February 23, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ରୁବେନ ବାନାର୍ଜୀଙ୍କ ବହିକୁ ନେଇ ରାଜନୀତିରେ ବଡ଼ ହଲଚଲ ।

ରୁବେନ ବାନାର୍ଜୀଙ୍କ ବହି ‘ନବୀନ ପଟ୍ଟନାୟକ- The authoritative biography revised after 2024 election’କୁ ନେଇ ଏବେ ସବୁ ଆଡ଼େ ଚର୍ଚ୍ଚା । କିଭଳି ଭିକେ ପାଣ୍ଡିଆନ ବିଜେଡିକୁ ନିଜ ଅକ୍ତିଆରରେ ରଖିଥିଲେ । କିପରି ନବୀନଙ୍କୁ କବଜା କରି ରଖିଥିଲେ ଓ ବିଜେଡିରେ କେତେ ଶକ୍ତିଶାଳୀ ଥିଲେ ତାହା ଏହି ବହିରେ ଉଲ୍ଲେଖ ଅଛି ।

କୋଟେରୀ ଗ୍ରୁପ୍‌ଠାରୁ ଆରମ୍ଭ କରି ନିର୍ବାଚନ ପରିଚାଳନା ଓ ରାଜନେତାଙ୍କୁ ଅଣଦେଖା ଯାଏ ସବୁକିଛିକୁ ଏହି ବହିରେ ଲେଖିଛନ୍ତି ରୁବେନ । ଆଉ ଏହି ବହିକୁ ନେଇ ଏବେ ବିଜେଡି ଭିତରେ କନ୍ଦଳ ଦେଖାଦେଇଛି । ନେତାଙ୍କ ମଧ୍ୟରେ ବୟାନ ବାଜି ଦେଖିବାକୁ ମିଳିଛି । ପୁସ୍ତକରେ ଏଭଳି ଏକ ଚାପ୍ଟର ଅଛି ଯାହା ବେଶ ଚର୍ଚ୍ଚାରେ । ଯାହାର ନାଁ ହେଉଛି ପାଣ୍ଡିଆନ ପଜଲ୍ । ନବୀନ ଓ ବିଜେଡି ଉପରେ କିପରି ପାଣ୍ଡିଆନ୍‌ଙ୍କର ପ୍ରଭାବ ପଡିଛି ତା ଉପରେ ଏହି ପୁସ୍ତକରେ ଉଲ୍ଲେଖ କରାଯାଇଛି ।


