MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ଙ୍କ ଶ୍ରାଦ୍ଧ ଦିବସ

ମୋ ଟିଭି ଓଡିଶା : ୧୯୬୮ରୁ ୨୦୦୮ – ଦୀର୍ଘ ଚାଳିଶ
ବର୍ଷର ସାଧନା । ଆରମ୍ଭ ହୋଇଥିଲା ଗୋରକ୍ଷା ଆନ୍ଦୋଳନରୁ ଶେଷ ହେଲା ହିନ୍ଦୁ ରକ୍ଷା ମହାଯଜ୍ଞରେ । ଏ ମହାଯଜ୍ଞରେ ନିଜକୁ ଆହୂତି ଦେଇଦେଲେ ବେଦାନ୍ତାକେଶରୀ ସ୍ଵାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ । ସନ୍ନ୍ୟାସୀ ଜୀବନର ମୋକ୍ଷ ପ୍ରାପ୍ତିର ସାଧନାକୁ ଜଳାଞ୍ଜଳି ଦେଇ ସ୍ବାମୀ । ଲକ୍ଷ୍ମଣାନନ୍ଦ ଗ୍ରହଣ କରି କରି ନେଇଥିଲେ ‘ହିନ୍ଦୁରକ୍ଷା’ର ମହାଦୀକ୍ଷା। ‘ନ ହିନ୍ଦୁ ପତିତୋ ଭବେତ୍’- ହିନ୍ଦୁ କେବେ ପତିତ ହୋଇ ପାରେନା । ତାକୁ ଛଳେ ବଳେ କୌଶଳେ କେହି କେବେ ଧର୍ମାନ୍ତରିତ କରି ଖ୍ରୀଷ୍ଟିଆନ କରିନପାରେ । ସେ ବନବାସୀ ହୋଇପାରେ, ଦରିଦ୍ର ହୋଇପାରେ, ନିରକ୍ଷର ହୋଇପାରେ, ତଥାପି ସେ ସ୍ବାଭିମାନ ସହ ହିନ୍ଦୁ ହୋଇ ରହିବ । ସେ ମଦ ଛାଡ଼ିବ, ପାଠ ପଢିବ । ଖ୍ରୀଷ୍ଟିଆନ ମିଶନାରୀ- ଙ୍କ ପ୍ରରୋଚନାରେ ପଡ଼ି ଗାହତ୍ୟା କରିବନି ବରଂ ଗୋମାତାର ପୂଜା କରିବ । ଭାଗବତ ପାଠ କରିବ, ତୁଳସୀ ରୋପଣ କରିବ । ଜଙ୍ଗଲରେ ବୁଲି ଫଳମୂଳ ସଂଗ୍ରହ କରିବ ନାହିଁ, ବରଂ ଉନ୍ନତ ପ୍ରଣାଳୀର ଚାଷବାସ କରି ମଣିଷପରି ମଣିଷ ହୋଇ ଚଳିବ। ଏହାହିଁ ଥିଲା ସ୍ବାମୀ ଲକ୍ଷ୍ମଣାନନ୍ଦଜୀଙ୍କର ସାଧନାର ସିଦ୍ଧି, ଯେଉଁଥିରେ କେବଳ କନ୍ଧମାଳ ଜିଲ୍ଲା ନୁହେଁ, ସାରା ଓଡ଼ିଶା ଅନୁପ୍ରାଣିତ- ଅନୁଗୃହୀତ ହୋଇଥିଲା ‌।

ଏକଦା ନିଜକୁ ଦଳିତ, ପତିତ, ଅସବର୍ଣ୍ଣ ଅଣହିନ୍ଦୁ (ଆଦିବାସୀ) ଭାବୁଥିବା ବନବାସୀମାନେ ସୁସ୍ଥ , ସଂସ୍କୃତ, ସମୃଦ୍ଧ ଜୀବନ ଯାପନ କରିପାରିଲେ । ସ୍ୱାମୀଜୀଙ୍କର ଦୀର୍ଘ ଚାଳିଶବର୍ଷର ‘କର୍ମଯୋଗ’ର ଇତି ଇତିବୃତ୍ତ ତାଙ୍କ ନିଜ ତୁଣ୍ଡରେ । ୧୬ ବର୍ଷ ତଳେ ଏହି ଜନ୍ମାଷ୍ଟମୀ ତିଥିରେ କନ୍ଧମାଳର ଜଲେଶପଟା କନ୍ୟାଶ୍ରମ ଉତ୍ସବମୁଖର ଥିବା ବେଳେ ଧର୍ମାନ୍ଧ ଆତତାୟୀମାନେ ନିର୍ମମଭାବେ ଗୁଳିକରି ୮୪ ବର୍ଷୀୟ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ଓ ତାଙ୍କର ଅନୁଗାମୀଙ୍କୁ ହତ୍ୟା କରିଥିଲେ। ଘଟଣାକୁ ୧୬ ବର୍ଷ ପୁରିଛି । ନା ହତ୍ୟାକାରୀଙ୍କୁ ଦଣ୍ଡ ମିଳିଲା ନା ହତ୍ୟା ଷଡ଼ଯନ୍ତ୍ରକାରୀ କିଏ ଧରାପଡ଼ିଲା ? ପୂଜ୍ୟ ସ୍ବାମୀ ଲକ୍ଷ୍ମଣାନନ୍ଦଙ୍କ ହତ୍ୟାକାରୀ କିଏ ? ବିନା ଶତ୍ରୁତାରେ ନକ୍ସଲମାନେ କଣ ସତରେ ସ୍ବାମୀ ଲକ୍ଷ୍ମଣାନନ୍ଦଙ୍କୁ ହତ୍ୟା କରିଥିଲେ ? ଧର୍ମାନ୍ତରୀକରଣର ଦୋକାନ ଚଲାଇ ସରଳ ଆଦିବାସୀମାନଙ୍କୁ ବିଭ୍ରାନ୍ତ କରୁଥିବା ମାଫିଆମାନଙ୍କର ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତି ଥାଇ ବି କାହିଁକି ସେମାନେ ଖସିଗଲେ ? କେଉଁ ସରକାରର ଛତ୍ରଛାୟାରେ ?
ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ଙ୍କ ଶ୍ରାଦ୍ଧ ଦିବସ ରେ ଭକ୍ତିପୂର୍ଣ୍ଣ ଶ୍ରଦ୍ଧାସୁମନ ଅର୍ପଣ କରୁଛୁ ।ଆଦିବାସୀମାନଙ୍କ ଉତ୍ଥାନ ପାଇଁ ଅହରହ ସଂଗ୍ରାମ ଜାରି ରଖିଥିବା ସ୍ବାମୀଜୀଙ୍କ ଅବର୍ତମାନରେ ଶୃଷ୍ଟ କ୍ଷତି ଭରଣା ହେବା କଷ୍ଟକର ।

ସତ୍ୟାନନ୍ଦ ପାଣିଗ୍ରାହୀ

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।