ଖୋର୍ଦ୍ଧା : (ମୋଟିଭି ଓଡିଶା ) ଟାଙ୍ଗୀ ବ୍ଲକ ଆମେରିକା ଚିକାଗୋରୁ ଆରମ୍ଭ ହୋଇଥିଲା ଶ୍ରମିକ ସଙ୍ଗଠନ ଓ ଆଇନ୍ । ଗତକାଲି ମେ ୧ ଶ୍ରମିକ ଦିବସ ରାଜ୍ୟରେ ପାଳନ ହେଉଥିବା ବେଳେ ଡିଆ ପଞ୍ଚାୟତ କାଶିପୁର ଠାରେ ଓଡ଼ିଶା ୱଆଆର୍କସ ଇନଫ୍ରାଷ୍ଟ୍ରକଚର ଇଉନିୟନ ପକ୍ଷରୁ ଶ୍ରମିକ ଦିବସ ମହା ଆଡ଼ମ୍ବରରେ ପାଳନ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଓଡ଼ିଶା ୱାର୍କର୍ଷ ଇଉନିୟନ ସହ ସମ୍ପାଦକ ବିରଞ୍ଚି ବିଶ୍ଵାଳଙ୍କ ଆଵଆହକତ୍ବରେ ନିରାକାରପୁର ସାମ୍ବାଦିକ ସଂଘର ସଭାପତି ଦିପକ ପ୍ରଧାନ , ବିଭୁତି ଭୁଷଣ ଦାଶ, ପ୍ରକାଶ କୁମାର ବଳିୟାର ସିଂହ, ଇଉନିୟନ ପକ୍ଷରୁ ସମ୍ବର୍ଦ୍ଧତ କରାଯାଇଥିଲା l
କମ୍ୟୁନିଷ୍ଟ ସଙ୍ଗଠନର ଯୁବ କର୍ମକର୍ତ୍ତା ବିଧୁ ଭୁଷଣ ମହାରଣା ଶ୍ରମିକ ମାନଙ୍କ ଉପରେ ଏକ ବକ୍ତବ୍ୟ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଅଞ୍ଚଳର ବରିଷ୍ଠ ଶ୍ରମିକ ମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା କେକ୍ କଟାଯାଇ ଖୁସି ମନାଇ ଥିଲେ। କମ୍ୟୁନିଷ୍ଟ ନେତା ସ୍ବର୍ଗତ ଚରଣ ଦଳେଇଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା l ପରିଶେଷରେ କାର୍ଯ୍ୟକ୍ରମରେ ଶ୍ରମିକ ସଂଗଠନ ଏକ ହୁଅ ବୋଲି ସ୍ଳୋଗାନ ଦେଇଥିଲେ ରବି ପ୍ରଧାନ , ବାସୁଦେବ ଦଳେଇ ପ୍ରମୁଖ ଉପସ୍ଥିତ ଥିଲେ।
More Stories
ନଳକୂପ ଅଚଳ : ଚୁଆପାଣି ପିଉଛନ୍ତି ପାଇବରସାହି ଗ୍ରାମବାସୀ
ବଢ଼ିଲା ଆଶିଷଙ୍କ ସମସ୍ୟା, କୁଟ୍ଟେଙ୍କୁ ଆଶ୍ବସ୍ତି…..
ଚିକିତ୍ସା ପାଇଁ ‘ଆଭା ଆଇଡି’ ବାଧ୍ୟତାମୂଳକ