MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଜନ ସେବା ସମିତି ଯୋଗୀମାଲ ତରଫରୁ ସିପକ ଟାକ୍ରୋ ଜାତୀୟ ଖେଳାଳୀଙ୍କୁ ସମ୍ବର୍ଦ୍ଧନା ….

ସୁନ୍ଦରଗଡ଼ (ଦେବେନ୍ଦ୍ର କୁମାର ଭିତ୍ରିଆ ) ୨୨/୦୯

ସୁନ୍ଦରଗଡ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଲେଢ଼ିମଙ୍ଗ ପରିସରରେ ସିପକ ଟାକ୍ରୋ ଜାତୀୟ ସ୍ତରୀୟ ଖେଳାଳୀ ମାନଙ୍କୁ ଜିଲ୍ଲାର ଅଗ୍ରଣୀ ଅନୁଷ୍ଠାନ ଜନ ସେବା ସମିତି ଯୋଗୀମାଲ ତରଫରୁ ସମ୍ବର୍ଦ୍ଧନା ଦିଆ ଯାଇଛି l ଓଡ଼ିଶା ରାଜ୍ୟ ସିପକ୍ ଟାକ୍ରୋ ସଂଘର ରୌପ୍ୟ ଜୟନ୍ତୀ ଉପଲକ୍ଷେ ଏହି ସମ୍ବର୍ଦ୍ଧନା ଦିଆଯାଇଛି।

ଏହି ଅବସରରେ ସିପକ୍ ଟାକ୍ରୋ ପ୍ରତିଯୋଗିତା ୧୨ ଟି ବାଳକ ଓ ବାଳିକା ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା l ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଓଡିଶା ରାଜ୍ୟ ସିପକ୍ ଟାକ୍ରୋ ସଂଘର ସାଧାରଣ ସମ୍ପାଦକ ପୃଥିରାଜ ସାହୁ, ସମ୍ମାନୀତ ଅତିଥି ଭାବେ ଜିଲ୍ଲା କ୍ରୀଡ଼ା ଅଧିକାରୀ ବିଶ୍ୱ କେସନ ପାଣ୍ଡେ, ଅଶ୍ୱିନୀ କୁମାର ନାଏକ ସଦର ଜିଲ୍ଲା ପରିଷଦ (କ), ମଞ୍ଜୁଲତା ନାଏକ ସଦର ଜିଲ୍ଲା ପରିଷଦ (ଖ), ସଞ୍ଜୟ ନାଏକ ଉପ ସଭାପତି ଓଷ୍ଟl, ପ୍ରଭାସ ସୁଭଦର୍ଷନ ମହାନ୍ତି ଉପ ସଭାପତି ଓଷ୍ଟl, ଲେଢ଼ିମଙ୍ଗ ସରପଞ୍ଚ ଅନିରୁଦ୍ଧ ଠେମରିଆ, ସମିତି ସଭ୍ୟ ମନୋଜ କୁମାର ଅଗସ୍ତି, ଜାତୀୟ ରେଫରୀ ରାମ ପ୍ରସାଦ ବାରିକ ପ୍ରମୁଖ ଥିଲେ l

ଅନୁଷ୍ଠାନର ସାଧାରଣ ସମ୍ପାଦକ ଲିପ୍ସା ଷଡଙ୍ଗୀ ବିବରଣୀ ପାଠ କରିଥିଲେ l ଓଡ଼ିଶାରୁ ଜାତୀୟ ସ୍ତର ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବା ପାଇଁ ସମସ୍ତ ବନ୍ଦୋବସ୍ତ କରାଯିବ ଏବଂ ଏ ନେଇ ବର୍ତ୍ତମାନର ସରକାରଙ୍କ ସହଯୋଗ ଭିକ୍ଷା କରିବ ବୋଲି ଓଡ଼ିଶା ରାଜ୍ୟ ସିପକ୍ ଟାକ୍ରୋ ସଂଘର ସାଧାରଣ ସମ୍ପାଦକ ପୃ ଥିରାଜ ସାହୁ ଗଣ ମାଧ୍ୟମକୁ ସୂଚନା ଦେଇଛନ୍ତି। ଏହା ସହ ସେ ଅନୁଷ୍ଠାନର କର୍ମକର୍ତ୍ତା ତଥା ଏହି ବିଦ୍ୟାଳୟର ସମସ୍ତ କର୍ମକର୍ତ୍ତାଙ୍କ ଏପରି କାର୍ଯ୍ୟକ୍ରମକୁ ଭୂୟସୀ ପ୍ରଶଂସା କରିଛନ୍ତି l

ଏହି ଅବସରରେ ଜାତୀୟ ସ୍ତରୀୟ ଖେଳାଳି ମଧୁସ୍ମିତା ଭିତ୍ରିଆ, ପ୍ରୀତି ଟପ୍ପୋ, ପ୍ରଦ୍ୟୁମ୍ନ ଷଡଙ୍ଗୀ, ଦୀପକ କିଶlନ, କବିର କିଶlନ, ପ୍ରତୀକ ପଟେଲ, ଶିବା କୁମୁରl, ନିଖିଲ କିଶlନ, ମଞ୍ଜୁଲତା ମହlକୁଲ, ରାକ୍ଷୀ ଭୋଇ ଓ ସୁସ୍ମିତା ଖାଖାଙ୍କୁ ସାର୍ଟିଫିକେଟ, ଉପଢୌକନ, ଉତ୍ତରୀୟ ଓ ଫୁଲ ତୋଡl ଦେଇ ସମ୍ବର୍ଦ୍ଧିତ କରl ଯାଇଥିଲା l

ଅନୁଷ୍ଠାନର ପ୍ରତିଷ୍ଠାତା ସୁଶାନ୍ତ କୁମାର ଷଡଙ୍ଗୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏହି କାର୍ଯ୍ୟକ୍ରମ ହୋଇଥିଲା l ଅନ୍ୟ ମାନଙ୍କ ମଧ୍ୟରେ ବିଦ୍ୟାଳୟର ସହ ଶିକ୍ଷୟତ୍ରୀ ରଞ୍ଜିତା ନାଏକ, ଶିକ୍ଷକ ଅର୍ଜମା ପଟେଲ, ଆଦିତ୍ୟ ମାଝୀ, ବିନୋଦ ପଟେଲ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ l

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।