MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ବାଲିଶଙ୍କରା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକଙ୍କ ନାମରେ ଯୌନ ନିର୍ଯ୍ୟାତନା ଅଭିଯୋଗ, ନ୍ୟାୟ ଦାବିରେ ଛାତ୍ରୀମାନଙ୍କର ରାଜପଥ ଅବରୋଧ….


ମୋ ଟିଭି ଓଡିଶା / ସୁନ୍ଦରଗଡ଼ :

ସୁନ୍ଦରଗଡ଼ ଜିଲ୍ଲା ବାଲି ଶଙ୍କରା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀମାନଙ୍କୁ ପ୍ରଧାନ ଶିକ୍ଷକ ଯୌନ ନିର୍ଯ୍ୟାତନା ଦେଉଥିବା ଅଭିଯୋଗ। ସମ୍ପୃକ୍ତ ଶିକ୍ଷକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରି ଛାତ୍ରୀମାନଙ୍କର ରାସ୍ତା ଅବରୋଧ।
ଶୁଣନ୍ତୁ ପୀଡ଼ିତା ଛାତ୍ରୀମାନଙ୍କ କୋହ ଭରା ବୟାନ….

ବାଲିଶଙ୍କରା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକଙ୍କ ନାମରେ ଯୌନ ନିର୍ଯ୍ୟାତନା ଅଭିଯୋଗ,… ମୋ ଟିଭି ଓଡିଶା


ଏମାନେ ହେଉଛନ୍ତି ସେହି ପୀଡ଼ିତ ଛାତ୍ରୀମାନେ। ବିଭିନ୍ନ ପର୍ଯ୍ୟାୟରେ ଭିନ୍ନ ଭିନ୍ନ ଅଧିକାରୀଙ୍କୁ ତାଙ୍କର ସମସ୍ୟାର ସମାଧାନ ପାଇଁ ଅଭିଯୋଗ କରି ଆସୁଥିଲା ବେଳେ କୌଣସି ସୁଫଳ ନ ମିଳିବାରୁ ସେମାନେ ବାଧ୍ୟ ହୋଇ ରାଜ ରାସ୍ତାକୁ ଅବରୋଧ କରିବା ସହ ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଲୋଡିଛନ୍ତି। ତେବେ ସେମାନେ ନିଜ ସ୍କୁଲ ଛାଡି ବାଲିଶଙ୍କରା ଚାନ୍ଦିନୀ ଛକରେ ରାସ୍ତା ଅବରୋଧ କରି ଦୃଢ଼ କାର୍ଯ୍ୟନୁଷ୍ଠାନ ଦାବି କରିଛନ୍ତି।


ବିଦ୍ୟାଳୟର ଏହି ଚରିତ୍ରହୀନ ପ୍ରଧାନ ଶିକ୍ଷକ ସନ୍ଧ୍ୟା 7ଟା ରୁ ରାତି 11ଟା ମଧ୍ୟରେ ଶିକ୍ଷାଦାନ କରିବା ସହ ଛାତ୍ରୀମାନଙ୍କୁ ଯୌନ ଶୋଷଣ କରିଥାନ୍ତି ବୋଲି ଛାତ୍ରୀମାନେ ଅଭିଯୋଗ କରିଛନ୍ତି। ପ୍ରଧାନ ଶିକ୍ଷକ ପ୍ରମୋଦ ପଟେଲ ଏହି କେଳାଙ୍କାରି ଘଟଣା ଘଟାଇବା ସହ ଯିଏ ତାଙ୍କ କଥା ଅମାନ୍ୟ କରୁଥିଲା ତାକୁ ବିଭିନ୍ନ ଉପାୟରେ ଶୋଷଣ କରୁଥିଲେ ବୋଲି ଆଜି ଛାତ୍ରୀମାନେ ଗଣ ମାଧ୍ୟାମ ନିକଟରେ ପ୍ରକାଶ କରିଛନ୍ତି। ତେବେ ଘଟଣା ପଦାକୁ ଆସିବା ପରେ ବାଲି ଶଙ୍କରା ବି ଡି ଓ , ସମାଜ ମଙ୍ଗଳ ଅଧିକାରୀ ଓ ସ୍ଥାନୀୟ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉତ୍ୟକ୍ତ ଛାତ୍ରୀ ମାନଙ୍କୁ ବୁଝାଶୁଝା ଆରମ୍ଭ କରିଛନ୍ତି।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।