MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଦଣ୍ଡପାଟ ଧନୁଯାତ୍ରା ପାଇଁ ଶୁଭସ୍ତମ୍ଭ ସ୍ଥାପନ

କଳାହାଣ୍ଡି:୦୭/୧୨
ରିପୋର୍ଟ—ସନତ ପ୍ରଧାନୀ


କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ଦଣ୍ଡପାଟ ମୁକ୍ତ ରଙ୍ଗମଞ୍ଚ ରେ ଧନୁଯାତ୍ରା ଆସନ୍ତା ୨୫ ତାରିଖ ରୁ ଆରମ୍ଭ ହେବ। ଧନୁଯାତ୍ରା ପାଇଁ ଶୁଭସ୍ତମ୍ଭ ସ୍ଥାପନ ଅନୁଷ୍ଠିତ ହୋଇଯାଇଛି l

ପୂଜା କର୍ତ୍ତା ଭାବେ ଇଶ୍ଵର ବାଣୁଆ ଓ ବିନ୍ଦିଆ ବାଣୁଆ ଦାଇତ୍ୱ ତୁଲାଇଥିବା ବେଳେ ପୂଜକ ମୋହନ ତିୱାରୀ ରହିଥିଲେ। ଏହି ଧନୁଯାତ୍ରା ପାଇଁ ହାଇସ୍କୁଲ ପଡ଼ିଆ କୁ ମଥୁରା ନଗରୀ ଓ ମଝିରପଦା କୁ ଗୋପପୁର କରାଯାଇଛି । ଏଥିପାଇଁ ଶୁକ୍ରବାର ଶୁଭସ୍ତମ୍ଭ ସ୍ଥାପନ କରାଯାଇଛି ।

ଏହି ଅବସରରେ ଧନୁଯାତ୍ରା ଉତ୍ସବ କମିଟି ର ସଭାପତି ବିନ୍ଦୁସାର ବିଶି , ଭବେଶ ଗଏନ୍ତ।, ଉପେନ୍ଦ୍ର ନାଏକ, ବାଳକୃଷ୍ଣ ବିଶି, ଗୁଣନିଧି ନାଗ, ହୁକିମ ବିଶି, ପିକ ବିଶି, ହେମାଳ, ଭବାନୀ, ଅଭୟ, ସୋମନାଥ ବିଶି, ସୁକଲୁ ପଟେଲ, ତପୁ ନାଏକ, ବଳରାମ ପୁଝାରୀ ସମେତ କମିଟିର ସମସ୍ତ ସଦସ୍ୟ ଓ ଗ୍ରାମବାସୀ ଉପସ୍ଥିତ ରହିଥିଲେ । ଚଳିତ ବର୍ଷ କଂସ ଭୂମିକାରେ ଗୋପାଲ ପଣ୍ଡା ଅଭିନୟ କରିବେ ବୋଲି କମିଟି ପ୍ରକାଶ କରିଛନ୍ତି।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।