ଖୋର୍ଦ୍ଧା : ୧୦/୧୧/୨୪
ରାଧାକୃଷ୍ଣ ଦରିଦ୍ର ନାରାୟଣ ସେବା ସଂଘ ଆଜକୁ ଦୀର୍ଘ ୩୪ ବର୍ଷ ଧରି ଦରିଦ୍ର ନାରାୟଣମାନଙ୍କୁ ନିଶୁଳ୍କ ସେବା ଯୋଗାଇ ଆସୁଛି । ପ୍ରତିବର୍ଷ ଅଁଳାନବମୀ ତିଥିରେ ଜିଲ୍ଲା ଓ ଜିଲ୍ଲା ବାହାରେ ରହିଥିବା ୧୫୦୦ ରୁ ୨୦୦୦ ଭିନ୍ନକ୍ଷମ ଓ କୁଷ୍ଠ ରୋଗୀଙ୍କୁ ଚିହ୍ନଟ କରି ଖୋର୍ଦ୍ଧା ଗଙ୍ଗପଡ଼ା ନିକଟବର୍ତ୍ତୀ ମା’ଭୂଆଷୁଣୀ ମନ୍ଦିର ପ୍ରାଙ୍ଗଣରେ ଏକତ୍ରିତ କରାଇ ସେମାନଙ୍କୁ ଭୂରିଭୋଜନ, ଧୋତି, ଶାଢ଼ୀ, କମ୍ବଳ ଏବଂ ଔଷଧ ଇତ୍ୟାଦି ପ୍ରଦାନ କରିଥାନ୍ତି ।
ଏହା ବ୍ୟତୀତ ପ୍ରତି ମାସର ୭ ତାରିଖ ଦିନ ୫୦୦ରୁ ୬୦୦ ଉର୍ଦ୍ଧ୍ବ ଅସହାୟ, ଭିନ୍ନକ୍ଷମ ଓ ଦୃଷ୍ଟିହୀନ ଭାଇ ଭଉଣୀମାନଙ୍କୁ ଭୋଜନ ସହିତ ଔଷଧ ଓ ମାସିକ ୨୦୦ ଟଙ୍କା ଭତ୍ତା ପ୍ରଦାନ କରିଥାନ୍ତି।ଚଳିତ ବର୍ଷ ଅଁଳା ନବମୀ ତିଥିରେ ରବିବାର ୧୦.୧୧.୨୪ ରିଖରେ ଗଙ୍ଗପଡ଼ାସ୍ଥି ମା’ ଭୂଆଷୁଣି ମନ୍ଦିର ପ୍ରାଙ୍ଗଣରେ ଏହି ଦରିଦ୍ର ନାରାୟଣ ସେବା ଅନୁଷ୍ଠିତ କରାଯାଇଛି । ଏହି କାର୍ଯ୍ୟକ୍ରମରେ ସଂଗଠନ ସଭାପତି ଶ୍ରୀଯୁକ୍ତ ସୁରେଶ ଚନ୍ଦ୍ର ରାଉତରାୟ (ପୂର୍ବତନ ମନ୍ତ୍ରୀ ଓ ବିଧାୟକ, ଜଟଣୀ), ସମ୍ପାଦକ– ଲଲାଟ କଶୋର ପୃଷ୍ଟି, ସହ-ସମ୍ପାଦକ – ନିରଞ୍ଜନ ପୃଷ୍ଟି, ମୁଖ୍ୟ ଅତିଥୁ- ନିରଂଜନ ସାହୁ, ପୂର୍ବତନ ଜିଲ୍ଲାପାଳ,ଖୋର୍ଦ୍ଧା, ପଞ୍ଜାବ ନ୍ୟସାନାଲ ବ୍ୟାଙ୍କ, ଓଡ଼ିଶା ମୁଖ୍ୟ ପ୍ରବନ୍ଧକ, ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଯୋଗ ଦେଇ କାର୍ଯ୍ୟକୁ ଉତ୍ସବ ମୁଖର କରିଥାନ୍ତି ।
ଏହି ଅନୁଷ୍ଠାନଟିକୁ ଶ୍ରୀ ଲଲାଟ କିଶୋର ପୃଷ୍ଟି ୧୯୯୨ ମସିହାରୁ ପ୍ରତିଷ୍ଠା କରି ନିଜ ପାରିଶ୍ରମିକରୁ କିଛି ଅର୍ଥ ସଂଚୟ କରି ଦରିଦ୍ର ନାରାୟଣ ସେବା ସଂଘଟିକୁ ଚଳାଇ ଆସୁଥିବାବେଳେ କୌଣସି ସରକାରୀ ବା ବେସରକାରୀ ସାହାଯ୍ୟ ଗ୍ରହଣ କରନ୍ତି ନାହିଁ । ତାଙ୍କର ଏହି ମାନବସେବା କାର୍ଯ୍ୟରେ ଗ୍ରାମପ ସ୍ୱେଚ୍ଛାସେବୀ ବନ୍ଧୁମାନେ ସାହାଯ୍ୟ ଓ ସହଯୋଗ କରିଥାନ୍ତି।ଉପସ୍ଥିତ ଥିବା ସମସ୍ତ ଭିନ୍ନକ୍ଷମ, ରୁଗ୍ଣ, ନିଃସହାୟ, ମଉସା ମାଉସୀ, ଭାଇ ଭଉଣୀମାନଙ୍କୁ ଏବଂ ଉପସ୍ଥିତ ଅନ୍ୟାନ୍ୟ ଅତିଥ୍ ବୃନ୍ଦ ଓ ସମସ୍ତ ଗଣପ୍ରତିନିଧୁମାନଙ୍କୁ ସଂଘ ତରଫରୁ ଅଶେଷ ଧନ୍ୟବାଦ ଓ କୃତଜ୍ଞତା ପ୍ରଦାନ କରାଯାଇଛି।
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।