ବାଲିଗୁଡା :(ମୋ ଟିଭି ଓଡିଶା/ସଞ୍ଜୟ କୁମାର ପାଣିଗ୍ରାହୀ):
କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ସିନ୍ଦ୍ରିଗାଁ ପଞ୍ଚାୟତର ଜାର୍ଗୀସୁଗା ଗାଁ ର କୁଳମଣି ମଲ୍ଲିକ ନାମକ ଜଣେ ଶିକ୍ଷକ ମହୁଲ ଗଛ ରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି । ଶିକ୍ଷକ ଜଣକ କିଛି ଦିନ ହେବ ମାନସିକ ଅସ୍ଥିରତା ମଧ୍ୟରେ ରହି ଆସୁଥିଲେ ବୋଲି ଶୁଣିବାକୁ ମିଳୁଛି l କିନ୍ତୁ ଏ ସମ୍ପର୍କରେ ଘରେ କୌଣସି କଥା କହିନଥିବା ପରିବାର ଲୋକେ କହିଛନ୍ତି । ବୁଧବାର ସକାଳୁ ଘରୁ ବାହାରି ନିକଟସ୍ଥ ଏକ ମହୁଲ ଗଛ ରେ ପ୍ଲାଷ୍ଟିକ ରଶି ଲଗାଇ ଆତ୍ମହତ୍ୟା କରିଥିବା ବେଳେ ସ୍ଥାନୀୟ କିଛି ଲୋକ ଶୌଚ ହେବ ପାଇଁ ଯିବା ବେଳେ ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ । କୁଳମଣି ମଲ୍ଲିକ ଖମନଖୋଲ ପଞ୍ଚାୟତର ହାତିରାଜା ଉ.ପ୍ରା. ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଭାବେ କାର୍ଯ୍ୟ କରୁଥିଲେ । ଏ ନେଇ ପୁଲିସ ୨/୨୫ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ବିଷୟ ବାଲିଗୁଡା ଥାନା ଏଏସଆଇ ଉମାଶଙ୍କର ନିଆଳ ପ୍ରକାଶ କରିଛନ୍ତି ।
More Stories
ମହାରାଷ୍ଟ୍ରର ଜଲଗାଁଓରେ ଟ୍ରେନ୍ ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ୧୧ରେ ପହଞ୍ଚିଛି ।
ତାଳଚେର ଭାରତର ଦ୍ୱିତୀୟ ସର୍ବାଧିକ ପ୍ରଦୂଷିତ ସହର।
୨୮ ରେ “ଉତ୍କର୍ଷ ଓଡ଼ିଶା”-ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ-୨୦୨୫ରେ ଯୋଗଦେବେ ପ୍ରଧାନମନ୍ତ୍ରୀ