ମୋ ଟିଭି ଓଡିଶା / ଗଞ୍ଜାମ :
ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା ଟଭାପଲ୍ଲୀ ଗ୍ରାମ ନିକଟ ଜଙ୍ଗଲ ରୁ ଗୋଟିଏ ଖପୁରି ଓ କଙ୍କାଳ ଠାବ ହୋଇଛି l କଙ୍କାଳ ପଡ଼ିଥିବା ସ୍ଥାନ ପାଖରେ ଗୋଟିଏ କାତି ପଡି ରହିଥିବା ଦେଖିବାକୁ ମିଳିଛି l ଆଜି ଗ୍ରାମର କିଛି ଲୋକ ଜଙ୍ଗଲ କୁ ଯିବା ସମୟରେ କଙ୍କାଳ ଓ ଖପୁରି ପଡ଼ିଥିବା ଦେଖି ପୋଲିସ କୁ ଖବର ଦେଇଥିଲେ l ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଏହି ଖପୁରି ଓ କଙ୍କାଳ ଏଠି କିଭଳି ପଡିଲା ଏବଂ କାହାର ଏହି ଦେହାବଶେଷ ତାହା ଅସ୍ପଷ୍ଟ ରହିଛି l

ତେବେ କିଛି ଦିନ ପୂର୍ବରୁ ଗ୍ରାମର ହରିଜନ ସାହିର ଅନ୍ତରା ନାୟକ ଜଙ୍ଗଲ କୁ କାଠ ଆଣିବାକୁ ଯାଇ ଆଉ ଫେରିନଥିବା ବେଳେ ଆଜି ଜଙ୍ଗଲରୁ ଏହି କଙ୍କାଳ ଓ ଖପୁରି ଉଦ୍ଧାର ହୋଇଛି । ପୋଲିସ ତଦନ୍ତ ପରେ ଉଦ୍ଧାର କଙ୍କାଳ ଓ ଖପୁରି ର ପରିଚୟ ଓ କିଭଳି ମୃତୁ ହୋଇଛି ତାହା ସ୍ପଷ୍ଟ ହୋଇପାରିବ l
ଗଞ୍ଜାମ ରୁ ଭଗବାନ ପାଢ଼ୀ ଙ୍କ ରିପୋଟ
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।