ପାଣ୍ଡିଆନ୍ କିଛି ଆଇଏଏସ୍ ଓ ଆଇପିଏସ୍ ଅଧିକାରୀଙ୍କୁ ନେଇ କୋଟେରୀ ଗଠନ କରି ଶାସନ କଳକୁ ଅକ୍ତିଆର କରିବା ସହ ନିର୍ବାଚନ ପରିଚାଳନା କରୁଥିଲେ । ୨୦୧୯ରେ ପାଣ୍ଡିଆନ୍ ନିର୍ବାଚନ ପରିଚାଳନା କରୁଥିବା ବେଳେ ୨୦୨୪ରେ ନିଜେ ପ୍ରଚାରକୁ ଓହ୍ଲାଇଥିଲେ ଆଉ ଅଫିସରଙ୍କୁ ଭୁବନେଶ୍ୱର କଣ୍ଟ୍ରୋଲ ରୁମ୍ ଦାୟିତ୍ୱ ଦେଇଥିଲେ । ଯାହା କି ବିଜେଡି ପରାଜୟର ବଡ଼ କାରଣ ବୋଲି ରୁବେନ୍ ଲେଖିଛନ୍ତି । ୨୦୧୮ ବେଳକୁ ପାଣ୍ଡିଆନଙ୍କ ପ୍ରଭାବ ବିଜେଡ଼ି ଉପରେ ଅଧିକ ପଡିଥିଲା । ଯାହାକୁ ପରୋକ୍ଷରେ ସ୍ୱୀକାର କରିଛନ୍ତି ବିଜେଡିର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ୟ୍ୟ । ସେହିପରି ପୂର୍ବତନ ମନ୍ତ୍ରୀ ଓ ବିଜେପି ନେତା ସମୀର ରଞ୍ଜନ ଦାଶ ମଧ୍ୟ ପାଣ୍ଡିଆନଙ୍କ କୋଟେରୀର ପ୍ରାଦୁର୍ଭାବକୁ ସ୍ୱୀକାର କରିଛନ୍ତି । ୨୦୨୪ ନିର୍ବାଚନରେ ବିଜେଡି ୪୦ ଜଣିଆ ତାରକା ପ୍ରଚାରକ ତାଲିକା ଘୋଷଣା କରିଥିଲା । କିନ୍ତୁ କେବଳ ପାଣ୍ଡିଆନଙ୍କୁ ଛାଡ଼ିଦେଲେ ଆଉ କେହି ମଇଦାନରେ ନଥିଲେ । ପ୍ରଚାର ସଭା ମଞ୍ଚରେ ପାଣ୍ଡିଆନଙ୍କ ଛଡ଼ା ଅନ୍ୟ କୌଣସି ଜନ ପ୍ରତିନିଧି ରହୁନଥିଲେ । ଏହାସହ ବିଜେପି ସହିତ କିପରି ମେଣ୍ଟ କରିବାକୁ ପାଣ୍ଡିଆନ୍ ବାରମ୍ବାର ସ୍ୱତନ୍ତ୍ର ବିମାନ ଯୋଗେ ଦିଲ୍ଲୀ ଯାଇ ବିଜେପି କେନ୍ଦ୍ରୀୟ ନେତାଙ୍କୁ ଭେଟୁଥିଲେ ତାହା ରୁବେନ୍ ନିଜ ବହିରେ ଲେଖିଛନ୍ତି । ସେପଟେ ମେଣ୍ଟ ଏକ ପ୍ରକାର ସ୍ଥିର ଥିବାବେଳେ ବିଜେପି ରାଜ୍ୟ ନେତୃତ୍ୱ କେନ୍ଦ୍ରୀୟ କମିଟିକୁ ବୁଝାଇଥିଲେ ମେଣ୍ଟ ନକରିବାକୁ ।


ଲୋକ ମତ ବଦଳୁଛି, ଯଦି ମେଣ୍ଟ ହୁଏ ତେବେ କଂଗ୍ରେସ ଓଡ଼ିଶାରେ ଫାଇଦାରେ ରହିବ ବୋଲି ରାଜ୍ୟ ନେତୃତ୍ୱ ଜିଦି କରିବା ପରେ ମେଣ୍ଟ ଚର୍ଚ୍ଚା ଥମି ଥିଲା । ସେହିପରି ନବୀନଙ୍କ ଭଉଣୀ ସ୍ୱର୍ଗତ ଗୀତା ମେହେଟ୍ଟା ଚିକିତ୍ସାଧିନ ଅବସ୍ଥାରେ ପାଖ ଲୋକଙ୍କୁ ପଚାରୁଥିଲେ ଯେ ପାଣ୍ଡିଆନ୍ ଭ୍ରମିତ କରୁନାହାନ୍ତି ତ ନବୀନଙ୍କୁ । ଅର୍ଥାତ ପାଣ୍ଡିଆନଙ୍କ ଉପରେ ଗୀତା ମେହେଟ୍ଟାଙ୍କ ସନ୍ଦେହ ଥିଲା । ରାଜ୍ୟ ରାଜନୀତିର ଏଭଳି ଆହୁରି ଅନେକ ଗୁମର କଥା ରୁବେନ ବାନାର୍ଜୀ ନିଜ ପୁସ୍ତକରେ ଉଲ୍ଲେଖ କରିଛନ୍ତି ।

ମୋ ଟିଭି ଓଡିଶା, ଭୁବନେଶ୍ୱର

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।