January 31, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଜବରଦଖଲ ଉଚ୍ଛେଦ ପାଇଁ ତହସିଲଦାରଙ୍କୁ ଦାବିପତ୍ର ଦେଲେ ସରପଞ୍ଚ।


ମୋଟିଭି ଓଡିଶା :କଳାହାଣ୍ଡି:୦୭/୦୬(ସନତ ପ୍ରଧାନୀ) :


କଳାହାଣ୍ଡି ଜିଲ୍ଲାକୋକସରା ବ୍ଲକ କୋକସରା ଗ୍ରାମ ପଞ୍ଚାୟତ ହେଉଛି ବ୍ଲକ ର ସଦର ପଞ୍ଚାୟତ । ୧୧ ଗୋଟି ୱାର୍ଡ଼କୁ ନେଇ ପଞ୍ଚାୟତ ର ପରିସୀମା ରହିଥିବା ବେଳେ କୋକସରା ସହର ଦେଇ ଜାତୀୟ ରାଜପଥ ୨୬ ଯାଇଛି। କୋକସରା ଗ୍ରାମର କିଛି ଉଠା ଦୋକାନୀ, ବ୍ୟବସାୟୀ ଓ ସ୍ଥାନୀୟ ଲୋକମାନେ ରାସ୍ତାର ଉଭୟ ପାର୍ଶ୍ଵରେ ଥିବା ଡ୍ରେନକୁ ଜବରଦଖଲ କରି ନିଜର ବ୍ୟବସାୟିକ ପ୍ରତିଷ୍ଠାନ କରିଛନ୍ତି। କିଛି ସ୍ୱାର୍ଥପର ବ୍ୟକ୍ତି ଡ୍ରେନ ଉପରେ ଜବରଦଖଲ କରି ଭଡାରେ ଦୋକାନ ଦେଇ ଥିବା ମଧ୍ୟ ଅଭିଯୋଗ ହୋଇଛି। ଡ୍ରେନରେ ଦୋକାନ ବଜାରର ବର୍ଜ୍ୟବସ୍ତୁ ପଡି ପୋତିହେବା କାରଣରୁ ଅନେକ ସ୍ଥାନରେ ଡ୍ରେନ ଦେଇ ପାଣି ନିଷ୍କାସନ ହୋଇ ପାରୁନାହିଁ। ଅଳ୍ପ ବର୍ଷା ହେଲେ ଡ୍ରେନ ର ମଇଳା ଆବର୍ଜନା ପାଣି ରାସ୍ତା ଉପରେ ବୋହୁଛି ଓ ଅସ୍ୱାସ୍ଥକର ପରିବେଶ ସୃଷ୍ଟି ହେଉଛି। ସ୍ଥାନୀୟ ଗ୍ରାମ ପଞ୍ଚାୟତ ପକ୍ଷରୁ ଦୋକାନୀଙ୍କୁ ଅନେକ ସମୟରେ ଡ୍ରେନ ଉପରେ ଜବରଦଖଲ ଖାଲି କରିବାକୁ କହିବା ପରେ ମଧ୍ୟ ଦୋକାନୀ ମାନେ ପଞ୍ଚାୟତ ର ନିର୍ଦ୍ଦେଶକୁ ଅବମାନନା କରୁଥିବା ବେଳେ କୋକସରା ପଞ୍ଚାୟତ ସରପଞ୍ଚ କିଶୋର ଚନ୍ଦ୍ର ପ୍ରଧାନୀ ଶୁକ୍ରବାର କୋକସରା ତହସିଲଦାର ନବୀନ କିଶୋର ପାଢ଼ୀ ଙ୍କୁ ଭେଟି ଲିଖିତ ଭାବେ ଜବରଦଖଲ ଉଚ୍ଛେଦ କରିବାକୁ ଅଭିଯୋଗ କରିଛନ୍ତି। ଏନେଇ ତହସିଲଦାରଙ୍କ ପ୍ରତିକ୍ରିୟା ନେବାରୁ ଜବର ଦଖଲ କାରୀ ଙ୍କୁ ନୋଟିସ କରାଯିବ ଓ ପରବର୍ତ୍ତୀ ସମୟରେ ଉଚ୍ଛେଦ ପ୍ରକ୍ରିୟା କରାଯିବ ବୋଳି କହିଛନ୍ତି।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।