ମୋ ଟିଭି ଓଡିଶା / ପୁରୀ :
ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର । ଆସନ୍ତା ୮ ତାରିଖରେ ମହାପ୍ରଭୁଙ୍କ ରତ୍ନ ଭଣ୍ଡାରର ଅଳଙ୍କାର ଗଣତି ହେବ । ଗୃହ ସଚିବଙ୍କ ଚିଠି ସାର୍ବଜନୀନ ପରେ ବଢ଼ିଲା ଚର୍ଚ୍ଚା। ମହାପ୍ରଭୁଙ୍କ ରତ୍ନ ଭଣ୍ଡାରର ଅଳଙ୍କାର ଗଣତି ହେବ । ରତ୍ନ ଭଣ୍ଡାର କମିଟିର ଅଧ୍ୟକ୍ଷ ଜଷ୍ଟିସ ଅରିଜିତ ପଶାୟତଙ୍କ ନେତୃତ୍ୱରେ ଏହି ରତ୍ନ ଗଣତି ହେବ । ତେବେ ଆସନ୍ତା 8 ତାରିଖରୁ 27 ତାରିଖ ଯାଏ ଏହି ଗଣତି କାର୍ଯ୍ୟ ହେବ । ଦୀର୍ଘ 20 ଦିନ ଧରି ଏହି ଗଣତି କାର୍ଯ୍ୟ ହେବ ।

ରାଜ୍ୟ ଗୃହ ସଚିବଙ୍କ ଏକ ଚିଠିରୁ ଏନେଇ ସୂଚନା ମିଳିଛି । ତେବେ ଅସନ୍ତା 5ତାରିଖରେ ଏନେଇ ପୁରୀରେ ଥିବା ହାଇକୋର୍ଟ ଗେଷ୍ଟ ହାଉସରେ ରତ୍ନ ଭଣ୍ଡାର କମିଟିର ଅଧ୍ୟକ୍ଷ ଜଷ୍ଟିସ ଅରିଜିତ ପଶାୟତଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିବ । ବୈଠକ ପରେ ରତ୍ନଭଣ୍ଡାର ଖୋଲିବ ।
ପ୍ରକାଶଯୋଗ୍ୟ, ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଖୋଲିବା ନେଇ ବିଜେପି ନିର୍ବାଚନ ଇସ୍ତାହାରରେ ପ୍ରତିଶ୍ରୁତି ଦେଇଥିଲା । ଖୁବଶୀଘ୍ର ରତ୍ନ ଭଣ୍ଡାର ଖୋଲିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଘୋଷଣା କରିଥିଲେ । ତେବେ ରତ୍ନ ଭଣ୍ଡାର ଖୋଲିବା ନେଇ ରାଜ୍ୟ ଗୃହ ସଚିବଙ୍କ ଚିଠି ସାର୍ବଜନୀନ ହୋଇଥିବା ବେଳେ ଏ ନେଇ କିନ୍ତୁ ରାଜ୍ୟ ସରକାରଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।