MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଗ୍ରାମାଞ୍ଚଳ ସ୍ତରୀୟ ଭଲିବଲ ଟୁର୍ନାମେଣ୍ଟ ଉଦଘାଟିତ : ବାରଖମା ଦଳ ବିଜୟୀ


ବାଲିଗୁଡା, (ମୋ ଟିଭି ଓଡିଶା/ସଞ୍ଜୟ କୁମାର ପାଣିଗ୍ରାହୀ):

କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ମିଡିଆକିଆ ସ୍ଥିତ ବ୍ଲୁ ଷ୍ଟାର କମିଟି ଆନୁକୂଲ୍ୟରେ ଗୁରୁବାର ଗ୍ରାମାଞ୍ଚଳ ସ୍ତରୀୟ ଭଲିବଲ ଟୁର୍ନାମେଣ୍ଟ ଉଦଘାଟିତ ହୋଇଯାଇଛି l

ଏଥିରେ ମୁଖ୍ୟ ଅତିଥି ଭାବେ ବାଲିଗୁଡା ୱାର୍ଡ଼ ନଂ. ୮ର ବିଜେପି ସଭାପତି ଆଶିଷ କୁମାର ମହାପାତ୍ର ଯୋଗ ଦେଇ ଦୀପ ଧୂପ ପ୍ରଜ୍ଜଳନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରି ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ l ପ୍ରଥମ ଦିନର ଉଦଘାଟନୀ ମ୍ୟାଚ ବାରଖମା ସହିତ ସପେଲି ଗ୍ରାମ ମଧ୍ୟରେ ଆୟୋଜିତ ହୋଇଥିଲା, ଏଥିରେ ବାରଖମା ଦଳ ବିଜୟୀ ହୋଇଥିଲେ l

ଏହି ଟୁର୍ନାମେଣ୍ଟରେ ଆଖପାଖ ଅଞ୍ଚଳ ର ୧୪ ଟି ଟିମ ଅଂଶ ଗ୍ରହଣ କରୁଥିବା ବେଳେ ବିଜେତା ଦଳକୁ ୨୦ ହଜାର ଟଙ୍କା ଓ ଉପ ବିଜେତା ଦଳକୁ ୧୫ ହଜାର ଟଙ୍କା ପ୍ରଦାନ କରାଯିବ, ଏବଂ ଏହାର ଫାଇନାଲ ଖେଳ ୧୮ ତାରିଖରେ ଆୟୋଜିତ ହେବ ବୋଲି କମିଟି ପକ୍ଷରୁ କୁହାଯାଇଛି l ଏଥିରେ କମିଟିର ଅମୁଲ୍ୟ ନାୟକ, ଅରୁଣ ନାୟକ, ବୁଲୁ ନାୟକ ପ୍ରମୁଖ ସଦସ୍ୟ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ l

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।