February 24, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ସମ୍ବଲପୁରୀ କଲା ସଂସ୍କୃତି ଅନୁଷ୍ଠାନ ପାମରା ତରଫରୁ ସମ୍ବଲପୁରୀ ଦିନ ପାଳିତ

ମୋ ଟିଭି ଓଡିଶା / ସୁନ୍ଦରଗଡ଼ :

ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ଠାରେ ଗତକାଲି ସମ୍ବଲପୁରୀ କଲା ସଂସ୍କୃତି ଅନୁଷ୍ଠାନ ପାମରା ତରଫରୁ ସମ୍ବଲପୁରୀ ଦିନ ପାଳିତ ହୋଇଯାଇଥିଲା l ମୁଖ୍ୟ ଅତିଥି ଭାବେ ବଡ଼ଗାଁ ବ୍ଲକ ର ବିଡ଼ିଓ ସୁମତି ପଣ୍ଡା, ଉସାବତୀ ଗରଡିଆ, ଚିଆରମେନ ଦୁଲାରୀ ସୋରେଙ୍ଗ, ରଶ୍ମିତା ପଟେଲ, ଜିଲ୍ଲା ପରିଷଦ ଅମୀୟ ପ୍ରଧାନ, ଏମଆଈ ଶିବାନୀ ବାରଳା, ଯୋଗ ଦେଇଥିଲେ, ମା ସମଲେଇଙ୍କର ଏବଂ ଗୁରୁ ସତ୍ୟନାରାୟଣ ବହିଦାରଙ୍କର ପ୍ରଥମେ ପୂଜାର୍ଚନା ହୋଇ ଥିଲା l

ସମ୍ବଲପୁରୀ କଲା ସଂସ୍କୃତି ଅନୁଷ୍ଠାନ ର ପ୍ରତିଷ୍ଠାତା ଶ୍ରୀମାନ ଟୋନିସ ରୋହିଦାସ, ଜିଲ୍ଲା ସଂଯୋଜକ ଦୁଷ୍ମନ୍ତ ଭୋଇ, କାର୍ଯ୍ୟକ୍ରମ ର ନେତୃତ୍ୱ ନେଇଥିଲେ ତାଙ୍କ ସହ ଅନୁଷ୍ଠାନ ର ଅନିଲ ରଣା, ବିକ୍ରମ କମାର, ଚିନ୍ତାମଣି ରଣା, କର୍ମକର୍ତାମାନେ ସାହାଯ୍ୟ କରିଥିଲେ l

ପଶ୍ଚିମ ଓଡିଶା ର ଗୁରୁଶ୍ରୀ ସତ୍ୟନାରାୟଣ ବହିଦାର ଙ୍କର ଜନମ ବାର୍ଷିକ ଉପଲକ୍ଷେ ସାରା ପଶ୍ଚିମାଞ୍ଚଲ ସମ୍ବଲପୁରୀ ଦିନ ରୁପେ ପାଳନ କରୁଥିବା ବେଳେ ସମ୍ବଲପୁରୀ କଲା ସଂସ୍କୃତି ଅନୁଷ୍ଠାନ ତରଫରୁ ମଧ୍ୟ ପାଳିତ ହୋଇ ଯାଇଥିଲା l

ଏହି କାର୍ଯ୍ୟକ୍ରମରେ ବହୁ କଳାକାର ସମ୍ବଲପୁରୀ ନାଚ ଗୀତରେ ଝୁମାଇ ଦେଇଥିଲେ ଏବଂ କବି ମାନେ ମଧ୍ୟ୍ୟ ନିଜର ସମ୍ବଲପୁରୀ କବିତାରେ ଧୁମ ମଚାଇ ଦେଇ ଥିଲେ,,
କଳାକାର ମାନଙ୍କୁ ଅନୁଷ୍ଠାନ ତରଫରୁ ସମ୍ମାନ ପତ୍ରଦେଇ ସମ୍ମାନିତ କରିଥିଲେ, ଜୟ କୁମାରୀ ସା, ଆରୋଷୀ ପୁରାଲେ, ସୋମ୍ୟଶ୍ରୀ ପଣ୍ଡା, ପାୟଲ, ମିକି, କଳ୍ପନା, ପୁନମ, କାଜଲ, ଲିଜା, ଅର୍ଜୁନ ତାଣ୍ଡିଆ, ରବିକାନ୍ତ ବୁଡା,ସମ୍ବଲପୁରୀ ନାଚ ଗୀତ କବିତା ରେ ପୁରା ଗାଁ ପ୍ରକମ୍ପିତ ହୋଇଥିଲା!

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।