February 1, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ସିର୍ଲିଗୁଡା ରାସ୍ତା ଅବସ୍ଥା ଶୋଚନୀୟ

ସିର୍ଲିଗୁଡା ରାସ୍ତା ଅବସ୍ଥା ଶୋଚନୀୟ, ମରାମତି ପାଇଁ ବ୍ଲକ ପ୍ରଶାସନ ଓ ବିଧାୟକ ଙ୍କ ନିକଟରେ ଅଭିଯୋଗ କଲେ ଗ୍ରାମବାସୀ।


ମୋ ଟିଭି ଓଡିଶା / କଳାହାଣ୍ଡି : ୧୩/୦୮


କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଟେମରା ପଞ୍ଚାୟତ ଅନ୍ତର୍ଗତ ସିର୍ଲିଗୁଡା ଗ୍ରାମ କୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ମରାମତି ଅଭାବ କାରଣ ରୁ ବର୍ଷା ଦିନ ରେ ଗ୍ରାମବାସୀ ଙ୍କ ଯାତାୟାତ ପାଇଁ ଅନେକ ଅସୁବିଧା ର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି ସିର୍ଲିଗୁଡା ଗ୍ରାମବାସୀ। ସିର୍ଲିଗୁଡା ପ୍ରାଥମିକ ବିଦ୍ୟାଳୟ ଠାରୁ ବସ୍ତିପଡା,ତେନ୍ତୁଳିପଡା ଦେଇ ଆମପଡା ପର୍ଯ୍ୟନ୍ତ ରାସ୍ତା ଏବେ କାଦୁଅ ପଚ ପଚ ସାଙ୍ଗକୁ ଖାଲଖମା ରେ ଭର୍ତ୍ତି ହୋଇଥିବା କାରଣରୁ ଏହି ରାସ୍ତା ଦେଇ ଗାଡି ଯିବା ତ ଦୂରର କଥା ସାଇକେଲ ରେ ମଧ୍ୟ ଯିବା ଅସମ୍ଭବ ହୋଇ ପଡିଛି। ପାଖରେ ଅଙ୍ଗନବାଡି କେନ୍ଦ୍ର ରହିଥିବା ବେଳେ ଶିଶୁ ସମେତ ଗର୍ଭବତୀ,ପ୍ରସୂତି ମହିଳା ମାନେ ଯାତାୟାତ ହେଉ ଅବା ପିଡ଼ିଏସ ସାମଗ୍ରୀ ପାଇଁ ପଞ୍ଚାୟତ କୁ ଯିବାପାଇଁ ନାହିଁନଥିବା ଅସୁବିଧା ର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି। ବାରମ୍ବାର ଗ୍ରାମବାସୀ ମାନେ ସ୍ଥାନୀୟ ପଞ୍ଚାୟତ ସରପଞ୍ଚ ସମେତ ଅଧିକାରୀଙ୍କୁ ଜଣାଇବା ପରେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ ନ କରିବାରୁ ମଙ୍ଗଳବାର ସିର୍ଲିଗୁଡା ଗ୍ରାମର ଶ୍ୟାମ ସୁନ୍ଦର ନାଏକ, ତୁଙ୍ଗଧ୍ଵଜ ନାଏକ, ଯଦୁ ନାଏକ, ସୁବଳ ସୋରି, ମନୁ ସୋରି, ସିଙ୍ଘ ମାଝୀ, କାର୍ତ୍ତିକ ସୋରି, ଜୟପାଳ ସୋରି, ଗଜିନ୍ଦ୍ର ନାଏକ, ରାଜେନ୍ଦ୍ର ପୋଢ଼, ଘନଶ୍ୟାମ ମାଝୀ, ପିତାମ୍ବର ସୋରି ପ୍ରମୁଖ ମଙ୍ଗଳବାର କୋକସରା ବ୍ଲକ କାର୍ଯ୍ୟାଳୟରେ ପହଞ୍ଚି ବିଡ଼ିଓ ସ୍ନେହାପ୍ରଭା ମାଝୀ ଓ ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲଙ୍କୁ ଭେଟି ରାସ୍ତା ମରାମତି ପାଇଁ ଆଲୋଚନା କରିବା ସହ ଗ୍ରାମବାସୀଙ୍କ ଯାତାୟାତ ସୁବିଧା ପାଇଁ ଯୁଦ୍ଧ କାଳୀନ ଭିତ୍ତି ରେ ମରାମତି କରିବାକୁ ଦାବି କରିଥିଲେ।

ତେବେ ଏହି ରାସ୍ତା ବର୍ତ୍ତମାନ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ହସ୍ତାନ୍ତର ହୋଇଥିବା ବେଳେଆଗାମୀ ଦିନରେ ରାସ୍ତା ନିର୍ମାଣ ପାଇଁ ବିଭାଗୀୟ ଅନୁମତି ମଧ୍ୟ ମିଳିଥିବା ନେଇ ବ୍ଲକ ଉପାଧ୍ୟକ୍ଷ ସୂଚନା ଦେଇଥିଲେ। ତେବେ ବର୍ତ୍ତମାନ ଯାତାୟାତ ପାଇଁ ବ୍ୟବସ୍ଥା କରିବାକୁ ମଧ୍ୟ ପ୍ରତିଶୃତି ଦେଇଥିଲେ। ତେବେ ଆଜି ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପାଟ୍ଟଯୋଶୀ ସରକାରୀ କାର୍ଯ୍ୟକ୍ରମ ରେ କୋକସରା ବ୍ଲକ କୁ ଆସିଥିବା ବେଳେ ବିଧାୟକଙ୍କୁ ଭେଟି ମଧ୍ୟ ଗ୍ରାମବାସୀ ମାନେ ଅଭିଯୋଗ କରିବା ପରେ ବିଧାୟକ ତୁରନ୍ତ ଗ୍ରାମ୍ୟ ଉନ୍ନୟନ ବିଭାଗ ର ଅଧିକାରୀଙ୍କୁ ଏହି ରାସ୍ତା ବାବଦ ରେ ପଚାରି ଶୀଘ୍ର ଲୋକଙ୍କ ଯାତାୟାତ ପାଇଁ ସାମୟିକ ଭାବେ ରାସ୍ତା ମରାମତି କରିବାକୁ କହିଥିଲେ। ବିଧାୟକ ଙ୍କ ହସ୍ତକ୍ଷେପ ପରେ ରାସ୍ତା ମରାମତି ହେବାନେଇ ଆଶା କରିଛନ୍ତି ସିର୍ଲିଗୁଡା ଗ୍ରାମବାସୀ।
ରିପୋର୍ଟ—ସନତ ପ୍ରଧାନୀ

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।