ମୋ ଟିଭି ଓଡିଶା / ଗଞ୍ଜାମ :
ଗଞ୍ଜାମ ଜିଲ୍ଲା ରେ ଦିନକୁ ଦିନ ବୃଦ୍ଧି ପାଉଛି ଲଘୁ ଗଣିଜ ଦ୍ରବ୍ୟ ଚୋରା ଚାଲାଣ l ମାଫିଆ ମାନେ ଦିନରାତି ବେଧଡକ ଭାବେ ଲଘୁ ଖଣିଜ ଚୋରା ଚାଲାଣ କରୁଥିବା ବେଳେ ରାଜସ୍ବ ହରାଉଛନ୍ତି ସରକାର l ବିଶେଷକରି ଜିଲ୍ଲା ର ଆସିକା ଅଞ୍ଚଳରେ ଋଷୁକୂଲ୍ୟା ଓ ବଡ଼ନଦୀ ରୁ ବିନା ଟେଣ୍ଡର ରେ ସହ ସହ ଟ୍ରକ ବାଲି ଚୋରା ଚାଲାଣ କରାଯାଉଥିବା ବେଳେ ଆଜି ଏହାର ପର୍ଦାଫାଶ କରିଛନ୍ତି ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ l
ବିଧାୟକ ଭୁବନେଶ୍ୱର ରୁ ନିଜ ନିର୍ବାଚନ ମଣ୍ଡଳୀ କୁ ଫେରିବା ସମୟରେ ଆସିକା ତହସିଲ ଅଧୀନ ବାଙ୍ଗରଡ଼ା ପଞ୍ଚାୟତ ଆମ୍ବପୁଆ ଗ୍ରାମ ନିକଟ ବାଲି ଘାଟ ରୁ ଚାରୋଟି ହାଇବା ଗାଡି ରେ ବାଲି ଚାଲାଣ ହେଉଥିବା ଦେଖି ସେମାନଙ୍କୁ ଅଟକାଇ କାଗଜ ପାତ୍ର ଯାଞ୍ଚ କରିଥିଲେ l ହେଲେ ସେମାନଙ୍କ ନିକଟରେ ବାଲି ଚାଲାଣ ଲାଗି କୌଣସି କାଗଜପତ୍ର ନଥିବା ଦେଖି ବିଧାୟକ ବାଲିଘାଟ ଗ୍ରସ୍ତ କରି କାଗଜପତ୍ର ଯାଞ୍ଚ ବେଳେ ଏହି ଘାଟ ନିଲାମ ହୋଇନଥିବା ଜାଣିବାକୁ ପାଇଥିଲେ l ତେବେ ବିନା ନିଲାମ ରେ ଦିନ ଦ୍ବିପ୍ରହର ରେ ପଚିଶି ରୁ ଉର୍ଦ୍ଧ ହାଇବା ରେ ମେସିନ ସାହାଯ୍ୟରେ ନଦୀ ଭିତରେ ବାଲି ଲଦା ଚାଲିଥିବା ଦେଖି ପୋଲିସ, ତହସିଲ ଓ ମାଇନ୍ସ ବିଭାଗ କୁ ବିଧାୟକ ଖବର ଦେଇଥିବା ଦେଖିବାକୁ ମିଳିଛି l ତେବେ ଏଠି ବିନା ଟେଣ୍ଡର ରେ ବାଲି ଚାଲାଣ ହେଉଥିବା ବେଳେ ପ୍ରଶାସନ ଏହାରି ଉପରେ ରୋକ ଲଗାଇବା ସହ ଯାହା ନିର୍ଦେଶ ରେ ବାଲି ଚାଲାଣ କରାଯାଉଛି ତାକୁ ଗିରଫ କରିବାକୁ ଦାବି କରିଛନ୍ତି ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ l
ଗଞ୍ଜାମରୁ ଭଗବାନ ପାଢ଼ୀ ଙ୍କ ରିପୋଟ
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।