February 24, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ବିଜେଡି ଓ ବିଜେପିର ଦୁଇ ହେବିୱେଟ ନେତାଙ୍କ ରୋଡ ସୋ ।

ଓଟିଭି ଓଡିଶା : ଭୁବନେଶ୍ୱର : ଆଜି ନିର୍ବାଚନ ପ୍ରଚାରରେ ଦୁଲୁକିବ ରାଜଧାନୀ। ବିଜେଡି ଓ ବିଜେପିର ଦୁଇ ହେବିୱେଟ ନେତାଙ୍କ ରୋଡ ସୋ । ଭୁବନେଶ୍ୱରରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ରୋଡ୍‌‌ ଶୋ କରିଛନ୍ତି। ମାଉସୀ ମା ମନ୍ଦିର ଛକରୁ ରୋଡ ଶୋ ଆରମ୍ଭ ହୋଇ ଲିଙ୍ଗରାଜ ମନ୍ଦିର ପର୍ଯ୍ୟନ୍ତ ହୋଇଛି। ସାଂସଦ ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ ଓ ଏକାମ୍ର ବିଧାୟକ ପ୍ରାର୍ଥୀ ବାବୁ ସିଂ ନଡ୍ଡାଙ୍କ ସହ ରୋଡ ଶୋ ରେ ସାମିଲ ହୋଇଥିଲେ। ଶୋଭାଯାତ୍ରା ପରେ ଜେପି ନଡ୍ଡା ମହାପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରି ଆଶୀର୍ବାଦ ନେଇଛନ୍ତି। ଏହାପରେ ଅପରାହ୍ନରେ ପଦ୍ମପୁରରେ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇ ଉଦବୋଧନ ଦେବେ ନଡ୍ଡା। ସାଢେ ୩ଟାରେ ସୁନ୍ଦରଗଡରେ ହେବାକୁ ଥିବା ବିଜୟ ସଂକଳ୍ପ ସମାବେଶରେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି।

ଆଜି ସନ୍ଧ୍ୟାରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଗଙ୍ଗନଗର ଛକରୁ ମେଗା ରୋଡ ସୋରେ ବାହାରିବେ। ଏକାମ୍ରର କିଛି ଅଞ୍ଚଳ ଓ ମଧ୍ୟ ନିର୍ବାଚନମଣ୍ଡଳୀର ଏକାଧିକ ସ୍ଥାନରେ ପାୱାର ସୋ କରିବାର କାର୍ଯ୍ୟକ୍ରମ ରହିଛି। ଏହି ସମୟରେ ସାଧାରଣ ଲୋକଙ୍କ ଗମନାଗମନକୁ ଦୃଷ୍ଟିରେ ରଖି କମିଶନରେଟ୍ ପୁଲିସ୍ ପକ୍ଷରୁ ଟ୍ରାଫିକ୍ କଟକଣା ଜାରି କରାଯାଇଛି। ଅପରାହ୍ନ ସାଢେ ୪ଟାରୁ ରୋଡ୍ ସୋ ସରିବା ପର୍ଯ୍ୟନ୍ତ ଗଙ୍ଗନଗର ଛକଠାରୁ  ରୋଡ୍ ସୋ ହେବାକୁ ଥିବା ରାସ୍ତା ଦେଇ କୌଣସି ପ୍ରକାର ଯାନବାହନ ଯିବା ଆସିବା କରିପାରିବନାହିଁ। ଉକ୍ତ ରାସ୍ତାକୁ ସଂଯୋଗ କରୁଥିବା ସମସ୍ତ ଗଳି ରାସ୍ତାରୁ କୌଣସି ଗାଡିମଟର ଉକ୍ତ ରାସ୍ତାକୁ ଯିବାକୁ ଛଡାଯିବ ନାହିଁ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।