January 25, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ରାଉରକେଲା – ହାଓଡା ବନ୍ଦେ ଭାରତ ଶୁଭାରମ୍ଭବନ୍ଦେ ଭାରତ ଏକ୍ସେପ୍ରେସ ଏକ ବିକଶିତ ଭାରତର ପ୍ରତୀକ :  ରାଜ୍ୟପାଳ


ରାଉରକେଲା  : ୧୫/ ୯/ ୨୪ : ରାଉରକେଲା- ହାଓଡା
ବନ୍ଦେ ଭାରତ ଏକ୍ସପ୍ରେସକୁ  ଆଜି ଆଭାସୀ ମାଧ୍ୟମରେ  ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି l ଏହି ଅବସରରେ  ରାଉରକେଲା ରେଳ ଷ୍ଟେସନ ରେ ଆୟୋଜିତ କାର୍ଯ୍ୟକ୍ରମରେ  ଓଡିଶାର ମାନ୍ୟବର  ରାଜ୍ୟପାଳ ଶ୍ରୀଯୁକ୍ତ ରଘୁବର ଦାସ , କେନ୍ଦ୍ରୀୟ ମନ୍ତ୍ରୀ ଶ୍ରୀ ଜୁଏଲ ଓରାମ  ଉପସ୍ଥିତ ଥିଲେ l


ଏହି ଅବସରରେ ମାନ୍ୟବର ରାଜ୍ୟପାଳ ଶ୍ରୀଯୁକ୍ତ ରଘୁବର ଦାସ  କହିଛନ୍ତି ଯେ ୨୧ ତମ ଶତାବ୍ଦୀରେ ଭାରତର ଏକ ସ୍ଥାନ ରୁ ଅନ୍ୟ ସ୍ଥାନକୁ ଯାତାୟାତ ସୁଗମ କରିପାରିଲେ  ହିଁ ବିକାଶ ଦ୍ରୁତ ଗତିରେ ହୋଇ ପାରିବ l  ଲୋକଙ୍କ ଜୀବନ ସ୍ତରକୁ  ସ୍ପିଡ ବା  ଗତି ସୁଗମ ଓ ବ୍ୟବସ୍ଥିତ କରିପାରିବ l ଦେଶ  ସ୍ବାଧୀନ ହେବା ପରେ ବାମ୍ଫ ଚାଳିତ ଇଂଜିନରୁ ଆରମ୍ଭ କରି ଆଜି ୫୨ ସେକେଣ୍ଡ ରେ ୧୦୦ କିମି ପ୍ରତି ଘଣ୍ଟା ବେଗରେ ଗତି କରୁଥିବା ସ୍ବଦେଶୀ ବନ୍ଦେ ଭାରତ ଟ୍ରେନ ଦେଶରେ ଆରମ୍ଭ ହୋଇଯାଇଛି l   ଦେଶକୁ ଦ୍ରୁତ ଗତିରେ ବିକାଶ ଆଡକୁ ଗତି କରିବା ଲାଗି  ସବୁ ସ୍ତରରେ ଯୋଗାଯୋଗର ମାଧ୍ୟମକୁ ସୁଗମ କରିବାକୁ ପଡିବ l ଏଥିପାଇଁ  ଆବଶ୍ୟକ ଭିତ୍ତିଭୂମିକୁ ମଜବୁତ କରିବାକୁ ପଡିବ l

ମାନ୍ୟବର ରାଜ୍ୟପାଳ କହିଛନ୍ତି ଯେ ବନ୍ଦେ ଭାରତ  ଏକ୍ସପ୍ରେସ ଏକ ବିକଶିତ ଭାରତର ପ୍ରତୀକ l ବନ୍ଦେ ଭାରତ ନୂତନ ଉତ୍ସାହ ର ପ୍ରତୀକ l  ଏହି ବନ୍ଦେ ଭାରତ ଅତି ଶୀଘ୍ର ଦେଶର ସବୁ ପ୍ରମୁଖ ସ୍ଥାନ କୁ ସଂଯୋଗ କରିପାରିବ l  ଓଡିଶାରେ ଭାରତୀୟ ରେଳବାଇ ପକ୍ଷରୁ ଆଜି ୨ ଟି ବନ୍ଦେ ଭାରତ ଏକ୍ସପ୍ରେସ ର ଶୁଭାରମ୍ଭ କରାଯାଉଛି l  ରାଉରକେଲା – ହାଓଡା ବନ୍ଦେ ଭାରତ ଯାତାୟାତ ଯୋଗୁଁ ଛାତ୍ରମାନେ, ଯୁବବର୍ଗ, ବ୍ୟବସାୟୀ ମାନେ ଲାଭବାନ ହେବେ l

ଏହି ଅବସରରେ ରାଜ୍ୟପାଳ ବିଭିନ୍ନ ପ୍ରତିଯୋଗିତାରେ କ୍ରୁତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ l
ସୂଚନା ଯୋଗ୍ୟ ଯେ ରାଉରକେଲା- ହାଓଡା ବନ୍ଦେଭାରତ ଏକ୍ସପ୍ରେସ ୧୮ ତାରିଖରୁ ନିୟମିତ ଚଳାଚଳ କରିବ l

ଏହି ଅବସରରେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ, ରଘୁନାଥପଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀ, ସୁନ୍ଦରଗଡ ଜିଲ୍ଲାପାଳ ମନୋଜ ମହାଜନ, ଡିଆଇଜି ନୀତି ଶେଖର , ଦକ୍ଷିଣ-ପୂର୍ବ ରେଲଓ୍ବର ଏଜିଏମ ସ୍ବମିତ୍ର ମଜୁମଦାର,  ଚକ୍ରଧରପୁର ଡିଭିଜନର ଏଡିଆରଏମ ଅଜିତ କୁମାର ସମେତ ରେଳବାଇର ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ l

ରିପୋର୍ଟ : ଦେବେନ୍ଦ୍ର କୁମାର ଭିତ୍ରିଆ

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।