ମୋ ଟିଭି ଓଡିଶା / ନୂଆଦିଲ୍ଲୀ : ମହିଳା ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ଘଟଣାରେ ଏକମାତ୍ର ଅଭିଯୁକ୍ତଭାବେ ସଞ୍ଜୟ ରାୟକୁ ଗିରଫ କରାଯାଇଛି। ଅଗଷ୍ଟ ୨୫ରେ ସିବିଆଇ ପକ୍ଷରୁ ସଞ୍ଜୟଙ୍କ ପଲିଗ୍ରାଫ୍ ପରୀକ୍ଷା କରାଯାଇଥିବାବେଳେ ଏହାର ରିପୋର୍ଟ ସାମନାକୁ ଆସିଛି। ସୂଚନାଯୋଗ୍ୟ ଅଗଷ୍ଟ ୧୦ରେ ଗିରଫ ହେବା ସମୟରେ ମହିଳା ଡାକ୍ତରଙ୍କୁ ହତ୍ୟା କରିଥିବା ସଞ୍ଜୟ ସ୍ବୀକାର କରିଥିଲା। ତେବେ ପଲିଗ୍ରାଫ୍ ପରୀକ୍ଷାରେ ସେ ବିପରୀତ ମନ୍ତବ୍ୟ ଦେଇଥିବା ଜଣାପଡିଛି। ସଞ୍ଜୟଙ୍କ କହିବା ଅନୁଯାୟୀ ଆର.ଜି.କର ମେଡିକାଲ କଲେଜ ସେମିନାର ହଲରେ ମହିଳା ଡାକ୍ତରଙ୍କ ମୃତଦେହ ଦେଖିବା ପରେ ସେ ଭୟଭୀତ ହୋଇ ଦୌଡି ପଳାଇଥିଲା। ତେଣୁ ବଳାତ୍କାର କିମ୍ବା ହତ୍ୟା ପଛରେ ତାହାର ହାତ ନଥିବା ସଞ୍ଜୟ କହିଛି। ସେମିନାର ହଲକୁ ପ୍ରବେଶ କରୁଥିବାର ପ୍ରମାଣ ସିସିଟିଭି ଫୁଟେଜରୁ ମିଳିବା ପରେ ସଞ୍ଜୟକୁ ଗିରଫ କରାଯାଇଥିଲା।
ପଲିଗ୍ରାଫ୍ ପରୀକ୍ଷାରେ ମତ ବଦଳାଇଲା ସଞ୍ଜୟ ରାୟ….

More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।