MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ନିୟନ୍ତ୍ରଣରେ ଭଦ୍ରକ ସ୍ଥିତି, ଏବେ ବି ଇଣ୍ଟରନେଟ ସେବା ବନ୍ଦ, ୧୬୩ ଧାରା ବଳବତ୍ତର ରହିଛି

ମୋ ଟିଭି ଓଡିଶା / ଭଦ୍ରକ :

ସୋସିଆଲ ମିଡିଆରେ ବିବାଦୀୟ ମନ୍ତବ୍ୟ ପରେ ଅଶାନ୍ତ ହୋଇଥିବା ଭଦ୍ରକ ଏବେ ଶାନ୍ତ ପଡ଼ିଛି । ଦେଖା ଦେଇଥିବା ତୀବ୍ର ଉତ୍ତେଜନା ଏବେ ନିୟନ୍ତ୍ରଣରେ ରହିଛି । ଏହାକୁ ଏବେ ସମ୍ପୂର୍ଣ୍ଣ ପ୍ରଶମିତ କରାଯାଇଛି ଏବଂ ଶାନ୍ତି ବଜାଇ ରହିଛି । ତେବେ ଶାନ୍ତି, ଶୃଙ୍ଖଳା ରକ୍ଷା ପାଇଁ ଭଦ୍ରକରେ ପୁରୁଣା ବଜାର ଅଞ୍ଚଳରେ ୧୨ ପ୍ଲାଟୁନ ପୋଲିସ ଫୋର୍ସ ଏବଂ କମ୍ପାନୀ ରାପିଡ଼ ଆକ୍ସନ ଫୋର୍ସ ମୁତୟନ କରାଯାଇଛି । ଏହାସହ BNSSର ୧୬୩ ଧାରା ବଳବତ୍ତର ରହିଛି ।

ସେହିପରି ଭଦ୍ରକ ପୁରୁଣା ବଜାର ଅଞ୍ଚଳରେ ଦିନ ଏବଂ ରାତିରେ ପାଟ୍ରୋଲିଂ ବ୍ୟବସ୍ଥାକୁ କଡା କଢ଼ି କରାଯାଇଛି । ଗତକାଲି ରାତିରୁ ଆସିଥିବା ଦୁଇ କମ୍ପାନୀ ରାପିଡ଼ ଆକ୍ସନ ଫୋର୍ସ ଭଦ୍ରକରେ ପହଞ୍ଚିବା ପରେ ଗୋଟିଏ କମ୍ପାନୀକୁ ପୁରୁଣା ବଜାରରେ, ଅନ୍ୟ ଏକ କମ୍ପାନୀକୁ ଧାମନଗରେ ମୁତୟନ କରାଯାଇଛି । ତେବେ ଅଦ୍ୟାବଧି ଧାମନଗରରେ ୬ ପ୍ଲାଟୁନ ପୋଲିସ ଫୋର୍ସ ସହିତ ଗୋଟିଏ କମ୍ପାନୀ ରାପିଡ଼ ଆକ୍ସନ ଫୋର୍ସ ମୁତୟନ କରାଯାଇଛି । ଗତକାଲି ଏହି ରାପିଡ଼ ଆକ୍ସନ ଫୋର୍ସ ଏରିଆ ଡୋମିନେସନ କରିବା ପରେ ଆଜି ପୁରୁଣା ବଜାର ଅଞ୍ଚଳରେ ଫ୍ଲାଗ ମାର୍ଚ୍ଚ କରିଥିଲା । ସନ୍ଥିଆ ବ୍ରିଜ ଠାରୁ ଏହି ଫ୍ଲାଗ ମାର୍ଚ୍ଚ ବାହାରି ପୁରୁଣା ବଜାର ଥାନା ଅଞ୍ଚଳ ପରିକ୍ରମା କରିଥିଲା । ଏଥିରେ ପୂର୍ବାଞ୍ଚଳ ଡିଆଇଜି ଡ଼. ସତ୍ୟଜିତ ନାୟକ, ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ, ଏସପି ବରୁଣୁ ଗୁଣ୍ଠୁପାଲ୍ଲୀ ଯୋଗ ଦେଇଥିଲେ ।

ତେବେ ଭଦ୍ରକ ଏବଂ ଧାମନଗରରେ ପରିସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣୀଧୀନ ଅଛି ଏବଂ ଶାନ୍ତି ବଜାଇ ରହିଛି । ଲୋକମାନେ କୌଣସି ପ୍ରକାର ମିଥ୍ୟା ଗୁଜବକୁ ଶୁଣନ୍ତୁ ନାହିଁ ବୋଲି ଡିଆଇଜି କହିଛନ୍ତି । ଏଥିସହ ଗତକାଲି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଭଦ୍ରକ ଜିଲ୍ଲା ଗସ୍ତରେ ଆସି ଏନେଇ ଏକ ସମୀକ୍ଷା ବୈଠକ କରି ଫେରି ଯାଇଛନ୍ତି । ଶାନ୍ତି ବଜାୟ ରଖିବା ପାଇଁ ଜିଲ୍ଲା ପ୍ରଶାସନ ଓ ଧାମନଗର ପୋଲିସ ପ୍ରଶାସନ ପକ୍ଷରୁ ଡାକବାଜି ଯନ୍ତ୍ର ଦ୍ବାରା ଲୋକଙ୍କୁ ଅନୁରୋଧ କରାଯାଇଛି । ବିଭିନ୍ନ ସ୍ଥାନରେ ଅସ୍ଥାୟୀ ପୋଲିସ ପୋଷ୍ଟ ବସିବା ସହ ଫ୍ଲାଗ ମାର୍ଚ୍ଚ ଚାଲିଛି ।

ଅନ୍ୟପଟେ ପୋଲିସ ଉପରକୁ ପଥର ମାଡ଼ ଏବଂ ତହସିଲଦାରଙ୍କ ଗାଡ଼ି ଭାଙ୍ଗିବା ନେଇ ପୁରୁଣା ବଜାର ଥାନାରେ ପୃଥକ୍ ମାମଲା ରୁଜୁ ହୋଇଛି । ଅଟକ ଥିବା ୯ ଜଣଙ୍କ ମଧ୍ୟରୁ ଅଦ୍ୟାବଧି ୭ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି । ଏହାସହ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଯୁବକକୁ ମଧ୍ୟ ପୋଲିସ ବାନ୍ଧିଛି । ଏନେଇ ପୂର୍ବାଞ୍ଚଳ ଡିଆଇଜି ଡ଼. ସତ୍ୟଜିତ ନାୟକ କହିଛନ୍ତି, ପରିବେଶ ଶାନ୍ତ ରହିଛି । ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣରେ ରହିଛି । ଏବେ ରାପିଡ ଆକ୍ସନ ଫୋର୍ସ ୨ କମ୍ପାନୀ ଆସି ପହଞ୍ଚିଛନ୍ତି । ଆମର ଫ୍ଲାଗ ମାର୍ଚ୍ଚ ଆମେ କରିଛୁ । ଏହି ଘଟଣାରେ ୭ ଜଣଙ୍କୁ ଗିରଫ କରାଯାଇଛି । ବିଭ୍ରାନ୍ତିକର ପୋଷ୍ଟ କରିଥିବା ଅଭିଯୁକ୍ତକୁ ପୋଲିସର ଟିମ ଗିରଫ କରିଛି । ଅଞ୍ଚଳରେ ଶାନ୍ତି ଶୃଙ୍ଖଳା ରଖିବା ପାଇଁ ଅପିଲ କରୁଛି ।”

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।