MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ରାସ୍ତା କଡ଼ ଇଲେକ୍ଟ୍ରି ଟ୍ରାନ୍ସଫର୍ମର କୁ ଧକାଦେଲା ପରିବା ବୋଝଇ ପିକଅପ, ଜଣେ ମୃତ, ଚାଳକ ଆହାତ

ଗଞ୍ଜାମ ଜିଲ୍ଲା ପୋଲସରା ଥାନା ହୀରାପଲ୍ଲୀ ଛକ ନିକଟ ଗୋଟିଏ ପରିବା ବୋଝେଇ ପିକଅପ ଭେନ ରସ୍ତାକଡ଼ ରେ ଥିବା ଇଲେକ୍ଟ୍ରି ଟ୍ରାନ୍ସଫର୍ମର କୁ ଧକ୍କା ଦେଇ ଓଲଟି ପଡିଛି l ଦୁର୍ଘଟଣା ରେ ଚାଳକ ଆହାତ ହୋଇଥିବା ବେଳେ ବ୍ୟବସାୟୀ ଙ୍କ ମୃତ୍ୟୁ ହୋଇଛି l ମୃତ ବ୍ୟବସାୟୀ ନୟାଗଡ଼ ଜିଲ୍ଲା ପୋଖରା ର ଦୀନବନ୍ଧୁ ସାହୁ ହୋଇଥିବା ଜଣାପଡିଛି l

ଆଜି ଭୋର ରୁ ପରିବା ନେଇ ପୋଲସରା ଅଭିମୁଖେ ଆସିବା ସମୟରେ ଭାରସାମ୍ୟ ହରାଇ ରାସ୍ତାକାଡ଼ ଇଲେକ୍ଟ୍ରି ଟ୍ରାନ୍ସଫରମର କୁ ଧକ୍କା ଦେଇଛି l ଦୁର୍ଘଟଣା ପରେ ଉଭୟ ଙ୍କୁ ସ୍ଥାନୀୟ ଲୋକେ ଉଧାରକରି ଚିକିତ୍ସା ନିମନ୍ତେ ପୋଲସରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତି କରିଥିବା ବେଳେ ଏଠାରେ ଡାକ୍ତର ଦୀନବନ୍ଧୁ ଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି l ଖବରପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଚଳାଇଛି l


ଗଞ୍ଜାମ ରୁ ଭଗବାନ ପାଢ଼ୀ ଙ୍କ ରିପୋର୍ଟ

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।