MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ବିକାଶରେ ବାଧକ ସାଜିଛି ଜବରଦଖଲ


ମୋ ଟିଭି ଓଡିଶା / ଆଗରପଡ଼ା, : ୦୨/୦୮

ସରକାର ପଂଚାୟତର ଉନ୍ନତି ପାଇଁ ବିଭିନ୍ନ ପ୍ରକାର ଯୋଜନା ମାଧ୍ୟମରେ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ପଂଚାୟତ ଅଧିନରେ ଥିବା ସରକାରୀ ଜମି ଜବରଦଖଲରେ ଥିବାରୁ ପଂଚାୟତର ବିକାଶରେ ଏହା ବାଧକ ସାଜିଥିବାର ଜଣାପଡ଼ିଛି । ଏହିପରି ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ବନ୍ତ ବ୍ଲକ ବିଟିପୁର ପଂଚାୟତରେ । ୨୦୧୬ ମସିହାରେ ବନ୍ତ ବ୍ଲକରେ ୩ଟି ନୂତନ ପଂଚାୟତ ଗଠନ ଘୋଷଣା କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ପୁରୁଷଣ୍ଢ ପଂଚାୟତକୁ ଭାଗ କରାଯାଇ ବଡ଼ହାଟ ତ୍ରିଲୋଚନ ପୁର(ବିଟିପୁର)ପଂଚାୟତ ଗଠନ ହୋଇଥିଲା । ପଂଚାୟତ ଗଠନକୁ ଇତି ମଧ୍ୟରେ ୮ବର୍ଷ ବିତିବାକୁ ବସିଥିଲେ ମଧ୍ୟ ଏହା ଅଧିନ ବହୁ ସରକାରୀ ଜମି ଜବରଦଖଲରେ ଥିବାରୁ ପଂଚାୟତର ବିକାଶ ହୋଇପାରୁନଥିବା ଜଣାପଡ଼ିଛି । ଆଗରପଡ଼ା ବଜାରର ମୌଳିକ ସୁବିଧାରେ ବିଟିପୁର ପଂଚାୟତର ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିବା ବେଳେ ଉକ୍ତ ପଂଚାୟତର ବହୁ ଜମି ଜବର ଦଖଲରେ ଥିବାରୁ ଲୋକେ ମୌଳିକ ସୁବିଧା ପାଇବାରୁ ବଂଚିତ ହେଉଥିବା ଜଣାପଡ଼ିଛି । ଏହିପରି ସ୍ଥଳେ ଜବରଦଖଲରେ ଥିବା ଜମିକୁ ଉଚ୍ଛେଦ ପାଇଁ ପ୍ରଶାସନିକ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ସୁଦ୍ଧା କିଛି ସୁଫଳ ମିଳିପାରିନଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ ;ଉକ୍ତ ପଂଚାୟତ ଅର୍ନ୍ତଗତ ଆଗରପଡ଼ା ମୁଖ୍ୟ ବଜାର ସଂଲଗ୍ନ ଖାତା ନଂ ୨୭୦ ଓ ପ୍ଲଟ ନଂ ୭୧୩ ଯାହାକି ୨୫ ଡ଼ିସିମିଲ ପରିମିତ ସର୍ବସାଧାରଣ କିସମ ରାସ୍ତା ଯେଉଁ ରାସ୍ତା ସ୍ଥାନୀୟ କଲେଜ ଛକ ଠାରୁ ଗଡ଼ସାହି ତାରିଣୀ ମନ୍ଦିର ପର୍ଯ୍ୟନ୍ତ ଲମ୍ବିଥିବା ବେଳେ ଉକ୍ତ ରାସ୍ତାର ଉଭୟ ପାଶ୍ୱର୍ ଜବରଦଖଲକାରୀଙ୍କ କବଜାରେ ଥିବାରୁ ଲୋକେ ଯିବା ଆସିବା କରିପାରୁନଥିବା ଅଭିଯୋଗ ହେଉଛି । ସେହିପରି ୭ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଶୌଚାଳୟ କାର୍ଯ୍ୟକ୍ଷମ ନହୋଇ ପଡ଼ିରହିଛି । ଯାତ୍ରୀ ବିଶ୍ରାମାଗାର ନିମନ୍ତେ ଯୋଜନା ପ୍ରସ୍ତୁତ ହୋଇଥିଲେ ସୁଦ୍ଧା ତାହା କାଗଜ କଲମରେ ସିମୀତ ରହିଛି । ଭଦ୍ରକ,ବାଲେଶ୍ୱର ଓ କେନ୍ଦୁଝର ଜିଲ୍ଲାର ସୀମାବର୍ତ୍ତୀ ଅଂଚଳରେ ଅବସ୍ଥିତ ଆଗରପଡ଼ା ବ୍ୟବସାୟୀକ ଦୃଷ୍ଟି କୋଣରୁ ତିନି ଜିଲ୍ଲାର ପ୍ରମୁଖ ଭୂମିକା ନିର୍ବାହ କରୁଥିବା ସ୍ଥଳେ ବଜାର ଅଂଚଳରେ ଶୌଚାଳୟ କିମ୍ବା ବିଶ୍ରାମାଗାର ନଥିବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେଣୁ ବିଭାଗୀୟ ଅଧିକାରୀ ପଂଚାୟତର ବିକାଶ ପାଇଁ ଜବରଦଖଲ ଉଚ୍ଛେଦକୁ କଡ଼ାକଡ଼ି କରିବା ପାଇଁ ବିହିତ ପଦକ୍ଷେପ ନେବାକୁ ପଂଚାୟତବାସୀଙ୍କ ପକ୍ଷରୁ ଦାବି ହେଉଛି ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।