MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ସରୁନି ଜାତୀୟ ରାଜପଥ ସଂପ୍ରସାରଣ କାମ, ଜାତୀୟ ରାଜପଥ ପାଲଟିଛି ମରଣ ଯନ୍ତା, ଟ୍ରକ ସ୍କୁଟି ଧକା ଜଣେ ମୃତ ଦୁଇ ଗୁରୁତର


ମୋ ଟିଭି ଓଡିଶା / ସୋର : ୨୮/୦୬/୨୦୨୪

ଟ୍ରକ ଓ ସ୍କୁଟି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇଜଣ ଆହତ ହୋଇଛନ୍ତି। ସୂଚନା ଅନୁସାରେ ଖଇରା ଥାନା ଡାଲଙ୍ଗ ଗ୍ରାମର ଭରତ ପୃଷ୍ଟିଙ୍କ ପୁଅ ଉମେଶ ପୃଷ୍ଟି ସମୀର ମହାରଣା ଓ ଆଟପୁର ଗ୍ରାମର ଶୁଭଙ୍କର ପାତ୍ର ଏକ ସଂକୀର୍ତ୍ତନ ମଣ୍ଡଳୀରେ କାମ କରନ୍ତି। ଆଜି ସକାଳେ ବାଲିଆ ପାଳରୁ କୀର୍ତ୍ତନ ସାରି ଘରକୁ ଫେରୁଥିବା ବେଳେ ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ବରଫକଳ ଛକ ନିକଟରେ ଏକ ଟ୍ରକ ତାଙ୍କୁ ଧକା ମାରିବାରୁ ଉମେଶଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ସମୀର ଓ ଶୁଭଙ୍କର ଗୁରୁତର ଆହତ ହୋଇଥିଲେ।

ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ସୋର ଡାକ୍ତରଖାନାକୁ ଆଣିଥିବା ବେଳେ ସେଠାରେ ଶୁଭଙ୍କର ଗୁରୁତର ଆହତ ଥିବାରୁ ତାଙ୍କୁ ବାଲେଶ୍ୱର ସ୍ଥାନାନ୍ତର କରାଯାଇଛି। ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଗାଡି ଦୁଇଟିକୁ ଜବତ କରି ଥନାରେ ରଖିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି। ତେବେ ଜାତୀୟ ରାଜପଥ ସଂପ୍ରସାରଣ କାମ ନେଇଥିବା ବ୍ରିଜ ଗୋପାଲ କନଷ୍ଟ୍ରକ୍ସନ କମ୍ପାନୀ ଧିମା ଓ ମନ ମୁଖି କାର୍ଯ୍ୟ ପାଇଁ ସୋର ରୁ ବାଲେଶ୍ୱର ଯାଏଁ ଜାତୀୟ ରାଜପଥ ରେ ବାରମ୍ବାର ଦୁର୍ଘଟଣା ଘଟିବା ସହ ପଥଚାରି ମୃତ୍ୟୁ ବରଣ କରୁଛନ୍ତି।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।