ମୋ ଟିଭି ଓଡିଶା / ଗଞ୍ଜାମ :
ଗଞ୍ଜାମ ଜିଲ୍ଲା ପାଟପୁର ଥାନା ବୃନ୍ଦାବନପୁର ଗାଁ ନିକଟ ଜଙ୍ଗଲରୁ ଖପୁରୀ ଓ ହାଡ଼ ଠାବ ହୋଇଛି । ତେବେ ଏହି ହାଡ ଓ ଖପୁରି କାହାର ଏବଂ ଏଠାରେ କିଭଳି ପଡିଛି ତାହା ଅସ୍ପଷ୍ଟ ରହିଛି l ସୂଚନା ପ୍ରକାରେ ରବିବାର ଦିନ ସ୍ଥାନୀୟ କିଛି ଲୋକ ଜଙ୍ଗଲ କୁ ଯିବା ବେଳେ ଗୋଟିଏ ସାଇକେଲ ଛିଡା ହୋଇ ରହିବା ସହିତ ପାଖରେ ଖପୁରି ଓ ହାଡ ପଡି ରହିଥିବା ଦେଖିବାକୁ ପାଇ ପାଟପୁର ଥାନା କୁ ଖବର ଦେଇଥିଲେ l
ଖବରପାଇ ପାଟପୁର ଥାନା ଅଧିକାରୀ ପହଞ୍ଚି ତଦନ୍ତ ଆରମ୍ବ କରିଛନ୍ତି l ତେବେ ଖପୁରୀ ହାଡ଼ କାହାର, କେମିତି ଏହି ଜଙ୍ଗଲ ନିକଟକୁ ଆସିଲା ସେନେଇ ସ୍ପଷ୍ଟ ହେଉନଥିବା ବେଳେ ଏନେଇ ସାଇଣ୍ଟିଫିକ୍ ଟିମ ସହାୟତା ନେବ ପୋଲିସ l ତେବେ ଏହା ମଣିଷ ଖପୁରୀ ହୋଇଥିବା ସନ୍ଦେହ ବଢିଛି । କେହି ଆତ୍ମହତ୍ୟା କରିଛି ନା ହତ୍ୟା କରାଯାଇଛି ତାହା ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ହିଁ ସ୍ପଷ୍ଟ ହୋଇପାରିବ l
ଗଞ୍ଜାମ ରୁ ଭଗବାନ ପାଢ଼ୀ ଙ୍କ ରିପୋଟ
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।