January 7, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ଊନତ୍ରିଂଶତମ ବିଦ୍ୟାଳୟ ସ୍ତରୀୟ ବାର୍ଷିକ କ୍ରୀଡ଼ା ମହା ସମାରୋହରେ ଉଦ୍ ଯାପିତ

ନିରାକାରପୁର, ୨୯:୧୧:୨୦୨୪

ତିନି ଦିନଧରି ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ଊନତ୍ରିଂଶତମ ବିଦ୍ୟାଳୟ ସ୍ତରୀୟ ବାର୍ଷିକ କ୍ରୀଡ଼ା କ୍ଷେତ୍ରବାସୀ ଡି.ଏ.ଭି ମହାବିଦ୍ୟାଳୟ ପ୍ରାଙ୍ଗଣରେ ମହା ସମାରୋହରେ ଉଦ୍ ଯାପିତ ହୋଇଯାଇଛି । ମଞ୍ଚାସିନ ଅତିଥିମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ଜ୍ଵଳନ କରାଯାଇ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ କ୍ଷେତ୍ରବାସୀ ମହାବିଦ୍ୟାଳୟର ଅଧ୍ୟାପକ ଡ. ମୃତ୍ୟୁଞ୍ଜୟ ରଥ ଖେଳରେ ଜଣେ ଖେଳାଳୀ ଜିତିବା ବା ହାରିବା ଗୁରୁତ୍ଵପୂର୍ଣ୍ଣ ନୁହେଁ କେବଳ ଅଂଶ ଗ୍ରହଣ କରିବା ହିଁ ଅତି ଗୁରୁତୂପୂର୍ଣ୍ଣ ଅଟେ ବୋଲି ବିଦ୍ୟାର୍ଥୀଙ୍କ ଉଦ୍ଦେଶ୍ୟରେ ତାଙ୍କ ବକ୍ତବ୍ୟ ରଖିଥିଲେ ।


ସମ୍ମାନୀତ ଅତିଥିଭାବେ ରାଜନୀତି ବିଜ୍ଞାନର ଅଧ୍ୟାପକ ଡ. ପ୍ରଭାତ କୁମାର ଦାଶ ଓ ଓଡ଼ିଆ ଅଧ୍ୟାପକ ପୁଣ୍ୟ ଦର୍ଶନ ସାହୁ ଯୋଗ ଦେଇଥିଲେ। ପରିଚାଳନା କମିଟିର ସଭାପତି ଉର୍ମିଳା ଦେବୀ ଓ ସଦସ୍ୟ ଶ୍ୟାମା ଶଙ୍କର ମିଶ୍ର ଉପସ୍ଥିତ ରହି ଶିଶୁ ଭାଇଭଉଣୀ ମାନଙ୍କୁ ଉତ୍ସାହିତ କରିଥିଲେ ।
ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ନଳିନୀ ରଥ କ୍ରୀଡା ଯୋଗୁଁ ଶିଶୁର ଶାରୀରିକ , ମାନସିକ ଓ ବୌଦ୍ଧିକ ବିକାଶ ଘଟିଥାଏ ବୋଲି ମତ୍ତ ଉପସ୍ଥାପନ କରିଥିଲେ। .ବିଦ୍ୟା ମନ୍ଦିରର ଆଚାର୍ଯ୍ୟ ନିହାର ରଞ୍ଜନ ସାମନ୍ତସିଂହାର ମଞ୍ଚାସିନ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ। ଆଚାର୍ଯ୍ୟା ସଂଧ୍ୟାରାଣୀ ବାହିନୀପତି ସଭାକାର୍ଯ୍ୟ ପରିଚାଳନା କରିଥିଲେ । କ୍ରୀଡା ପ୍ରମୁଖ ଆଚାର୍ଯ୍ୟ ପବିତ୍ର କୁମାର ରାଉତରାୟ କ୍ରୀଡାର ବୃତ୍ତକଥା ପଠନ କରିଥିଲେ ।

ଏହି କ୍ରୀଡାରେ ୪ଟି ବିଭାଗର ୪୮ଟି ଇଭେଣ୍ଟରେ ବିଦ୍ୟା ମନ୍ଦିରର ୮୨୬ଜଣ ପ୍ରତିଯୋଗୀ ଭାଗ ନେଇଥିଲେ । ଖେଳ ପରିଚାଳନା ପ୍ରମୋଦ କୁମାର ଦାସ,ଚ଼ିନ୍ନୟ ଜଗଦ୍ଦେବ , ଶରତ ଚନ୍ଦ୍ର ଛୋଟରାୟ, ଅବିନାଶ ପଟ୍ଟନାୟକ,ଆଶିଷ କୁମାର ବିଶ୍ୱାଳ, ଜ୍ୟୋତିର୍ମୟ ସାହୁ ସମସ୍ତ ଇଭେଣ୍ଟରୁ ପ୍ରଥମ, ଦ୍ୱିତୀୟ, ତୃତୀୟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀମାନଙ୍କୁ ମାନପତ୍ର ସହିତ ପଦକ ଅତିଥିମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା । ବରିଷ୍ଠ ବିଭାଗର ଆୟୁଷ୍ମାନ ସାହୁ ଓ ପ୍ରିୟଙ୍କା ମହାପାତ୍ର ଏବଂ ଉପ-ବରିଷ୍ଠ ବିଭାଗର ଆଶିଷ ପ୍ରଧାନ ଚମ୍ପିୟନ ପୁରସ୍କାର ପାଇ ବିଦ୍ୟା ମନ୍ଦିରର ମାନ ବଢ଼ାଇଛନ୍ତି । ଆଚାର୍ଯ୍ୟ ବିନୋଦ ବିହାରୀ ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ । ଅତିଥିମାନଙ୍କ ଦ୍ୱାରା ଜ୍ୟୋତି ନିର୍ବାପନ କରାଯାଇ ପତାକା ଅବତରଣ କରାଯାଇଥିଲା । କାର୍ଯ୍ୟକ୍ରମରେ ରଶ୍ମି ପ୍ରଭା ପୁରୋହିତ, ସସ୍ମିତା ସାହୁ, ବୈଶାଖୀ ପ୍ରଧନ, ବୀଣାପାଣି ଦାସ, ଶୁଭଶ୍ରୀ ଜେନା, ଲକ୍ଷ୍ମୀପ୍ରିୟା ମହତରାୟ, ମମତା ମିଶ୍ର,ସୁମିତ୍ରା ସେନାପତି, ଆଚାର୍ଯ୍ୟ ଲଲାଟ କୁମାର ସାହୁ , ଗୋପାଳ ଚ଼ନ୍ଦ୍ର ବେହେରା, କିଶୋର ଚନ୍ଦ୍ର ସୁନ୍ଦରାୟ , କୃଷ୍ଣ ଚ଼ନ୍ଦ୍ର ଛୋଟରାୟ , ସର୍ବେଶ୍ଵର ବେହେରା ଓ ସମସ୍ତ ଗୁରୁଜୀ ଗୁରୁମା ସହଯୋଗ କରିଥିଲେ।

Latest news