MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ସମାଜସେବୀ ପ୍ରମୋଦ ତ୍ରିପାଠୀଙ୍କ ଶ୍ରଦ୍ଧାଞ୍ଜଳି ସଭା।


ମୋ ଟିଭି ଓଡିଶା / ଖୋର୍ଦ୍ଧା :

ଖୋର୍ଦ୍ଧା ଜିଲ୍ଲା ରାମେଶ୍ବର ପଞ୍ଚାୟତର ପୂର୍ବତନ ସରପଞ୍ଚ ତଥା ସମାଜସେବା ପ୍ରମୋଦ କୁମାର ତ୍ରିପାଠୀଙ୍କର ଦ୍ବାଦଶ ତିଥିରେ ସ୍ବର୍ଗତ ପ୍ରମୋଦ କୁମାର ତ୍ରିପାଠୀ ସ୍ମୃତି କମିଟି ପରିବାର ତରଫରୁ ତାଙ୍କ ଜନ୍ମମାଟି ରାମେଶ୍ୱର ରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି।ଶ୍ରଦ୍ଧାଞ୍ଜଳି ସଭାରେ ଅତିଥିମାନେ ଯୋଗଦେଇ ସମାଜସେବୀ ସ୍ବର୍ଗତ ତ୍ରିପାଠୀ ଜଣେ ପରୋପକାରୀ ଓ ସଫଳ ରାଜନେତା ଥିଲେ ବୋଲି ମତବ୍ୟକ୍ତ କରିଛନ୍ତି I

ସମାଜସେବୀ ସଞ୍ଜୟ କୁମାର ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ କୁମାର ଜଗଦେବ, ସମ୍ବାଦ ସମ୍ପାଦକ ତଥା ପୂର୍ବତନ ବିଧାୟକ ସୌମ୍ୟ ରଂଜନ ପଟ୍ଟନାୟକ, ପୂର୍ବତନ ବିଧାୟକ ଦିଲ୍ଲୀପ କୁମାର ଶ୍ରୀଚନ୍ଦନ, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ରାମଚନ୍ଦ୍ର ମହାପାତ୍ର, ବିଜେପି ନେତା ନିକୁଞ୍ଜ କିଶୋର ପଟ୍ଟନାୟକ, କଂଗ୍ରେସ ନେତା ପୃଥ୍ବୀ ବଲ୍ଲଭ ପଟ୍ଟନାୟକ ଉପସ୍ଥିତ ଥିଲେ l

ଏମାନଙ୍କ ସହ ଶିକ୍ଷାବିତ୍ ଦିବ୍ୟସିଂହ ତ୍ରିପାଠୀ, ବିଜୟ କୁମାର ମହାପାତ୍ର, କୁହୁଡି ସରପଞ୍ଚ ଜୟନ୍ତ କୁମାର ବେହେରା, ଖୋର୍ଦ୍ଧା ବ୍ଳକ ଉପାଧ୍ୟକ୍ଷ ପ୍ରକାଶ କୁମାର ସାମନ୍ତରାୟ, ପୂର୍ବତନ ସରପଞ୍ଚ ଗୀରିଶ ଚନ୍ଦ୍ର ମହାରଣା, ବିଜେଡି ନେତା ବିପିନ କୁମାର ଜୟସିଂହ, ସମାଜସେବୀ ସଚିନ କୁମାର ବଳିଆରସିଂହ, ଆଇନଜୀବୀ ଅନିଲ କୁମାର ପଟ୍ଟନାୟକ, ଶିଶିର କୁମାର ପରିଡ଼ା, ଜୀବନ ଜ୍ୟୋତି ମିଶ୍ର, ଜିଲ୍ଲା ପରିଷଦ ସଭ୍ୟ ବିଜୟ କୁମାର ପାଲଟାସିଂହ, ଟାଙ୍ଗୀ ବ୍ଲକ ଉପାଧ୍ଯକ୍ଷ ଦୁର୍ଗାପ୍ରସାଦ ନାଥ ଶର୍ମା ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ଅଧ୍ୟାପକ ଡ ମୃତ୍ୟୁଞ୍ଜୟ ରଥ ମଞ୍ଚ ପରିଚାଳନା କରିଥିଲେ। ଶେଷରେ ବିଶ୍ଵଭୂଷଣ ଛୋଟରାୟ ଧନ୍ୟବାଦ ଅର୍ପଣ କରିଥିଲେ ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।