February 23, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ପ୍ରେମିକା ପାଇଁ ଏଟିଏମ ଚୋରଙ୍କୁ ଧରିଲା ସିମୁଳିଆ ପୁଲିସ।

ସୋର : ୨୨/୧୧/୨୪



ପ୍ରେମିକା ପାଇଁ ଏଟିଏମ ଚୋରଙ୍କୁ ଧରିଲା ସିମୁଳିଆ ପୁଲିସ। ଚାରି ଜଣଙ୍କ ମଧ୍ୟରୁ ଦୁଇ ନାବାଳକ । ଗତ ବୁଧବାର ବିଳମ୍ବିତ ରାତିରେ ସୋର ଥାନା ଅନ୍ତର୍ଗତ ସବିରା ଅଞ୍ଚଳରେ ଏଟିଏମ ଚୋରି ଏବଂ ସୋର ଅଞ୍ଚଳର ଏକ ଦୋକାନ ଚୋରି ଘଟଣାରେ ସମ୍ପୃକ୍ତ ଥିବାର ପୋଲିସ ପ୍ରେସମିଟ ଜରିଆ ରେ ପ୍ରକାଶ କରିଛି ।

ସୂଚନା ଅନୁସାରେ ସିମୁଳିଆ ପୁଲିସ ଗତକାଲି ସନ୍ଧ୍ୟା ସମୟରେ ଆସାମୀଙ୍କୁ ସୋର କୋର୍ଟରେ ହାଜର କରି ସିମୁଳିଆ ଫେରୁଥିବା ବେଳେ ଜାମୁଝାଡ଼ି ଛକରୁ ଗଣ୍ଡଗୋଳ କରୁଥିବା ଚାରି ଜଣ ଯୁବକ ଙ୍କୁ ଧରି ସିମୁଳିଆ ଥାନାକୁ ଆଣିଥିଲେ । ଏହି ଯୁବଙ୍କ ମଧ୍ୟରୁ ଜଣେ ନାବାଳକ ଜାମୁଝଡ଼ି ଅଞ୍ଚଳର ଜଣେ ଯୁବତୀଙ୍କୁ ପ୍ରେମ କରୁଥିଲେ। ଯାହାକୁ ନେଇ ଗତକାଲି ସନ୍ଧ୍ୟାରେ ପ୍ରେମ ଘଟଣାକୁ ନେଇ ଜାମୁଝାଡ଼ି ଛକରେ ଜଣେ ଯୁବକ ସହିତ ଗଣ୍ଡଗୋଳ କରିବାବେଳେ ଧରାପଡ଼ିଥିବାର ସୂଚନା ମିଳିଛି। ଏହି ସମୟରେ ସ୍ଥାନୀୟ ଲୋକେ ସେମାନଙ୍କୁ କାବୁ କରିବା ସହିତ ସେମାନଙ୍କ ନିକଟରୁ ମାରଣାସ୍ତ୍ରକୁ ଜବତ କରି ସିମୁଳିଆ ପୁଲିସକୁ ସୂଚନା ଦେଇଥିଲେ।

ସିମୁଳିଆ ପୋଲିସ ଥାନାରେ ସେମାନଙ୍କୁ ପଚରା ଉଚୁରା କରିବା ସିସିଟିଭି ଯାଞ୍ଚ ପରେ ସେମାନେ ସୋର ଅଞ୍ଚଳର ଏଟିଏମ ଏବଂ ଦୋକାନ ଚୋରି ଘଟଣାର ସମ୍ପୃକ୍ତ ଥିବାର ପୁଲିସ ଜାଣିବାକୁ ପାଇ ସୋର ପୋଲିସ କୁ ଖବର ଦେଇଥିଲେ । ସୋର ପୋଲିସ ସେମାନଙ୍କୁ ଆଣି ପଚରା ଉଚରା କରିବା ପରେ ଏଟିଏମ ସହିତ ଗୋଟିଏ ଗ୍ରୋସେରୀ ଦୋକାନରୁ ଚୋରି କରିଥିବା ଜାଣିବାକୁ ପାଇଥିଲେ। ଚାରି ଜଣଙ୍କ ମଧ୍ୟରୁ ଜଣେ ନାବାଳକ ସବିରା ଅଞ୍ଚଳର ଏବଂ ଅନ୍ୟ ତିନିଜଣ ବାସୁଦେବପୁର ଥାନା ଅଞ୍ଚଳର ବୋଲି ଜଣାପଡିଛି। ବାସୁଦେବପୁର ଅଞ୍ଚଳର ତିନି ଜଣଙ୍କ ମଧ୍ୟରୁ ଜଣେ ମଧ୍ୟ ନାବାଳକ ଥିବାର ପୋଲିସ ନିକଟରୁ ସୂଚନା ମିଳିଛି। ସମସ୍ତ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।