MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ବିଶାଖାପାଟଣା ରେଳ ଷ୍ଟେସନ ଠାରେ ଗୋଟିଏ ଟ୍ରେନ କୋଚରେ ନିଆଁ କୁ ଶୀଘ୍ର ଲିଭାଜିବା ଘଟଣା l

ମୋ ଟିଭି ଓଡିଶା :

ଆଜି ପୂର୍ବାହ୍ନରେ ବିଶାଖାପାଟଣା ରେଳ ଷ୍ଟେସନ ଠାରେ ବନ୍ଦ ଅବସ୍ଥାରେ ଥିବା ଏକ ଖାଲି ଏସି କୋଚ (ଯାହାକି ରକ୍ଷଣାବେକ୍ଷଣ ପାଇଁ ଯିବାର ଥିଲା) ରେ ନିଆଁ ଘଟଣାକୁ ଶୀଘ୍ର ଅନୁସନ୍ଧାନ ସହିତ ଆୟତ୍ତ କରାଯାଇ ପାରିଥିଲା l

ଏହି କୋଚ ସକାଳ 6 ଘଣ୍ଟା 30 ମିନିଟରେ ବିଶାଖାପାଟଣା ଷ୍ଟେସନ ଠାରେ ପହଞ୍ଚି ଏହାର ଯାତ୍ରା ସମାପ୍ତ କରିଥିଲା l ପୂର୍ବାହ୍ନ 9 ଘଣ୍ଟା 40 ମିନିଟ ସମୟରେ ରକ୍ଷଣାବେକ୍ଷଣ ପାଇଁ କୋଚ ମେଣ୍ଟେନାନ୍ସ ଡିପୋ କୁ ଯିବା ପୂର୍ବରୁ ଏଥିରେ ଧୂଆଁ ବାହାରୁଥିବା ଦେଖି ଡ୍ୟୁଟି ରେ ଥିବା ଆରପିଏଫ ଓ କ୍ୟା୍ଟେରିଙ୍ଗ କର୍ମଚାରୀ ଖବର ଦେଇଥିଲେ l

ଷ୍ଟେସନ ଷ୍ଟାଫ ଓ ଆରପିଏଫ ପକ୍ଷରୁ ଆନ୍ଧ୍ର ପ୍ରଦେଶ ଫାୟାର ବ୍ରିଗେଡକୁ ଖବର ଦିଆଯାଇଥିଲା l ଫାୟାର ବ୍ରିଗେଡ 10 ଘଣ୍ଟା 10 ମିନିଟରେ ପହଞ୍ଚି ପ୍ରାୟ ଘଣ୍ଟାଏ ମଧ୍ୟରେ ନିଆଁ କୁ ଆୟତ୍ତ କରିଥିଲା l

ରେଳ ଚଳାଚଳ କ୍ଷେତ୍ରରେ କୌଣସି ପ୍ରଭାବ ନଥିବାବେଳେ ସମସ୍ତ ଟ୍ରେନ ସଠିକ ସମୟରେ ଚଳାଚଳ କରିଥିଲା l

ଟ୍ରେନ କୋଚ କୁ ଅନୁସନ୍ଧାନ ଓ ପରୀକ୍ଷଣ ପାଇଁ କୋଚ ମେଣ୍ଟେନାନ୍ସ ଡିପୋକୁ ନିଆଯାଇଅଛି l ସମସ୍ତ ଟ୍ରେନ ବିଶାଖାଟଣା ଠାରେ ସଠିକ ସମୟରେ ସେମାନଙ୍କର ଚଳାଚଳ କରିଥିଲା l ଏହି ଘଟଣା ପାଇଁ ଏକ ଉଚ୍ଚସ୍ତରୀୟ ତଦନ୍ତ ଆଦେଶ ଦିଆଯାଇଅଛି l

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।