ବାଲିଗୁଡା,(ମୋ ଟିଭି ଓଡିଶା/ସଞ୍ଜୟ କୁମାର ପାଣିଗ୍ରାହୀ):
କନ୍ଧମାଳ ଜିଲ୍ଲା ବାଲିଗୁଡା ପୋଲିସକୁ ମିଳିଛି ଏକ ବଡ ସଫଳତା । ଦିନ ଦ୍ବିପହରରେ ଲୁଟ ହୋଇଥିବା ରୂପା ଅଳଙ୍କାର ଜବତ ହେବା ସହ ଜଣେ ମାଷ୍ଟର ମାଇଣ୍ଡ ଲୁଟେରାକୁ ବାଲିଗୁଡା ପୋଲିସ ଗିରଫ କରିଛି । ଏ ନେଇ ବାଲିଗୁଡା ଥାନରେ ବାଲିଗୁଡା ଏସଡ଼ିପିଓ ରାହୁଲ ଗୋଏଲ ଏହି ଲୁଟର ବିସ୍ତୃତ ସୂଚନା ଦେଇଛନ୍ତି । ଲୁଟେରା ମାଷ୍ଟର ମାଇଣ୍ଡ ଜଣକ ଗଞ୍ଜାମ ଜିଲ୍ଲାର ଆସ୍କା ଥାନା ଥାନା ଅଞ୍ଚଳର ବୋଲି ପୋଲିସ କହିବା ସହ ତା ନିକଟରୁ ଚୋରି ହୋଇଥିବା ୭ କିଲୋ ଗ୍ରାମ ରୂପା ଅଳଙ୍କାର ଜବତ ହୋଇଛି । ଏହି ଲୁଟର ମାଷ୍ଟର ମାଇଣ୍ଡ ଜଣକ ଗଞ୍ଜାମ ଜିଲ୍ଲାର ହୋଇଥିବା ବେଳେ ତା ନାମରେ ବିଭିନ୍ନ ଜିଲ୍ଲାରେ ଲୁଟ ଅଭିଯୋଗରେ ଅନେକ ମାମଲା ରହିଛି । ଏହି ଲୁଟ ଘଟଣାରେ ଅନ୍ୟ ଅଭିଯୁକ୍ତ ସାମିଲ ରହିଛନ୍ତି । ସେମାନଙ୍କୁ ଧରିବା ଲାଗି ବାଲିଗୁଡା ପୋଲିସ ଏବେ ବି ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖୁଛି । ତେଣୁ ଗିରଫ ହୋଇଥିବା ମାଷ୍ଟର ମାଇଣ୍ଡର ଠିକଣା ଗୋପନୀୟ ରଖାଯାଇଛି ବୋଲି ବାଲିଗୁଡା ଏସଡ଼ିପିଓ ରାହୁଲ ଗୋଏଲ କହିଛନ୍ତି । ପୋଲିସର କହିବା ଅନୁଯାୟୀ, ଗତ ମାସ ୨୪ ତାରିଖରେ ବାଲିଗୁଡାର ରୂପା ବ୍ୟବସାୟୀ ସନ୍ୟାସୀ ନାୟକ ଏକ ରୂପା ଭର୍ତି ବ୍ୟାଗ ଧରି ବ୍ୟବସାୟ ଲାଗି ଯାଉଥିବା ସମୟରେ ପାଟଖଣ୍ଡା ସାହିରେ ଦୁଇଟି ବାଇକରେ ୩ ଜଣ ଲୁଟେରା ଆସି ତାଙ୍କ ଠାରୁ ରୂପା ବ୍ୟାଗ ଲୁଟି ନେଇ ପଳାଇଥିଲେ ।

ଏ ନେଇ ସନ୍ୟାସୀ ନାୟକ ବାଲିଗୁଡା ଥାନାରେ ଅଭିଯୋଗ କରିବା ପରେ ପୋଲିସ ୧୧୯/୨୦ରେ ଏକ ମାମଲା ରୁଜୁ କରିବା ସହ ଥାନା ଅଧୂକାରୀ ସୁଶାନ୍ତ କୁମାର ସାହୁ ଲୁଟର ତନାଘନା ଆରମ୍ଭ କରିଥିଲେ । ଅଭିଯୁକ୍ତକୁ ଧରିବା ଲାଗି ବାଲିଗୁଡା ପୋଲିସ ଏକ ଟିମ ଗଠନ କରି ସି ସି ଟି ଭି କ୍ୟାମେରାରେ କଏଦ ହୋଇଥିବା ଅଭିଯୁକ୍ତ ଫଟୋକୁ ଆଧାର କରି ପୋଲିସ ମାଷ୍ଟର ମାଇଣ୍ଡ ଲୁଟେରାକୁ କାବୁ କରିବାରେ ସଫଳ ହୋଇଥିଲା । ଅନ୍ୟ ଲୁଟେରା ମାନଙ୍କୁ ଧରିବା ଲାଗି ବାଲିଗୁଡା ପୋଲିସ ଏବେ ବି ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଥିବା ଜଣାପଡିଛି l
More Stories
ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ।
ପୂର୍ବତନ ସେନା କର୍ମଚାରୀଙ୍କ ଜଘନ୍ୟ କାଣ୍ଡ ।
ଆମପାଣି ସରକାରୀ ଏସ୍ଏସଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୭୫ ତମ ବାର୍ଷିକ ଉତ୍ସବ ପାଳିତ।