ତୁରନ୍ତ କଠୋର ଆଇନ ଲାଗୁ ନକରିବାକୁ ମନ୍ତ୍ରୀଙ୍କୁ ଯାତ୍ରା ମାଲିକଙ୍କ ଅନୁରୋଧ କରିଥିବା କହିଛନ୍ତି ମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀ । କିଛି ସମୟ ଦେବାକୁ ଅନୁରୋଧ କରିଛନ୍ତି ଯାତ୍ରା ମାଲିକ । ପୋଲିସ ଓ ଗୃହ ବିଭାଗ ଆଇନଶୃଙ୍ଖଳା ଦିଗକୁ ଦେଖୁଛି । ଅଶ୍ଳୀଳତାକୁ ନେଇ ମାର୍ଗଦର୍ଶିକା ଜାରି କରିବାକୁ ଯାଉଛୁ । ଯାତ୍ରା କମିଟି, କଳାକାର ଓ ମାଲିକଙ୍କ ସହ ଆଲୋଚନା ହୋଇଛି । ବିଶେଷ କରି ମାଘମାସରେ ଖଣ୍ଡଗିରିରେ ହେଉଥିବା ଯାତ୍ରାକୁ ନେଇ ସରକାର ଚିନ୍ତାପ୍ରକଟ କରିଛନ୍ତି । ଏହି ମହୋତ୍ସବରେ ହେବାକୁ ଥିବା ଯାତ୍ରା ପାଇଁ କମିଶନରେଟ ପୋଲିସ ତରଫରୁ ବଛା ବଛା ଅଶ୍ଳୀଳ ନୃତ୍ୟଶୀଳ୍ପିଙ୍କୁ ଏଠାକୁ ଆସିବାକୁ ବାରଣ କରାଯାଇଛି । ଏହାକୁ ନେଇ ଏବେ ଯାତ୍ରାପାର୍ଟି ମାଲିକମାନେ ବିଭାଗୀୟ ମନ୍ତ୍ରୀଙ୍କୁ ଚିଠି ଲେଖି ଏନେଇ ତୁରନ୍ତ କାର୍ୟ୍ୟାନୁଷ୍ଠାନ ନନେବାକୁ ଅନୁରୋଧ କରିଛନ୍ତି ।
ମୋ ଟିଭି ଓଡିଶା, ଭୁବନେଶ୍ୱର
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।