ମୋଟିଭି ଓଡିଶା : ପୁରୀ (ରାଜେଶ କୁମାର ) ବାଲୁକା ଚିତ୍ର ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକ ବାଲୁକା ଚିତ୍ରକଳା ମାଧ୍ୟମରେ ସ୍ଵାଗତ ଜଣାଇଛନ୍ତି। ପୁରୀ ନିଳାଦ୍ରୀ ବେଳାଭୂମିରେ ଏହି ସୁନ୍ଦର ବାଲୁକା ଚିତ୍ରକଳା ନିର୍ମାଣ କରିଛନ୍ତି ବାଲୁକା ଚିତ୍ର ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ବାଲୁକା ଚିତ୍ରକଳାରେ ପ୍ରଭୁ ଜଗନ୍ନାଥଙ୍କୁ ପ୍ରଧାନମନ୍ତ୍ରୀ ମୋଦୀ ପ୍ରଣାମ କରୁଥିବା ଦୃଶ୍ୟକୁ ସୁଦର୍ଶନ ସ୍ଥାନ ଦେଇଛନ୍ତି। ବାଲୁକା ଚିତ୍ରକଳା ଟି ବେଶ ଆକର୍ଷଣୀୟ ହୋଇଛି। ଏହାକୁ ଦେଖିବାକୁ ନୀଳାଦ୍ରି ବିଚ୍ ରେ ଶହ ଶହ ପର୍ଯ୍ୟଟକ ଙ୍କ ଭିଡ ହୋଇଥଲା। ତେବେ ପୁରୀ ଗସ୍ତ ରେ ପ୍ରଧାନମନ୍ତ୍ରୀ ଆସିବା ଆମ ପାଇଁ ବେଶ୍ ଖୁସି ଓ ଗର୍ବ ର ବିଷୟ ବୋଲି ସୁଦର୍ଶନ ପଟ୍ଟନାୟକ କହିଛନ୍ତି। ସାରା ବିଶ୍ଵ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବେଶ୍ ଲୋକପ୍ରିୟ। ତାଙ୍କ ଝଲକ ଟିକେ ପାଇବା ପାଇଁ ଲୋକ ମାନେ ଅପେକ୍ଷା ରେ ରହୁଛନ୍ତି।ପ୍ରଧାନମନ୍ତ୍ରୀ ମୋଦି ପୁରୀ ଆସି ମହାପ୍ରଭୁ ଙ୍କୁ ଦର୍ଶନ କରିବା ବେଶ୍ ଖୁସି ର ବିଷୟ ବୋଲି ସୁଦର୍ଶନ ପଟ୍ଟନାୟକ କହିଛନ୍ତି। ତେବେ ବାଲୁକା ଚିତ୍ରକଳା ରେ ସୁଦର୍ଶନ 2ହଜାର ଦୀପ କୁ ସ୍ଥାନ ଦେଇଛନ୍ତି। ସୁଦର୍ଶନ କହିଛନ୍ତି ଆମ ଘର କୁ କେହି ଆସିଲେ ଆମେ ଦୀପ ରେ ସ୍ଵାଗତ କରିଥାଉ। ଏଣୁ ବାଲୁକା ଚିତ୍ରକଳା ରେ 2 ହଜାର ଦୀପ କୁ ସ୍ଥାନ ଦିଆଯାଇଛି। ଯାହାକି ବାଲୁକା ଚିତ୍ରକଳା କୁ ଅଧିକ ଆକର୍ଷଣୀୟ କରିଛି।
ବାଲୁକା ଚିତ୍ର ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକ ବାଲୁକା ଚିତ୍ରକଳା ମାଧ୍ୟମରେ ସ୍ଵାଗତ ଜଣାଇଛନ୍ତି।

More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।