February 24, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ସିଏମ ବାସ ଭବନକୁ ଖୋଳିଲେ ବାହାରିବ ଶିବଲିଙ୍ଗ।

ସିଏମ ବାସ ଭବନକୁ ଖୋଳିଲେ ବାହାରିବ ଶିବଲିଙ୍ଗ। ଏଭଳି କହି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ଓ ବିଜେପିକୁ ଟାର୍ଗେଟ୍ କରିଛନ୍ତି ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ । ସେ କିହିଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କ ଲକ୍ଷ୍ନୌ ସ୍ଥିତ ସରକାରୀ ବାସଭବନ ତଳେ ଏକ ‘ଶିବଲିଙ୍ଗ’ ଅଛି, ଏବଂ ଏହାକୁ ଖନନ କରାଯିବା ଉଚିତ। ନିକଟରେ ଉତ୍ତର ପ୍ରଦେଶରେ ହୋଇଥିବା ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣକୁ ନେଇ ଅଖିଳେଶ ଏହି କଟାକ୍ଷ କରିଛନ୍ତି। ସମ୍ଭଲ ମାମଲାକୁ ଦୃଷ୍ଟିରେ ରଖି ଯୋଗୀ ସରକାରଙ୍କୁ ଏପରି ଟାର୍ଗେଟ କରିଛନ୍ତି ଏସପି ମୁଖ୍ୟ । ମନ୍ଦିର ମସଜିଦ ବିବାଦକୁ ନେଇ ଅଖିଳେଶ ଲଗାତାର ସ୍ୱର ଉତ୍ତୋଳନ କରି ଆସୁଛନ୍ତି।

ଗତ ସପ୍ତାହରେ, ଉତ୍ତରପ୍ରଦେଶର ସମ୍ୱଲରେ ଖନନ କରି ସର୍ଭେ କରାଯାଉଥିବା ବେଳେ ୧୮୫୭ ବିଦ୍ରୋହର ଯୁଗର ୨୫୦ ଫୁଟ ଗଭୀର ଏକ ଷ୍ଟେପୱେଲ ମିଳିଥିଲା। ଲକ୍ଷ୍ମଣ ଗଞ୍ଜ ଅଞ୍ଚଳରେ ଉକ୍ତ ସ୍ଥାନରେ ଦୁଇଟି ବୁଲଡୋଜର ଖନନ କରିବା ପରେ ଷ୍ଟେପୱେଲ ମିଳିଥିଲା। ଏହାର କିଛିଦିନ ପୂର୍ବରୁ ସେହି ସ୍ଥାନରେ ପ୍ରାଚୀନ ବଙ୍କେ ବିହାରୀ ମନ୍ଦିରର ଧ୍ୱଂସାବଶେଷ ମିଳିଥିଲା।ତେବେ ରାଜ୍ୟରେ ଏଭଳି ଘଟଣା ନେଇ ଅଖିଳେଶ ଯାଦବ ୟୁପି ସରକାରଙ୍କୁ ତୀବ୍ର ସମାଲୋଚନା କରୁଛନ୍ତି।

ବ୍ୟୁରୋ ରିପୋର୍ଟ : ମୋ ଟିଭି ଓଡିଶା

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।