February 24, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଖାଉଟିର ହାଣ୍ଡିଶାଳ ଉପରେ ପଡିଛି ଚଡକ

ମୋ ଟିଭି ଓଡିଶା / ଭୁବନେଶ୍ୱର :

ସାଧାରଣ ଖାଉଟିର ହାଣ୍ଡିଶାଳ ଉପରେ ପଡିଛି ଚଡକ। ଆକାଶଛୁଆଁ ହୋଇ ଯାଇଛି କଞ୍ଚା ପରିବା ଦର । କୌଣସି ବି ପରିବା ୫୦ ଟଙ୍କା ତଳକୁ ନ ଥିବା ବେଳେ ଗରିବ ଓ ମଧ୍ୟବିତ୍ତ ପରିବାର କିପରି ଚଳିବେ ତାକୁ ନେଇ ସମସ୍ୟା ଦେଖାଦେଇଛି । ହୁ ହୁ ହୋଇ ବଢ଼ିବାରେ ଲାଗିଛି ବଜାରରେ ପନିପରିବା ଦର । ସରକାରୀ ଘୋଷଣା ପୂର୍ବରୁ ଆକାଶ ଛୁଆଁ ହେଲାଣି ଦର । ଖାଉଟି ସମ୍ପୂର୍ଣ୍ଣ ଭାବରେ ହନ୍ତସନ୍ତ ଏବଂ ଏହାକୁ ନେଇ ବର୍ତ୍ତମାନ ଚିନ୍ତାରେ ଲୋକେ । ନିତ୍ୟ ବ୍ୟବହାର୍ଯ୍ୟ ଖାଦ୍ୟ ସାମଗ୍ରୀର ଦର ବଢିବ ଯୋଗୁଁ ହନ୍ତସନ୍ତ ହେଉଛନ୍ତି ଲୋକେ । ପନିପରିବା ଦର ବର୍ତ୍ତମାନ ଆକାଶ ଛୁଆଁ ହେବାରେ ଲାଗିଛି । ଏହାର ସିଧାସଳଖ ପ୍ରଭାବ ପଡୁଛି ସାଧାରଣ ଜନତାଙ୍କ ଉପରେ ।

ସୂଚନାଯୋଗ୍ୟ ଯେ ପରିବା ବର୍ତ୍ତମାନ ସୁଦ୍ଧା ମାର୍କେଟ କୁ ଭଲ ଭାବରେ ସପ୍ଲାଇ ହୋଇ ନାହିଁ, ତେଣୁ ପରିବା ଏବଂ ଆଳୁ ପିଆଜର ଅଭାବୀ ଦେଖା ଦେଇଥିବାରୁ ଏହାର ଦରବୃଦ୍ଧି ପାଇଛି । ହଠାତ୍ ଏଭଳି ଦରବୃଦ୍ଧି ସହରବାସୀଙ୍କୁ ବିଚଳିତ କରିବା ସହ ସେମାନଙ୍କ ଘରୋଇ ବଜେଟ ଉପରେ ଚଡ଼କ ପକାଇଛି । ଏହାକୁ ନେଇ ଚିନ୍ତାରେ ବର୍ତ୍ତମାନ ସାଧାରଣ ଲୋକ ସମ୍ପୂର୍ଣ୍ଣ ଭାବେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ପରିବା କିଣିବେ କି ନାହିଁ ତାହା ଭାବି ମଧ୍ୟ ଚିନ୍ତାରେ ଲୋକେ । ପ୍ରତ୍ୟେକ ଦିନ ଆଶ୍ଚର୍ଯ୍ୟ ଜନକ ଭାବେ ପରିବା ଦର ବୃଦ୍ଧି ଗ୍ରାହକଙ୍କୁ ଅଡୁଆରେ ପକାଇଛି ଏବଂ ପ୍ରତ୍ୟକ ଦିନ ୫ ରୁ ୧୦ ଟଙ୍କା ଦର ବୃଦ୍ଧି ହେଉଛି । ତେବେ ଫୁଲକୋବି ୮୦ ଟଙ୍କା କିଲୋ ହୋଇଥିବା ପୋଟଳ କିଲୋ ୬୦ ଟଙ୍କା, ବାଇଗଣ ୬୦ ଟଙ୍କା, ବନ୍ଧାକୋବି ୬୦ଟଙ୍କା, ଭେଣ୍ଡି ୫୦ ଟଙ୍କା ଟମାଟୋ ୮୦ ରୁ ନେଇ ୯୦ ଟଙ୍କା କିଲୋ, କଦଳୀ କିଲୋ ୭୦ ଟଙ୍କା, ମାଟି ଆଳୁ ୧୦୦ ଟଙ୍କା ଏବଂ କାଙ୍କଡ଼ ୧୦୦ ଟଙ୍କା, କଲରା ୯୦ ଟଙ୍କା କିଲୋ ବିକ୍ରି ହେଉଛି ।

ସପ୍ତାହେ ତଳେ ୪୦ ଟଙ୍କା କିଲୋରେ ମିଳୁଥିବା ପିଆଜ ବର୍ତ୍ତମାନ କିଲୋ ପିଛା ୫୦ ଟଙ୍କାରେ ପହଞ୍ଚିଛି ଏବଂ ଆଳୁ ମଧ୍ୟ ୪୦ ଟଙ୍କା ପାର କରିଛି । ତେବେ ସମସ୍ତ ପନିପରିବା ସହ ପିଆଜ ଓ ଆଳୁ ଦର ହୁ ହୁ ହୋଇ ବଢି ଥିବାରୁ ଏକ ଅପ୍ରତ୍ୟାଶିତ ସଙ୍କଟର ସମ୍ମୁଖୀନ ହେଉଛନ୍ତି ସହର ବାସୀ । ହଠାତ୍ ଏଭଳି ଦରବୃଦ୍ଧି ରାଉରକେଲା ସହରବାସୀଙ୍କ ହାଣ୍ଡିଶାଳରେ ଅଭାବୀ ସଙ୍କଟ ସୃଷ୍ଟି କରିଛି ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।