ମୋ ଟିଭି ଓଡିଶା ବ୍ୟୁରୋ :
ଏନସିପି ନେତା ତଥା ପୂର୍ବତନ ମନ୍ତ୍ରୀ ବାବା ସିଦ୍ଦିକିଙ୍କୁ ହତ୍ୟା ପରେ ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଷ୍ଣୋଇକୁ ନେଇ ବଡ ଖବର ଏବେ ସାମ୍ନାକୁ ଆସିଛି। ମିଳିଥିବା ସୂଚନା ଆଧାରରେ ଲରେନ୍ସ ବିଷ୍ଣୋଇ ଏନଆଇଏ ସାମ୍ନାରେ ବଡ ଖୁଲାସା କରିଛି।
ବିଷ୍ଣୋଇର ଟାର୍ଗେଟରେ ସବୁଠୁ ହିଟ୍ ଲିଷ୍ଟରେ ରହିଛନ୍ତି ବଲିଉଡ ଭାଇଜାନ ସଲମାନ୍ ଖାନ୍। ସଲମାନଙ୍କୁ ହତ୍ୟା କରିବା ପାଇଁ ପ୍ଲାନ ପ୍ରସ୍ତୁତ କରିଛି ଲରେନ୍ସ। ଯେକୌଣସି ପରିସ୍ଥିତିରେ ବି ସେ ସଲମାନ ଖାନକୁ ହତ୍ୟା କରିବ ବୋଲି କହିଛି। ସଲମାନଙ୍କ ସହ ମୋଟ ୯ଜଣଙ୍କୁ ହିଟ୍ ଲିଷ୍ଟରେ ରଖିଛି ଲରେନ୍ସ।
ସେମାନେ ହେଲେ ସଗୁନପ୍ରୀତ ସିଂହ-ସିଦ୍ଧୁ ମୁସେୱାଲାଙ୍କ ମ୍ୟାନେଜର, ମନଦୀପ ଘାଲୀବାଲ-ବଂବୀହା ଗ୍ୟାଙ୍ଗର ମୁଖ୍ୟ, କୌଶଲ ଚୌଧୁରୀ-ଗ୍ୟାଙ୍ଗଷ୍ଟାର, ଅମିତ ଡାଗର-ଗ୍ୟାଙ୍ଗଷ୍ଟାର, ଲକୀ ପଟ୍ଟିୱାଲା- ବଂବୀହା ଗ୍ୟାଙ୍ଗର ମୁଖ୍ୟ ରମ୍ମି ମସାନା ଓ ଗୁରପ୍ରୀତ ରେଖାଁ।
ଜେଲରେ ଥିବା ୩୧ବର୍ଷୀୟ ଲରେନ୍ସ ବିଷ୍ଣୋଇ ନିଜ ଗ୍ୟାଙ୍ଗରେ ପାଖାପାଖି ୭୦୦ଶହ ସହଯୋଗୀଙ୍କୁ ରଖିଥିବା କୁହାଯାଉଛି। ଅଭିନେତା ସଲମାନ ଖାନ ଯେତେବେଳେ ହରିଣ ଶିକାର କରିଥିଲେ ସେତେବେଳେ ଲରେନ୍ସ ମାତ୍ର ୫ବର୍ଷର ହୋଇଥିଲା। ୧୯୯୮ ମସିହା ରାଜସ୍ଥାନରେ ଫିଲ୍ମ ‘ହାମ୍ ସାଥ୍ ସାଥ୍ ହେ’ର ସୁଟିଂ ସମୟରେ ହରିଣ ଶିକାର କରିଥିଲେ ସଲମାନ। ଏହି ମାମଲାରେ ବିଷ୍ଣୋଇ ସମାଜ ବହୁତ କ୍ଷୋଭ ପ୍ରକାଶ କରିଥିଲେ। ମାମଲାକୁ ୨୬ବର୍ଷରୁ ଅଧିକ ସମୟ ହୋଇଥିଲେ ମଧ୍ୟ ଲରେନ୍ସ ସଲମାନଙ୍କ ଉପରେ ରାଗ ସୁଜାଇବାକୁ ସବୁ ପ୍ରକାର ଯୋଜନା ପ୍ରସ୍ତୁତ କରିଛି।
More Stories
ଭୁବନେଶ୍ବରରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।
ଦେଶର ବିଭିନ୍ନ ତୀର୍ଥସ୍ଥାନକୁ ଗଡ଼ିବ ବସ୍।
ରାସନ କାର୍ଡକୁ ନେଇ ଆସିଲା ବଡ ଖବର ।