February 23, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ସମଲିଙ୍ଗୀ ବିବାହ ଆବେଦନ ଖାରଜ।

ସୁପ୍ରିମକୋର୍ଟ ସମଲିଙ୍ଗୀ ବିବାହ ମାମଲାରେ ଦେଇଥିବା ରାୟର ପୁନର୍ବିଚାର କରିବାକୁ ମନା କରିଦେଇଛନ୍ତି। ଏହାସହିତ କୋର୍ଟ ପୁନର୍ବିଚାର ଆବେଦନକୁ ଖାରଜ କରିଛନ୍ତି। ସୁପ୍ରିମକୋର୍ଟ କହିଥିଲେ ପୂର୍ବ ରାୟରେ କୌଣସି ତ୍ରୁଟି ନାହିଁ ଏବଂ ନିଷ୍ପତ୍ତିରେ କରାଯାଇଥିବା ବିଚାର ଆଇନ ଅନୁସାରେ ହୋଇଛି ଏବଂ ଏଥିରେ କୌଣସି ପ୍ରକାର ହସ୍ତକ୍ଷେପ ଉଚିତ ହେବ ନାହିଁ। ସୂଚନାଅନୁସାରେ, ୧୭ ଅକ୍ଟୋବର, ୨୦୨୩ରେ ସୁପ୍ରିମକୋର୍ଟର ସାମ୍ବିଧାନିକ ଖଣ୍ଡପୀଠ ସ୍ପଷ୍ଟ ଭାବରେ କହିଥିଲେ ଯେ ଆମେ ସମଲିଙ୍ଗୀ ବିବାହକୁ ସ୍ୱୀକୃତି ଦେଇପାରିବୁ ନାହିଁ। କାରଣ ଏହା ସଂସଦର କ୍ଷେତ୍ରାଧିକାର ପରିସରଭୁକ୍ତ ଏକ ବିଷୟ। ତଥାପି, ସମଲିଙ୍ଗୀ ଦମ୍ପତିମାନଙ୍କୁ ସାମାଜିକ ଏବଂ ଆଇନଗତ ଅଧିକାର ପ୍ରଦାନ କରିବାକୁ ଏକ ପ୍ୟାନେଲ ଗଠନ କରିବା ପାଇଁ ସରକାରଙ୍କ ପ୍ରସ୍ତାବକୁ ସୁପ୍ରିମକୋର୍ଟ ଗ୍ରହଣ କରିଥିଲେ।ସୁପ୍ରିମକୋର୍ଟ କହିଛନ୍ତି ଯେ ରେକର୍ଡରେ କୌଣସି ତ୍ରୁଟି ଦେଖାଯାଉନାହିଁ ଏବଂ ରାୟରେ ପ୍ରକାଶିତ ମତାମତ ଆଇନ ଅନୁଯାୟୀ ଏବଂ ଏଥିରେ କୌଣସି ହସ୍ତକ୍ଷେପ ଯଥାର୍ଥ ନୁହେଁ।

ବ୍ୟୁରୋ ରିପୋର୍ଟ : ମୋ ଟିଭି ଓଡିଶା

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।