February 1, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଭଇଁରିପାଲି ଉଚ୍ଚ ବିଦ୍ୟାଳୟରେ ଆରମ୍ଭ ହେଲା ଯୁକ୍ତ ଦୁଇ (କଳା) ପାଠପଢା।


ମୋ ଟିଭି ଓଡିଶା / କଳାହାଣ୍ଡି : ୦୧/୦୮


ଜୟପାଟଣା ବ୍ଲକ ଶିକ୍ଷା ବିଭାଗ. ଅନ୍ତର୍ଗତ ରେଙ୍ଗାଲପାଲି କ୍ଲଷ୍ଟର ଭଇଁରିପାଲି ଉନ୍ନତ ଉଚ୍ଚ ମାଧ୍ୟମିକ ବିଦ୍ୟାଲୟରେ ଯୁକ୍ତ ଦୁଇ (କଳା) ପାଠ୍ୟକ୍ରମ ପାଇଁ ଆଜି ଠାରୁ ପାଠପଢା ଆରମ୍ଭ ହୋଇଥିବା ବେଳେ ନୂତନ ଛାତ୍ରଛାତ୍ରୀ ଙ୍କ ପାଇଁ ଆୟୋଜିତ ଉଦଘାଟନି ସମାରୋହରେ ସମ୍ମାନୀୟ ମୁଖ୍ୟ ଅତିଥି ଭାବେ ଗୋଷ୍ଟି ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ପ୍ରେମ ନାରାୟଣ ପଣ୍ଡା ଙ୍କ ଉପସ୍ଥିତିରେ ମୁଖ୍ୟ ବକ୍ତା ଭାବେ ରେଙ୍ଗଲାପଳି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଲଳିତ କୁମାର ନାଏକ , ସମ୍ମାନିତ ଅତିଥି ଭାବେ ସମ୍ବାଦ ପ୍ରତିନିଧି ଜୟପାଟଣା ଶରତ ଚନ୍ଦ୍ର ରାଉତ,ଯୁବ ସଂଗଠକ ମଳୟ ରାଉତ,ପ୍ରଧାନ ଶିକ୍ଷକ ହେମନ୍ତ ପାଣିଗ୍ରାହୀ ସଭାର ସଭାପତିତ୍ବ ଭାବେ ମଞ୍ଚଶିନ ଥିଲେ।

ଶିକ୍ଷାବର୍ଷ ୨୦୨୪-୨୫ ପାଇ ୧୨୪ ଜଣ ଛାତ୍ର ଛାତ୍ରୀ ଙ୍କ ପାଇଁ ଆସନ ଥିବା ବେଳେ ୪୪ ଜଣ ଏପର୍ଯ୍ୟନ୍ତ ନାମ ଲେଖିଛନ୍ତି।ଅଧ୍ୟାପକ ଭାବେ ୫ ଜଣ ଙ୍କୁ ନିଯୁକ୍ତି ଦିଆଯାଇଛି ତନ୍ମଧ୍ୟରେ ଅର୍ଥନୀତି,ଇତିହାସ, ଓଡ଼ିଆ, ଇଂରାଜି,ରାଜନୀତି ବିଜ୍ଞାନ ପାଇଁ ଇଣ୍ଟର୍ଭ୍ୟୁ ମାଧ୍ୟମରେ ଅତିଥି ଅଧ୍ୟାପକ ଭାବେ ଚୟନ କରାଯାଇଛି ।

ଅଞ୍ଚଳରେ ଯୁକ୍ତ ଦୁଇ ଶ୍ରେଣୀ ଖୋଲି ଥିବା ହେତୁ ଛାତ୍ର ଛାତ୍ରୀ ତଥା ଅଞ୍ଚଳରେ ବହୁତ୍ ଉତ୍ସାହ ଦେଖାଯାଇଛି। ସଭା କାର୍ଯ୍ୟକ୍ରମ କୁ ସଂସ୍କୃତ ଶିକ୍ଷକ ସୁନିଲ ଶବର ପରିଚାଳନ କରିଥିବା ବେଳେ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ଶିକ୍ଷକ ସୂର୍ଯ୍ୟମଣି ପାତ୍ର, ହିନ୍ଦୀ ଶିକ୍ଷକ ଦୀପକ ପଟ୍ଟନାୟକ, କନିଷ୍ଟ କିରାଣୀ ମୃତ୍ୟୁଞ୍ଜୟ ପଟ୍ଟନାୟକ ତଥା ଦଶମ ଶ୍ରେଣୀ ଛାତ୍ରଛାତ୍ରୀ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।