MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ପିସି ପାଇଁ ପଳାଶୁଣୀ ପାଖ ଓଭରବ୍ରିଜ ଭାଙ୍ଗିଗଲା

ମୋ ଟିଭି ଓଡିଶା / ଭୁବନେଶ୍ୱର : ଓଡ଼ିଶାର ସର୍ବ ପୁରାତନ ନାଟ୍ୟସଂସ୍ଥା ଶତାବ୍ଦୀର କଳାକାର ର ୩୧ ବ୍ୟାଚର ଛାତ୍ରଙ୍କ ଦ୍ୱାରା ନାଟକ ” ପି ସି “ ନାଟ୍ୟକେନ୍ଦ୍ର ଠାରେ ପରିବେଷିତ ହୋଇଯାଇଛି l ଏହି ନାଟକ ମାଧ୍ୟମରେ ସରକାରୀ ସ୍ତରରେ କିଭଳି ‘ପିସି ‘ ନ ହେଲେ କାମ ଆଗକୁ ବଢ଼େନି ତାହା ପରିବେଷଣ କରାଯାଇଛି l ପିସି ପାଇଁ ପଳାଶୁଣି ପାଖରେ ଏକ ଓବରବ୍ରିଜ ଭାଙ୍ଗିଯାଇଛି l ଏହାର ତଦନ୍ତ ହେବା ସହିତ ମାମଲା ନ୍ୟାୟାଳୟରେ ଚାଲୁଛି l ପିସି ପାଇଁ କିଭଳି ନିମ୍ନମାନର କାମ ହେଉଛି ତାହା କଳାକାରମାନେ ଅଭିନୟ ମାଧ୍ୟମରେ ପ୍ରଦର୍ଶନ କରିଥିଲେ l ବିଶ୍ୱନାଥ ପତି ନାଟକର ରଚନା କରିଥିଲା ବେଳେ ବିଘ୍ନରାଜ ଜେନା ନିର୍ଦେଶନା ଦେଇଥିଲେ l

ନାଟକ ପିସି….. ମୋ ଟିଭି ଓଡିଶା

ନାଟକ ମଞ୍ଚସ୍ଥ ପୂର୍ବରୁ ଅନୁଷ୍ଠାନର ସଭାପତି ବିଶିଷ୍ଟ କଥାକାର ଗୌରହରି ଦାସଙ୍କ ପୌରାହିତ୍ୟରେ ଏକ ସଭା ଅନୁଷ୍ଠିତ ହୋଇଥିଲା l ଏଥିରେ ବିଶିଷ୍ଟ ଅତିଥି ବିଧାୟକ ବାବୁ ସିଂ, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ଯୁଗ୍ମ ସଚିବ ଦେବପ୍ରସାଦ ଦାଶ, ଚଳଚିତ୍ର ନିର୍ଦେଶକ ରଞ୍ଜନ ମିଶ୍ର, ଅଭିନେତା ବିକାଶ ପଟ୍ଟନାୟକ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ l ଏହି ଅବସରରେ ୩୧ ବ୍ୟାଚର କୃତୀ ଶିକ୍ଷାର୍ଥୀଙ୍କୁ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା l ସାଧାରଣ ସମ୍ପାଦକ ଧିରେନ୍ଦ୍ରନାଥ ମଲ୍ଲିକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ l

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।