ସଭ୍ୟ/ସଭ୍ୟା,ପୁରାତନ ଛାତ୍ରଛାତ୍ରୀ ପ୍ରମୁଖ ସହଯୋଗ କରିଥିଲେ ।
ଆବାସ ଅସମ୍ପୂର୍ଣ୍ଣ ହିତାଧିକାରୀଙ୍କୁ ଅର୍ଥ ଫେରସ୍ତ ନିମନ୍ତେ ନୋଟିସ
ଆଗରପଡ଼ା,ତା୩୧/୭:ବନ୍ତ ବ୍ଲକର ୨୫ଟି ପଂଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଆଦୌ ଘର କାର୍ଯ୍ୟ ଆରମ୍ଭ କରିନଥିବା ଏବଂ ଅସମ୍ପୂର୍ଣ୍ଣ ରଖିଥିବା ହିତାଧିକାରୀ ଟଙ୍କା ଫେରସ୍ତ କରିବାକୁ ବ୍ଳକ ପ୍ରଶାସନ ପକ୍ଷରୁ ନୋଟିସ ଜାରୀ କରାଯାଇଥିବା ଜଣାପଡ଼ିଛି । ପ୍ରକାଶ ଯେ;୨୦୨୧-୨୨ ଓ ୨୦୨୨-୨୩ ଆର୍ଥିକ ବର୍ଷରେ ଏହି ଯୋଜନାରେ ବ୍ଲକରେ ମୋଟ ୩୧୨୨ଗୃହ ମଂଜୁର ହୋଇଥିଲା । ସେଥିମଧ୍ୟରୁ ୩୦୭୮ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ପ୍ରଦାନ ସହ ପ୍ରଥମ କିସ୍ତି ବାବଦରେ ୪୦ହଜାର ଲେଖାଏଁ ଟଙ୍କା ପ୍ରଦାନ କରାଯାଇଥିଲା । ସେଥିମଧ୍ୟରୁ ସୂଚନା ଅନୁଯାୟୀ ୧୬୭୫ ହିତାଧିକାରୀ ଘର ସମ୍ପୂର୍ଣ୍ଣ କରିଥିବା ବେଳେ ୧୪୦୩ ହିତାଧିକାରୀଙ୍କ ଘର କାର୍ଯ୍ୟ ଅସମ୍ପୂର୍ଣ୍ଣ ରହିଛି । ବର୍ତ୍ତମାନ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶାନୁସାରେ ଘର କାର୍ଯ୍ୟ କରୁନଥିବା ଏବଂ ଅସମ୍ପୂର୍ଣ୍ଣ ରଖିଥିବା ହିତାଧିକାରୀମାନେ ନେଇଥିବା ଟଙ୍କା ଫେରସ୍ତ କରିବାକୁ ବ୍ଳକ ପ୍ରଶାସନ ପକ୍ଷରୁ ନୋଟିସ ଜାରି ହୋଇଥିବାର ଜଣାପଡ଼ିଛି । ଅର୍ଥ ଫେରସ୍ତ ନକଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜଣାପଡ଼ିଛି
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।