ଖୋର୍ଦ୍ଧା : ନିରାକାରପୁର ପୋଲିସର ଅପାରଗତା ଓ ଠିଲା ପେଟ୍ରୋଲିଂ ଯୋଗୁଁ ନିରାକାରପୁର ଅଂଚଳରେ ଧିରେ ଧିରେ ବଢ଼ିବାରେ ଲାଗିଛି ଚୋରି,ରାହାଜାନି ଓ ଲୁଟ।ଗତକାଲି ବିଳମ୍ବିତ ରାତିରେ ନିରାକାରପୁର ଥାନା ଅଧିନସ୍ଥ ନନପଡା ମୈ।ଜାଗେଟବଜାର ନିକଟ ଅଲୋନିରୁ ହୋଇଛି ଲୁଟ।ଦୁଇଟି ରାସନ ଦୋକାନ ସମେତ ୪ଜଣଙ୍କ ଘରୁ ହୋଇଛି ଲୁଟ।ଲୁଟେରା ମାନେ ଘର ଗ୍ରୀଲ ତାଲା ଭାଗିଂ ଘରେ ପଶି ମୂଲ୍ୟବାନ ଜିନିଷପତ୍ର ସହିତ ଟଙ୍କା ଲୁଟି ନେଇଛନ୍ତି।ଏନେଇ ସ୍ଥାନୀୟ କଲୋନୀ ବାସୀ ନିରାକାରପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।ଅଭିଯୋଗ ପରେ ନିରାକାରପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଆଖପାଖ ରେ ଲାଗିଥିବା ସିସିଟିଭି ଫୁଟେଜ ଯାଚଂ କରି ତଦନ୍ତ ଜାରି ରଖିଛି।ହେଲେ ଲୁଟେରା ମାନଙ୍କ ଟେର ପାଇନାହିଁ ନିରାକାରପୁର ପୋଲିସ।ପୋଲିସର ଢିଲା ପେଟ୍ରୋଲିଂ ଯୋଗୁଁ ବାରମ୍ବାର ନିରାକାରପୁର ଅଂଚଳରେ ଚୋରି ଡକାୟତି ବଢିବାରେ ଲାଗିଥିବା କଥା କହିଛନ୍ତି ସ୍ଥାନୀୟ ବାସିନ୍ଦା।
ନିରାକାରପୁର ଗେଟ ବଜାର ନିକଟରୁ ସିରିଜ ଲୁଟ।

More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।