MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ରାଜାମୁଡା ଗାଁ ରେ ଡକାୟତି, ମାରଣାସ୍ତ୍ର ଦେଖାଇ ଲୁଟିନେଲେ ସୁନାଗହଣା ସହ ଲକ୍ଷାଧିକ ଟଙ୍କା।


ମୋ ଟିଭି ଓଡିଶା / କଲହାଣ୍ଡି : ୦୮/୦୭


କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅଞ୍ଚଳରେ ପୁଣି ସକ୍ରିୟ ହୋଇଛନ୍ତି ଡକାୟତ ଗ୍ୟାଙ୍ଗ। ଗତ ବିଳମ୍ବିତ ରାତିରେ ରାଜାମୁଡା ଗାଁର ରତନ ରଣାଙ୍କ ଘରେ ୭ ଜଣ ଦୁର୍ବୁର୍ତ୍ତ ମାରଣାସ୍ତ୍ର ଦେଖାଇ ୧୦ ଭରି ସୁନା ଗହଣା ସହ ୪ ଲକ୍ଷ ନଗଦ ଟଙ୍କା ଲୁଟିନେଇଥିବା ଜୟପାଟଣା ଥାନାରେ ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ ରତନ ଓ ତାଙ୍କ ପରିବାର ରାତିରେ ଶୋଇଥିବା ବେଳେ ୭ ଜଣ ଦୁର୍ବୁର୍ତ୍ତ କଲା ମୁଖା ପିନ୍ଧି ଘରର ଗ୍ରୀଲ ଭାଙ୍ଗି ଭିତରକୁ ଧସେଇ ପଶି ଯାଇଥିଲେ। ପରିବାର ଲୋକଙ୍କୁ ଧାରୁଆ ଅସ୍ତ୍ର ଦେଖାଇ ଭୟଭୀତ କରିଥିଲେ। ପରେ ରତନଙ୍କ ବୋହୁଙ୍କ କୋଠରୀରେ ଥିବା ଗଡ଼ରେଜରୁ ୧୦ ତୋଳା ସୁନା ଗହଣା ସହ ରତନଙ୍କ ଶେଜ ତଳେ ଥିବା ୪ ଲକ୍ଷ ଟଙ୍କା ନେଇଥିବା ରତନ କହିଛନ୍ତି। ଦୁର୍ବୁର୍ତ୍ତ ମାନେ ଓଡ଼ିଆ ଭାଷାରେ କଥାବାର୍ତ୍ତା ହେଉଥିବା ବେଳେ ରତନ ଏବଂ ତାଙ୍କ ସ୍ତ୍ରୀଙ୍କୁ ଛୁରୀରେ ଆକ୍ରମଣ କରିଥିଲେ ।

ଅଭିଯୋଗ ପରେ ଘଟଣା ସ୍ଥଳ ରେ ଜୟପାଟଣା ପୋଲିସ, ସାଇଫିଣ୍ଟିକ ଟିମ ଓ ଡ଼ଗସ୍ବାଡ଼ ପହଂଚି ଘଟଣାର ଛାନଭିନ ଚଳାଇଛନ୍ତି।ଏଠାରେ ପ୍ରକାଶ ଥାଉକି କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲା ସୀମାନ୍ତ ଢୁଲୁଘାଟି ଘାଟି ଖୋଲିବା ପରେ ଏହି ଘାଟି ଅସାମାଜିକ ବ୍ୟକ୍ତି ବିଶେଷଙ୍କ ଆଡ୍ଡା ସାଜିଛି।କିଛିଦିନ ତଳେ ଏହି ଅଞ୍ଚଳରେ ଏଭଳି ଲୁଟ ହୋଇଥିଲା।ବର୍ତ୍ତମାନ କିଛି ଦିନ ନୀରବତା ପରେ ପୁଣି ସେଇଭଳି ଡକାୟତି ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି କରିଛି।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।